ଦେଶ ବିଦେଶ

ଟୁଥ୍‌ପେଷ୍ଟ ଜାଗାରେ ବ୍ରଶ୍‌ରେ ଲଗାନ୍ତୁ ଏହି ଗୋଟିଏ ଜିନିଷ, ମୋତି ପରି ଚମକି ଉଠିବ ଦାନ୍ତ

ଆମେ ସୁନ୍ଦର ଦିଶିବାରେ ଦାନ୍ତର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥାଏ। ଯଦି ଦାନ୍ତ ସଫା ଏବଂ ଚମକଦାର ରହିବ, ତା’ହେଲେ ଜଣେ ଆହୁରି ବି ସୁନ୍ଦର ଦେଖାଯିବ। ତେଣୁ ସମସ୍ତଙ୍କୁ ନିଜ ଦାନ୍ତର ଯତ୍ନ ନେବା ଦରକାର। କିନ୍ତୁ କେବେ କେବେ ହଳଦିଆ ଦାନ୍ତ ଯୋଗୁ ଆମେ ସମସ୍ତେ ସମସ୍ୟାରେ ପଡ଼ିଥାଉ।

ଦାନ୍ତ ହଳଦିଆ ପଡ଼ିବାର ଅନେକ କାରଣ ରହିଥାଏ। କିନ୍ତୁ ଏହା ପଛର ସବୁଠାରୁ ବଡ଼ କାରଣ ହେଉଛି, ଏହାକୁ ଠିକ୍‌ ଭାବେ ସଫା ନ କରିବା। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଜିନିଷ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣ ବ୍ରଶରେ ଲଗାଇ ନିଜ ଦାନ୍ତକୁ ମୋତି ଭଳି ଚମକାଇ ପାରିବେ।

ଆପଣଙ୍କୁ ପ୍ରଥମେ ମୌସମୀ ବା କମଳା ଚୋପାକୁ ଛଡ଼ାଇ ଶୁଖାଇବାକୁ ପଡ଼ିବ। ଯେତେବେଳେ ଏହା ଭଲ ଭାବେ ଶୁଖିଯିବ, ସେତେବେଳେ ଏହାକୁ ଭଲ ଭାବେ ପେଶି ତାହାର ପାଉହର ବନାଇ ଦିଅନ୍ତୁ। ଏବେ ଏଥିରେ ଲେମ୍ବୁ ବୁନ୍ଦା ପକାଇ ପ୍ରତିଦିନ ବ୍ରଶ ସାହାଯ୍ୟରେ ଦାନ୍ତ ଘଷନ୍ତୁ।

ଏଥିରେ ଦାନ୍ତ ଆଉ ହଳଦିଆ ଦେଖାଯିବନି। ଆଉ କିଛି ଦିନ ଭିତରେ ଆପଣଙ୍କ ଦାନ୍ତ ମୋତି ଭଳି ଚମକି ଉଠିବ। ଏହା ସାମ୍ନାରେ ଆପଣଙ୍କ ମହଙ୍ଗା ଟୁଥ୍‌ପେଷ୍ଟ ମଧ୍ୟ ଫେଲ୍‌ ମାରିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button