ନୀତି

ଫିଟିକିରି ଦୂର କରିବ ଆପଣଙ୍କର ଅନେକ ସମସ୍ୟା, ଏପରି କରନ୍ତୁ ବ୍ୟବହାର

ଆପଣମାନେ ଫିଟିକିରି ନିଶ୍ଚୟ ଭାବେ ଜାଣିଥିବେ। ଏଥିରେ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ଭରପୂର ରହିଥାଏ। ପୂର୍ବରୁ ପୁଅମାନଙ୍କୁ ସେଲୁନରେ ସେଭିଂ କରିବା ପରେ ତ୍ୱଚାକୁ ସୁରକ୍ଷିତ ରଖିବା ପାଇଁ ଫିଟିକିରି ଲଗାଯାଉଥିଲା। ଏହାଛଡା ପାଣିକୁ ସଫା କରିବା ପାଇଁ ମଧ୍ୟ ଏହାର ବ୍ୟବହାର କରାଯାଉଥିଲା। ମନୁଷ୍ୟର କାୟାକୁ ଫିଟ୍‌ ରଖୁଥିବାରୁ ତାର’ର ନାମ ଫିଟକିରୀ। ଫିଟକିରୀ ଦୁଇ ପ୍ରକାରର ରହିଥାଏ। ଏହା ଏକ ପ୍ରକାର ଖଣିଜ ଯାହା ପ୍ରାକୃତିକ ରୂପରେ ମିଳିଥାଏ। କିନ୍ତୁ ଆୟୁର୍ବେଦରେ ଏହାର ଫାଇଦା ବିଷୟରେ ଉଲ୍ଲେଖ କରାଯାଇଛି।

– ଯଦି ଆପଣଙ୍କର ଆହତ ହୋଇ ସେହି ସ୍ଥାନରୁ ଲଗାତାର ରକ୍ତସ୍ରାବ ହେଉଛି ତେବେ ସେହି ସ୍ଥାନକୁ ଫିଟିକିରି ପାଣିରେ ଧୋଇଦିଅନ୍ତୁ। ଫଳରେ ରକ୍ତ ବୋହିବା ବନ୍ଦ ହୋଇଯିବ।

fitikiri

 

– ଯେଉଁ ଲୋକଙ୍କ ଶରୀରୁ ଅଧିକ ଝାଳ ବାହାରିବା ସମସ୍ୟା ଦେଖାଦିଏ, ସେମାନେ ଗାଧୋଇବା ସମୟରେ ଫିଟିକିରିକୁ ପାଣିରେ ପକାଇ ଗାଧୋଇଲେ ଫାଇଦା ମିଳିଥାଏ।

– ମୁଖ ଦୁର୍ଗନ୍ଧ ଦୂର କରିବା ପାଇଁ ଏହା କାରାଗାର ସାବ୍ୟସ୍ତ ହୋଇଥାଏ। ଏହା ମୁହଁରୁ ବ୍ୟାକ୍ଟେରିଆ ସଫା କରିବା ସହ ଦୁର୍ଗନ୍ଧ ଦୂର କରେ।

– ମୁଲତାନୀ ମାଟି ଏବଂ ଅଣ୍ଡାର ଧଳା ଅଂଶ ଫିଟିକିରି ଲଗାଇବା ଦ୍ୱାରା ବ୍ରଣ ସମସ୍ୟାରୁ ମୁକ୍ତିମିଳିବ।

 

– ଦଶ ଗ୍ରାମ ଫିଟିକିରି ଗୁଣ୍ଡରେ ପାଞ୍ଚ ଗ୍ରାମ ସନ୍ଧୈବ ଲୁଣ ମିଶାଇ ଦାନ୍ତ ଘଷନ୍ତୁ। ଦାନ୍ତ ଯନ୍ତ୍ରଣାରୁ ଆରାମ ମିଳିବ।

– ତ୍ୱଚାରେ ଦେଖାଦେଉଥିବା ଭାଙ୍ଗ ପାଇଁ ଫିଟିକିରି ପାଣି ଆପଣ ବ୍ୟବହାର କରିପାରିବେ। ଆପଣ ଫିଟିକିରିକୁ ପାଣିରେ ପକାଇ ହାଲକା ହାତରେ ମୁହଁରେ ଘଷନ୍ତୁ। ପରେ ଭଲ ପାଣିରେ କିଛି ସମୟ ପରେ ଧୋଇଦିଅନ୍ତୁ।

– ଯଦି ଆପଣଙ୍କର ଆଜମା ରୋଗ ରହିଛି, ତେବେ ଫିଟିକିରି ଆପଣଙ୍କ ସମସ୍ୟାରୁ ମୁକ୍ତି ଦେବ। ଫିଟିକିରି ଗୁଣ୍ଡ ସହିତ ମହୁ ମିଶା ଖାଇଲେ କାଶ ପାଇଁ ଫାଇଦା ଦେଇଥାଏ।

45

– ପରିସ୍ରା ସଂକ୍ରମଣ ହୋଇଥିଲେ ଫିଟିକିରି ବ୍ୟବହାର କରିଲେ ଫାଇଦା ମିଳିଥାଏ। ପ୍ରତିଦିନ ଫିଟିକିରି ପାଣିରେ ଗୁପ୍ତାଙ୍ଗ ଧୋଇବା ଦ୍ୱାରା ସଂକ୍ରମଣ ସମସ୍ୟା ଦୂର ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button