ଦେଶ ବିଦେଶ

କ’ଣ ଆପଣ ବ୍ୟବହାର କରୁଛନ୍ତି କି ଆଣ୍ଟିବ୍ୟାକ୍ଟେରିଆଲ ସାବୁନ, ହୋଇଯାଆନ୍ତୁ ସାବଧାନ

ଆଜିକାଲି ଆଧୁନିକ ଯୁଗରେ ସମସ୍ତେ ନିଜକୁ ସଚେତନ ରଖୁଛନ୍ତି। ଏହାସହିତ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହୁଛନ୍ତି। ଏହି କ୍ରମରେ ଆଜିକାଲି ଆଣ୍ଟିବ୍ୟାକ୍ଟେରିଆଲ ସାବୁନ କିମ୍ବା ହ୍ୟାଣ୍ଡଓ୍ଵାଶ ବ୍ୟବହାର ବଢିବାରେ ଲାଗିଛି। ଯାହାକୁ ଆମେ ସଂପୂର୍ଣ୍ଣ ସୁରକ୍ଷିତ ବୋଲି ଭାବିଥାଉ। କିନ୍ତୁ ଏହା ଆମ ସ୍ୱାସ୍ଥ୍ୟ ପାଇଁ ବିଲକୁଲ ସୁରକ୍ଷିତ ନୁହେଁ। ଏଥିରେ ଥିବା ଟ୍ରାଇକ୍ଲୋସନ ଆପଣଙ୍କୁ ଫାଇଦା ଦେବା ପରିବର୍ତ୍ତେ ଆମକୁ ଏହା କ୍ଷତି ପହଞ୍ଚାଇଥାଏ। ଆସନ୍ତୁ ଜାଣିନେବା, ଏହା ଦ୍ୱାରା ଆମ ଶରୀର ଉପରେ କ’ଣ ଖରାପ ପ୍ରଭାବ ପଡିଥାଏ।

antibacterial-soap

ଏହା ପିଲାମାନଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ। ପିଲାମାନଙ୍କ ପ୍ରତିରକ୍ଷା ପ୍ରଣାଳୀ ବିକାଶ କ୍ଷେତ୍ରରେ ଏହା ବାଧା ଦେଇଥାଏ। ଆଣ୍ଟି ବ୍ୟାକ୍ଟେରିଆଲ ହ୍ୟାଣ୍ଡଓ୍ଵାଶ କିମ୍ବା ସାବୁନ ଅଧିକ ଦିନ ପର୍ଯ୍ୟନ୍ତ ବ୍ୟବହାର କରିବା ଏହା ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ।

ଟ୍ରାଇକ୍ଲୋସନ ଅନେକ ସ୍ୱାସ୍ଥ୍ୟ ସମସ୍ୟା ସହିତ ଜଡିତ, ଯାହା ଏକ ବ୍ୟାକ୍ଟେରିଆ ପ୍ରତିରୋଧ ଅଟେ। ଆଣ୍ଟିବ୍ୟାକ୍ଟେରିଆଲ ସାବୁନ ବାରମ୍ବାର ପ୍ରୟୋଗ କରିବା ଯୋଗୁଁ ଆଣ୍ଟିବାୟୋଟିକ ପ୍ରତିରୋଧ ବ୍ୟାକ୍ଟେରିଆ ବିକାଶରେ ବାଧା ଆସିଥାଏ।

 

ଟ୍ରାଇକ୍ଲୋସନ ସହିତ ଥାଇରଏଡ ହରମୋନର ଘନିଷ୍ଠତା ଅଧିକ ରହିଥାଏ। ଯାହା ପର ପ୍ରଜନନ ସମ୍ବନ୍ଧୀୟ ସମସ୍ୟା, ମୋଟାପଣ, କ୍ୟାନସର ଭଳି ସମସ୍ୟା ଦେଖାଦିଏ। ତେଣୁକରି ଏହାକୁ କମ୍‌ ବ୍ୟବହାର କରିବା ଉଚିତ।

ପରିବେଶ ପାଇଁ ହାନିକାରକ ଆଣ୍ଟିବ୍ୟାକ୍ଟେରିଆଲ ସାବୁନ। ଏହାକୁ ବ୍ୟବହାର କରି ହାତ ଧୋଇବା ଦ୍ୱାରା ଅଧିକ ମାତ୍ରାରେ ପାଣି ଦରକାର ହୁଏ। ଟ୍ରାଇକ୍ଲୋସନ ସାଧାରଣତଃ ସିେଓ୍ଵଜ ଟ୍ରିଟମେଣ୍ଟ ପ୍ଲାଣ୍ଟରେ ଛାଡିଦିଆଯାଏ, ଯାହା ପରେ ଜଳରେ ମିଶିଯାଏ। ଏହି ପାଣି ଯେତେବେଳେ କ୍ଷେତରେ ପହଞ୍ଚେ ତାହା ପ୍ରତିକ୍ରିୟା ଦେଇଥାଏ, ଯାହା ଖାଦ୍ୟ ପ୍ରଣାଳୀ ଉପରେ ପ୍ରତିବନ୍ଧ ସୃଷ୍ଟି କରିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button