ଦେଶ ବିଦେଶ

ତ୍ୱଚାରେ ଚମକ ଆଣିଥାଏ ଅରେଞ୍ଜ ପିଲ୍‌ ପାଉଡର, ଜାଣନ୍ତୁ କିପରି ପ୍ରସ୍ତୁତ କରିବେ ଫେଶମାସ୍କ

ତ୍ୱଚାକୁ ପ୍ରାକୃତିକ ରୂପେ ସୌନ୍ଦର୍ଯ୍ୟ ଏବଂ ସୁନ୍ଦର କରିବା ପାଇଁ ମହିଳାମାନେ ଅନେକ ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରିଥାନ୍ତି। ଅଧିକାଂଶ ମହିଳାମାନେ ମାର୍କେଟରେ ମିଳୁଥିବା ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରିବା ପରେ ମଧ୍ୟ ତ୍ୱଚାରେ ବ୍ରଣ, କଳାଦାଗ, ତେଲିଆ ତ୍ୱଚା ଭଳି ଅନେକ ସମସ୍ୟା ଦେଖାଯାଇଥାଏ। ଏହିକାରଣରୁ ଏହିସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ ଆଜି ଆମେ ଆପଣଙ୍କୁ ଏଭଳି କିଛି ପ୍ୟାକ ବିଷୟରେ କହିବୁ, ଯାହା ଆପଣ ଘରେ ଖୁବ୍‌ ସହଜରେ ପ୍ରସ୍ତୁତ କରିପାରିବେ। ଏହି ଫେଶ ପ୍ୟାକ ଆପଣଙ୍କ ତ୍ୱଚାକୁ ସୁନ୍ଦର କରିବା ସହ ହାଇଡ୍ରେଟ ଏବଂ ମଶ୍ଚରାଇଜ୍‌ କରିଥାଏ।

orangeପ୍ୟାକ କରିବା ପାଇଁ ଆବଶ୍ୟକୀୟ ସାମଗ୍ରୀ:

ଏଲୋବେରା ଜେଲ୍‌- ୨ଚାମଚ୍‌

ଅରେଞ୍ଜ ପିଲ ପାଉଡର- ୧ଚାମଚ

ମହୁ-୧ଚାମଚ

ଗୋଲାପ ଜଳ-କିଛି ବୁନ୍ଦା

ପ୍ୟାକ ପ୍ରସ୍ତୁତ କରିବା ବିଧି:

ସର୍ବପ୍ରଥମେ ଏକ ସଫା ପାତ୍ରରେ ଏଲୋଭେରା ଜେଲ୍‌, ଅରେଞ୍ଜ ପିଲ ପାଉଡର ଏବଂ ମହୁ ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାପରେ ସେହି ମିଶ୍ରଣରେ କିଛି ବୁନ୍ଦା ଗୋଲାପ ଜଳ ପକାଇ ମିଶ୍ରଣ କରିବା ପରେ ତ୍ୱଚାରେ ଲଗାନ୍ତୁ।

orange1

ଜାଣନ୍ତୁ ପ୍ୟାକ ଲଗାଇବା ଏବଂ ଛଡାଇବାର ଉପାୟ:

ପ୍ରଥମେ ଆପଣ ମୁହଁକୁ ଧୋଇ ମେକଅପ୍‌ ରିମୁଭ୍‌ କରନ୍ତୁ। ଏହାପରେ ପ୍ୟାକକୁ ଚେହେରାରେ ଲଗାଇ ୨ ରୁ ୩ ମିନିଟ୍‌ ପର୍ଯ୍ୟନ୍ତ ହାଲୁକା ମସାଜ୍‌ କରନ୍ତୁ। ଏହାପରେ ୧୫ ରୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ସୁଖିବା ପାଇଁ ଛାଡି ଦିଅନ୍ତୁ। ଏହାପରେ ପାଣିରେ ମୁହଁକୁ ଧୋଇ ଦିଅନ୍ତୁ। ସପ୍ତାହରେ ଦୁଇ ରୁ ତିନି ଥର ଏହି ପ୍ୟାକ ଲଗାଇଲେ ଆପଣ ଗୋଲାପି ଏବଂ ସୁନ୍ଦର ତ୍ୱଚା ପାଇପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button