ଦେଶ ବିଦେଶ

ଚୁଟି ପାଚିବାକୁ ନେଇ ରହିଛି ଏହି ୬ଟି ଭୁଲଧାରଣା, ଯାହାକୁ ଆପଣ ବି ଭାବନ୍ତି ସତ

ବୟସ ପୂର୍ବରୁ ଚୁଟି ଧଳା ହୋଇଗଲେ ଖରାପ ଲାଗିବା ସ୍ୱାଭାବିକ୍‌। ବେଳେ ବେଳେ ଲୋକମାନେ ଧଳା କେଶକୁ ନେଇ ଶୁଣୁଥିବା ବିଭିନ୍ନ କଥାକୁ ସହଜରେ ବିଶ୍ୱାସ କରିଦେଇଥାନ୍ତି। ଉଦାହରଣ ସ୍ୱରୂପ, ବୃଦ୍ଧାବସ୍ଥାରେ ଚୁଟି ଧଳା ହୋଇଯାଏ, କିନ୍ତୁ ୨୦ ବର୍ଷରେ ମଧ୍ୟ ପିଲାଙ୍କ କେଶ ଧଳା ହୋଇଯାଉଥିବା ଦେଖିବାକୁ ମିଳୁଛି। ଏଭଳି ଆହୁରି ଅନେକ ଭୁଲ ଧାରଣା ରହିଛି, ଯାହାକୁ ଲୋକେ ସତ ଭାବିଥାନ୍ତି। ଆସନ୍ତୁ ଜାଣିବା ଚୁଟି ପାଚିବାକୁ ନେଇ ଥିବା କେତେକ ଭୁଲଧାରଣା ସମ୍ପର୍କରେ…

୧.ଗୋଟିଏ ପାଚିଲା ଚୁଟି ଓପାଡ଼ିଲେ ସବୁ ଚୁଟି ଧଳା ହୋଇଯାଏ:

କୁହାଯାଏ ଯେ ଗୋଟିଏ ଧଳା ଚୁଟି ଓପାଡ଼ିଲେ ବଳକା ଅନ୍ୟ କଳା ଚୁଟି ବି ଧଳା ହୋଇଯାଏ। କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ କଥା। ଗୋଟିଏ ଚୁଟି ସହ ଅନ୍ୟ ଚୁଟିର କୌଣସି ସମ୍ପର୍କ ନଥାଏ। ଯଦି ଆପଣ ବାରମ୍ବାର କେଶ ଓପାଡ଼ୁଛନ୍ତି ତେବେ ଏହା ଦ୍ୱାରା ଚୁଟିର ଫଲିକଲ ପ୍ରଭାବିତ ହୁଏ ଓ ପୁନଶ୍ଚ ସେହି ଜାଗାର କେଶ ଉଠେ ନାହିଁ।

୨.ଏକାସାଙ୍ଗେ ସବୁ ଚୁୁଟି ଧଳା ହୋଇଯାଏ:

ଯଦି କୌଣସି ରୋଗ ନ ହୋଇଛି ତେବେ ମୁଣ୍ଡର ସବୁ ଚୁଟି ଏକା ସାଙ୍ଗେ କେବେ ବି ଧଳା ହେବ ନାହିଁ। କେଶର ପିଗ୍‌ମେଣ୍ଟ କ୍ଷୟ ହେବା ଦ୍ୱାରା ଏହା ଧଳା ହୋଇଯାଏ। ଯେତେବେଳେ ଏକ ଚୁଟି ଛିଡ଼ିିଯାଏ, ସେହି ସ୍ଥାନରେ ଆଉ ଏକ ହାଲକା ଲାଲ୍‌ ରଙ୍ଗର ଚୁଟି ଉଠିଥାଏ। ପୋଷଣ ଅଭାବରୁ ଧୀରେ ଧୀରେ ତାହା ଧଳା ହୋଇଯାଏ।

୩.ଡରିବା ଯୋଗୁ ଧଳା ହୁଏ କେଶ:

ଲୋକଙ୍କ ମନରେ ଧାରଣା ରହିଛି ଯେ ଅତ୍ୟଧିକ ଡରିବା କାରଣରୁ ଚୁଟି ଧଳା ହୋଇଯାଏ। କିନ୍ତୁ ଏଭଳି ଭାବିବା ଭୁଲ। ଡରର ପ୍ରଭାବ ମୁହଁ ଓ ହାର୍ଟ ଉପରେ ପଡ଼ିଥାଏ, କେଶ ଉପରେ ନୁହେଁ।

୪.ରଙ୍ଗ କରିବା ଦ୍ୱାରା ଚୁଟି ଧଳା ହୁଏ:

ଅଧିକ ହେୟାର କଲର ବ୍ୟବହାର କରିବା ଦ୍ୱାରା ଚୁଟି ନଷ୍ଟ ହୁଏ ଓ ଛିଡ଼ିବା ଭଳି ସମସ୍ୟା ଦେଖାଦିଏ, କିନ୍ତୁ ଧଳା ହୋଇନଥାଏ। ହେୟାର ଫଲିକଲର ପିଗମେଣ୍ଟ ନ କମିବା ପର୍ଯ୍ୟନ୍ତ ଚୁଟି ଧଳା ହୁଏ ନାହିଁ। ଏବେ ଚୁଟି ପାଚିଯିବ ଭାବି ନ ଡରି ଆପଣ କେଶକୁ ମନ ପସନ୍ଦର ରଙ୍ଗରେ ରଙ୍ଗାନ୍ତୁ।

୫.ଷ୍ଟ୍ରେସ୍‌ ଯୋଗୁ ଚୁଟି ପାଚେ:

ଚିନ୍ତା ବା ଷ୍ଟ୍ରେସ୍‌ ଯୋଗୁ ଆମ ଶରୀରରେ ବିଭିନ୍ନ ସମସ୍ୟା ଦେଖାଦେଇଥାଏ। କିନ୍ତୁ ଏହାର ସମ୍ପର୍କ ଚୁଟି ଧଳା ହେବା ସହ ନାହିଁ। ଚିନ୍ତା ଯୋଗୁ ଚୁଟି ଝଡ଼େ କିନ୍ତୁ ଧଳା ହୁଏନି।

୬.ଲାଇଫ୍‌ଷ୍ଟାଇଲ୍‌ ନୁହେଁ, ବୟସ ଯୋଗୁ ଚୁଟି ଧଳା ହୁଏ:

କେବଳ ବୟସ ଯୋଗୁ ନୁହେଁ ଲାଇଫ୍‌ଷ୍ଟାଇଲ୍‌ ଯୋଗୁ ମଧ୍ୟ କେଶର ରଙ୍ଗ ଧଳା ହେଇଯାଏ। ସିଗାରେଟ୍‌, ମଦ, ଡ୍ରଗ୍ସ ଆଦିର ପ୍ରଭାବ ଚୁଟି ଉପରେ ପଡ଼ିଥାଏ। ଡାଏଟ୍‌ରେ ଭିଟାମିନ୍‌, କ୍ୟାଲସିୟମ୍‌, ପ୍ରୋଟିନ୍‌ ପ୍ରଚୁର ପରିମାଣରେ ନ ଖାଇବା ଦ୍ୱାରା ମଧ୍ୟ ଚୁଟି ପାଚିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button