ଦେଶ ବିଦେଶ

ବଳକା ଭାତରେ ବନାନ୍ତୁ ‘ରାଇସ୍‌ ପକୋଡି’, ପୂରା ନୂଆ ଅନୁଭବ କରାଇବ ଏହାର ସ୍ୱାଦ

ସଂନ୍ଧ୍ୟାରେ ସବୁବେଳେ ଗୋଟିଏ ପ୍ରକାର ଖାଦ୍ୟ ଖାଇ ଅନେକ ଲୋକ ବୋର ହୋଇଯାନ୍ତି। ତେଣୁ କିଛି ନୂଆ ଖାଦ୍ୟର ସ୍ୱାଦ ଚାଖିବାକୁ ଚାହାନ୍ତି । ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଖାସ୍‌ ଡିସ୍‌। ଯାହା ସ୍ୱାଦ ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଉପକାରୀ। ତେବେ ଆମେ ଏଠି ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ବଳକା ଭାତକୁ ନ ଫୋପାଡି କେମିତି ପକୋଡି ପ୍ରସ୍ତୁତ କରିପାରିବେ।

ଆବଶ୍ୟକ ସମାଗ୍ରୀ

ବଳକା ଭାତ ଦୁଇ କପ୍‌ – ୨ କପ୍‌

ଲୁଣ – ସ୍ୱାଦାନୁସାରେ (ଅଧା ଛୋଟ କପ୍‌)

କଞ୍ଚା ଲଙ୍କା – ୨ଟି ଛୋଟୂ କଟା ହୋଇଥିବା

ଅଦା – ଛୋଟ ଖଣ୍ଡ

ଆମଚୁର ପାଉଠର – ୧/୪ ଛୋଟ ଚାମଚ

ଧନିଆ ପତ୍ର – ଅଳ୍ପ

ବେସନ – ଏକ କପ୍‌

ଲାଲ ଲଙ୍କା – ୧/୪ ଛୋଟ ଚାମଚ

ଧନିଆ ପାଉଡର – ଅଧା ଛୋଟ ଚାମଚ

ତେଲ – ଛାଣିବା ପାଇଁ

ପ୍ରସ୍ତୁତି ପ୍ରଣାଳୀ

ବଳକା ରହିଥିବା ଭାତରେ କଞ୍ଚା ଲଙ୍କା, ଆମଚର ପାଉଡର, ଲାଲ ଲଙ୍କା ପାଉଡର, ଧନିଆ ପତ୍ର ପକାଇ ଭଲଭାବେ ମିଶାନ୍ତୁ। ଏହି ମିଶ୍ରଣକୁ ଆଳୁ ଚପ୍‌ ପରି ଗୋଲ ଗୋଲ କରନ୍ତୁ। ଏହାପରେ ଏହାକୁ ହାତରେ ଚେପା କରନ୍ତୁ। ଆପଣ ଚାହିଁଲେ ଏହାକୁ ଗୋଲ କରିପାରିବେ ନଚେତ୍‌ ଏହାକୁ ଚେପା ରଖିପାରିବେ।

ଏବେ ଆଉ ଏକ ପାତ୍ରରେ ବେସନ ନିଅନ୍ତୁ ଏବଂ ସେଥିରେ ଲୁଣ, ଲାଲ ଲଙ୍କା ଏବଂ ଧନିଆ ପାଉଠର ପକାନ୍ତୁ। ପାଣି ସାହାଯ୍ୟରେ ଏହି ମିଶ୍ରଣକୁ ଫେଣ୍ଟି ଦିଅନ୍ତୁ।

ଏବେ କଡାରେ ତେଲ ଗରମ କରନ୍ତୁ ଏବଂ ଗୋଲ ଗୋଲ କରି ରଖିଥିବା ମିଶ୍ରଣକୁ ବେସନରେ ଗୋଳାଇ ତେଲରେ ଛାଣନ୍ତୁ। ଯେପରି ଆପଣ ଆଳୁ ଚପ୍‌ ପ୍ରସ୍ତୁତ କରନ୍ତି ଠିକ ସେହିପରି ଏହାକୁ ତେଲରେ ଛାଣନ୍ତୁ।

ଏହା ତେଲରେ ଭଲଭାବେ ଛାଣି ହୋଇଗଲା ପରେ ସବୁ ପକୋଡିକୁ ବାହାରକୁ ବାହାର କରିଦିଅନ୍ତୁ।
ଏବେ ଆପଣଙ୍କର ଗରମା ଗରମ ଭାତ ପଡୋଡି ପ୍ରସ୍ତୁତ ହୋଇଯାଇଛି ଏବେ ଆପଣ ଏହାକୁ ଧନିଆ ଚଟଣୀ କିମ୍ବା ଟମାଟୋ ଚଟଣୀ ସହିତ ଖାଇପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button