ଦେଶ ବିଦେଶ

ସବୁଦିନ ରାତିରେ ଶୋଇବା ପୂର୍ବରୁ ରୁମ୍‌ରେ ଜଳାନ୍ତୁ ଗୋଟିଏ ତେଜପତ୍ର, ମିଳିବ ଅନେକ ଫାଇଦା

ପୁରାତନ ଯୁଗରୁ ଭାରତୀୟ ପାକ ପ୍ରଣାଳୀରେ ତେଜପତ୍ର ବ୍ୟବହାର କରାଯାଇ ଆସୁଛି। ଏହାକୁ ଏକ ମସଲା ରୂପେ ବ୍ୟବହାର କରାଯାଇଥାଏ। କିନ୍ତୁ ଏଥିରେ ଅନେକ ଔଷଧୀୟ ଗୁଣ ଭରପୂର ଥାଏ, ଯଦ୍ଦ୍ଵାରା ଆପଣଙ୍କୁ ଅନେକ ପ୍ରକାର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଲାଭ ମିଳିପାରେ। ଯଦି ଆପଣ ରାତିରେ ଶୋଇବା ପୂର୍ବରୁ ଗୋଟିଏ ତେଜପତ୍ର ରୁମ୍‌ରେ ଜଳାଇବେ, ତା’ହେଲେ ଆପଣଙ୍କୁ କେତେକ ଫାଇଦା ମିଳିବ।

-ରାତିରେ ଶୋଇବା ପୂର୍ବରୁ କୌଣସି ଏକ ପାତ୍ରରେ ତେଜପତ୍ର ଜଳାଇ ଦିଅନ୍ତୁ। ଆଉ ସେହି ରୁମ୍‌କୁ ୧୫ ମିନିଟ୍‌ ଯାଏ ବନ୍ଦ କରି ଦିଅନ୍ତୁ। ଏଥିରେ ଆପଣଙ୍କ ରୁମ୍‌ ହାଲୁକା ସୁଗନ୍ଧ ଭରା ରହିବ।

leaf4

-ଯଦି ଆପଣ ନିଦ୍ରାହୀନତା ସମସ୍ୟା ଯୋଗୁ ଚିନ୍ତିତ, ତା’ହେଲେ ଏଥିରୁ ଆପଣଙ୍କୁ ମୁକ୍ତି ମିଳିପାରିବ ଏବଂ ଆପଣ ଗାଢ଼ ନିଦରେ ଶୋଇପାରିବେ।

lea1

-ଏହାଛଡ଼ା ତେଜପତ୍ରର ଯେଉଁ ଧୂଆଁ ରୁମ୍‌ ଭିତରେ ରହିବ, ତାହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହେବ। କେବଳ ଏତିକି ନୁହେଁ, ତେଜପତ୍ର ସେବନ କରିବା ଦ୍ୱାରା ଅଲ୍‌ଜାଇମର୍‌ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ।

-ତେଜପତ୍ର ଧୂଆଁରେ ମଶା ଦୂର ହୋଇଯାଆନ୍ତି। ତେଣୁ ଏହାକୁ ଜଳାଇ ଶୋଇଲେ ଆପଣ ଡେଙ୍ଗୁ, ମ୍ୟାଲେରିଆ ଭଳି ମହାମାରୀରୁ ମୁକ୍ତି ପାଇପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button