ନୀତି

ଘରର କେଉଁ ଦିଗରେ ଲଗାଇବେ କେଉଁ ପ୍ରକାର ତାଲା, ଜାଣନ୍ତୁ ଏ ସମ୍ପର୍କିତ ବାସ୍ତୁ ଟିପ୍ସ

ଆପଣ ଜାଣିଛନ୍ତି କି, ଯେଉଁ ତାଲା, ଚାବି ଆମେ ଘରର ସୁରକ୍ଷା ପାଇଁ ବ୍ୟବହାର କରିଥାଉ, ସେହି ତାଲା, ଚାବି ଆମ ଭାଗ୍ୟର ବନ୍ଦ ତାଲାକୁ ବି ଖୋଲିପାରିଥାଏ। ଏହି କଥା ଆମ ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ଯଦି ଏହି ତାଲା, ଚାବିକୁ ଠିକ୍‌ ଭାବେ ପ୍ରୟୋଗ କରା ନ ଯାଏ, ତା’ହେଲେ ଏହା ଆପଣଙ୍କୁ ବର୍‌ବାଦି ଆଡ଼କୁ ବି ନେଇଯାଇପାରେ।

ଆମ ପାଖରେ ଅନେକ ମୂଲ୍ୟବାନ୍‌ ସାମଗ୍ରୀ ଥାଏ, ଯାହାର ସୁରକ୍ଷା ପାଇଁ ଆମେ କେବଳ ତାଲା, ଚାବି ଉପରେ ହିଁ ନିର୍ଭର କରିଥାଉ। କିନ୍ତୁ ବାସ୍ତୁଶାସ୍ତ୍ରରେ ଏହି ତାଲାକୁ ନେଇ କିଛି ନିୟମ ଉଲ୍ଲେଖ କରାଯାଇଛି, ଯାହାକୁ ପାଳନ କଲେ, ଘରର ସୁରକ୍ଷା ଉପରେ କେବେ ବି କିଛି ବିପଦ ଆସି ନ ଥାଏ।

key2

-ବାସ୍ତୁଶାସ୍ତ୍ର ଅନୁସାରେ, ପୂର୍ବ ଦିଗକୁ ସୂଯ୍ୟର୍ଙ୍କ ସ୍ଥାନ ବୋଲି କୁହାଯାଏ। ଏହି ଦିଗରେ ତମ୍ବାର ତାଲା ବ୍ୟବହାର କରାଯିବା ଉଚିତ। ଏଥିରେ ଚୋରିର ଭୟ କମ୍‌ ରହିଥାଏ। ଆଉ ଆମ ଘରର ସୁରକ୍ଷା ବଢ଼ିଯାଇଥାଏ। ଏହାଛଡ଼ା ଆର୍ଥିକ ରୂପରେ ମଧ୍ୟ ଆପଣଙ୍କୁ ଲାଭ ପ୍ରାପ୍ତ ହୋଇଥାଏ।

-ପଶ୍ଚିମ ଦିଗକୁ ଶନିଙ୍କ ସ୍ଥାନ ବୋଲି କୁହାଯାଏ। ଏଠାରେ କଳା ରଙ୍ଗର ଲୁହା ତାଲା ଲଗାନ୍ତୁ। ଏହାଦ୍ୱାରା ଆପଣଙ୍କ ଘରେ ସକାରାତ୍ମକ ଉର୍ଜା ବାସ ହେବ ଏବଂ ଘରର ସୁରକ୍ଷା ମଧ୍ୟ ବଢ଼ିଯିବ। ଏହି ଦିଗରେ କେବେ ବି ଭୁଲ୍‌ରେ ତମ୍ବା ତାଲା ଲଗାନ୍ତୁ ନାହିଁ। ଏହା ଆପଣଙ୍କ ଘରର ସୁରକ୍ଷା ଉପରେ ବିପରୀତ ପ୍ରଭାବ ପକାଇପାରେ।

key33

-ଉତ୍ତରରେ ପିତ୍ତଳ ତାଲା ଲଗାଇଲେ ସୁରକ୍ଷା ଆହୁରି ବଢ଼ିଯାଇଥାଏ। କିନ୍ତୁ ଧ୍ୟାନ ରଖିବେ, ଏହାର ରଙ୍ଗ ହାଲୁକା ସୁନେଲି ହେବା ଦରକାର।

-ଦୋକାନ କିମ୍ବା ଅଫିସରେ ପଞ୍ଚଧାତୁର ଭାରି ତାଲା ଲଗାନ୍ତୁ। ତାଲା ଭାରି ରହିଲେ, ଘରର ସୁରକ୍ଷା ବଢ଼ିଯାଏ। ଯଦି ପଞ୍ଚଧାତୁର ତାଲା ନ ମିଳେ, ତା’ହେଲେ ଲାଲ୍‌ କିମ୍ବା ଚେରି ରଙ୍ଗର ତାଲା ଅବଶ୍ୟ ଲଗାନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button