ଦେଶ ବିଦେଶ

ସୁନ୍ଦରତାକୁ ପ୍ରଭାବିତ କରିଥାଏ ଡବଲ ଚିନ୍, ଏହି ମେକ୍ଅପ୍ ଟିପ୍ସ ଆପଣାନ୍ତୁ ଆଉ ଲୁଚାନ୍ତୁ

ଆପଣ ନିଜକୁ ସବୁବେଳେ ସୁନ୍ଦର ଦେଖାଯିବାକୁ ଚାହାନ୍ତି। କିନ୍ତୁ ମହିଳାଙ୍କ ଏଭଳି ଶାରୀରିକ ସଂରଚନା ଯୋଗୁଁ ସେମାନଙ୍କ ଚେହେରାର ଆକର୍ଷଣ କମ୍ ହୋଇଯାଇଥାଏ। ଅନେକ ଯୁବତୀଙ୍କ ଡବଲ ଚିନ୍ ଯୋଗୁଁ ସେମାନଙ୍କ ସୁନ୍ଦରତା ଉପରେ ପ୍ରଭାବ ପଡିଥାଏ। ଏମିତିରେ ଆପଣ କିପରି ଏହାକୁ ଲୁଚାଇବେ। ଆପଣ ଏହି ମେକ୍ଅପ୍ ଟିପ୍ସ ଆପଣାଇ ଡବଲ ଚିନ୍କୁ ଲୁଚାଇପାରିବେ।

– ଚେହେରାର ଜ ଲାଇନକୁ ମେକଅପ୍ ଜରିଆରେ ହାଇଲାଇଟ୍ କରନ୍ତୁ। ଏମିତିରେ ଡବଲ ଚିନ୍ ଉପରେ ଦେଖେଣାହାରୀଙ୍କ ନଜର ପଡିନଥାଏ।

chin 1

-ବେକରେ ଆପଣ କୌଣସି ହେଭି ନେକଲେସ୍ ପକାନ୍ତୁ। ଯାହା ଫଳରେ ସମସ୍ତଙ୍କ ନଜର ଡବଲ ଚିନ୍ରୁ ହଟିଯିବ।

-ଚିନର ତଳର ଭାଗ ମେକ୍ଅପ ସମୟରେ ଟିକେ ଡାର୍କ ରଖନ୍ତୁ। ଏହାକୁ ଆପଣଙ୍କ ବେକ୍ ରଙ୍ଗ ସହିତ ମ୍ଯାଚ କରନ୍ତୁ। ଫଳରେ ହବଲ ଚିନ ବେକ ସହିତ ସମାନ ଭାବେ ନଜର ଆସିବ।

-ମେକଅପ୍ କରିବା ସମୟରେ ଗାଲ ଏବଂ ଆଖି ମେକ୍ଅପ୍କୁ ଅଧିକ ଧ୍ୟାନ ଦିଅନ୍ତୁ। ଏମିତି କଲେ ଲୋକଙ୍କ ଧ୍ୟାନ ଆପଣଙ୍କ ଡବଲ ଚିନ ଉପରେ ଯିବନି। ଏହାଛଡା ଆପଣଙ୍କ ଚେହେରା ବେଶି ସୁନ୍ଦର ଦେଖାଯିବ।

make up

-ଆପଣ ଏପରି ଡ୍ରେସ ଚୟନ କରନ୍ତୁ, ଯାହା ଆପଣଙ୍କ ଡବଲ ଚିନକୁ ଲୁଚାଇବାରେ ସହାୟକ ହେବ। ନେକ୍ଲାଇନ, ଚଉଡା ବେକ, ଭି ନେକ୍ ଥିବା ଡ୍ରେସ ଆପଣଙ୍କ ଡବଲ ଚିନ ଲୁଚାଇବାରେ କାରାଗାର ହୋଇଥାଏ।

-ଏହାଛଡା ହେୟାରଷ୍ଟାଇଲ ମଧ୍ୟ ଆପଣଙ୍କ ଡବଲ ଚିନକୁ ଲୁଚାଇଥାଏ। କୌଣସି ପାର୍ଟିକୁ ଯିବାକୁ ଥିଲେ ଆପଣ କେଶକୁ ଖୋଲା ରଖନ୍ତୁ ଏବଂ ଆଗକୁ ପକାଇ ରଖନ୍ତୁ। ଏପରି କଲେ ମଧ୍ୟ ଡବଲ ଚିନ୍ ଲୁଚାଇପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button