କ୍ରାଇମ

ଆପଣଙ୍କର ଯଦି କୁନି ପିଲା ଅଛନ୍ତି ତାହାଲେ ଏମିତି ଶିଖାନ୍ତୁ ଗୁଡ୍‌ ଟଚ୍‌ ଏବଂ ବ୍ୟାଡ୍‌ ଟଚ୍‌

ପିଲାଙ୍କୁ ବାଳ ଯୌନ ଶୋଷଣ ଠାରୁ ରକ୍ଷା କରିବା ପାଇଁ ଦିଲ୍ଲୀ ପୋଲିସ ଦ୍ୱାରା ଏକ ଅପରେସନ୍‌ ଆରମ୍ଭ କରାଯାଇଛି ଯାହାର ନାମ ‘ନାଜୁକ’ ରଖାଯାଇଛି। ଏଥିରେ ମୁଖ୍ୟତଃ ଗୁଡ୍‌ ଟଚ୍‌ ଏବଂ ବ୍ୟାଡ୍‌ ଟଚ୍‌ ବିଷୟରେ ପିଲାଙ୍କୁ ଅବଗତ କରାଯିବ। ପିଲାମାନେ ନିହାତି ଜାଣିବା ଦରକାର ଯେ କେଉଁ ଲୋକ ତାଙ୍କୁ କେଉଁପରି ଭାବେ ଛୁଉଁଛନ୍ତି। ଯାହାଫଳରେ ସେମାନେ ନିଜକୁ କୌଣସି ବଡ ସମସ୍ୟା ପୂର୍ବରୁ ନିଜକୁ ରକ୍ଷା କରିପାରିବେ।

ଏମିତି ଶିଖାନ୍ତୁ ବ୍ୟାଡ୍‌ ଟଚ୍‌ ଏବଂ ଗୁଡ୍‌ ଟଚ୍‌

childrenପିଲାଙ୍କୁ ବ୍ୟାଡ୍‌ ଟଚ୍‌ ଏବଂ ଗୁଡ ଟଚ୍‌ ବୁଝାଇବା ପାଇଁ ଆପଣଙ୍କୁ କେବଳ ତାଙ୍କୁ ପାଟିରେ ନୁହେଁ ପ୍ରାକ୍ଟିକାଲି ବୁଝାଇବା ଦରକାର। ଯାହାଦ୍ୱାରା ଯଦି ସେମାନଙ୍କ ସହିତ କିଛି ଏମିତି ଭୁଲ ହେଉଥିବ ସେ ତୁରନ୍ତ ଏହା ଉପରେ ଆକସନ୍‌ ନେଇପାରିବେ।

ବ୍ୟାଡ୍‌ ଟଚ୍‌ କଣ ?

ପିଲାଙ୍କୁ ବୁଝାନ୍ତୁ ଯେ ଯେତେବେଳେ ବି ଯଦି କେହି ସ୍ପର୍ଶ କଲେ ତୁମକୁ ଅସହଜ ମନେ ହେଉଛ କିମ୍ବା କିଛି ଅଜବ ଅନୁଭବ ହେଉଛି ତେବେ ସେତେବଳେ ସେ ତୁରନ୍ତ ସାବଧାନ ହୋଇଯିବେ। ଏପରି ହେଲେ ସେମାନେ ଆସି ବଡ ମାନଙ୍କୁ କହିବା ଉଚିତ ବୋଲି ମଧ୍ୟପିଲାଙ୍କୁ ବୁଝାଇବା ଉଚିତ। ଏବଂ ଯଦି ବାହାରେ କେବେ ତାଙ୍କ ସହିତ ଏମିତି ହେଉଛି ତେବେ ଆଖପାଖରେ ଥିବା ଲୋକଙ୍କୁ ଏହା ବିଷୟରେ କହିବା ଉଚିତ। ଯଦି କୌଣସି ଅଜଣା ବ୍ୟକ୍ତି ତାଙ୍କ ପ୍ରାଇଭେଟ ପାର୍ଟକୁ ଖରାପ ଭାବରେ ଛୁଇଁବାକୁ ଚେଷ୍ଟା କରନ୍ତି ତେବେ ତାହାକୁ ବ୍ୟାଡ ଟଚ୍‌ କୁହାଯାଏ।

touchଗୁଡ୍‌ ଟଚ୍‌

ପିଲାଙ୍କୁ ବୁଝାନ୍ତୁ ଯଦି କେହି ତାଙ୍କୁ ସ୍ନେହରେ ପ୍ରେମରେ ସ୍ପର୍ଶ କରୁଛନ୍ତି ତେବ ତାହା ଖରାପ ହୋଇନଥାଏ। ଯେଉଁ ଟଚରେ ସେମାନେ କିଛି ଖରାପ ଅନୁଭବ କରୁନାହାନ୍ତି ତେବେ ତାହା ଗୁଡ୍‌ ଟଚ୍‌ ହୋଇଥାଏ।

ପ୍ରାଇଭେଟ ପାର୍ଟ ବିଷୟରେ ଦିଅନ୍ତୁ ସୂଚନା

ଭଲରେ ଛୁଇଁବା ଏବଂ ଖରାପରେ ଛୁଇଁବା ବିଷୟରେ ପିଲାଙ୍କୁ ବୁଝାଇବା ଉଚିତ। ଏହି ଦୁଇ ଟଚ୍‌ ମଧ୍ୟରେ କଣ ପାର୍ଥକ୍ୟ ରହିଛି ତାହାକୁ ବୁଝାଇବା ଦରକାର। ଆପଣ ତାଙ୍କୁ ପ୍ରାଇଭେଟ ପାର୍ଟ ବିଷୟରେ ଖୋଲାଖୋଲି ଭାବରେ କଥା ହୁଅନ୍ତୁ। ପିଲାଙ୍କୁ ବୁଝାନ୍ତୁ ଯଦି କେହି ତାଙ୍କର ପ୍ରାଇଭେଟ ପାର୍ଟକୁ ଛୁଇଁବାକୁ ଟଚ୍‌ କରୁଛି ଏହାକୁ ବ୍ୟାଡ୍‌ ଟଚ୍‌ ବୋଲି କୁହାଯାଏ। ଯଦି କେହି ପିଲାଙ୍କ ଅନିଚ୍ଛା ସତ୍ତ୍ୱେ ମଧ୍ୟ ଚୁମ୍ବନ କରିବାକୁ ଚେଷ୍ଟା କରୁଛନ୍ତି ତେବେ ଏହାକୁ ବ୍ୟାଡ ଟଚ୍‌ ହିଁ କୁହାଯିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button