ଦେଶ ବିଦେଶ

ବର୍ଷ ବର୍ଷ ଧରି ବିନା ଫ୍ରିଜରେ ରହିବ ସେଓ, ଜାଣନ୍ତୁ ଏହି ନୂଆ କିସମର ସେଓର ବିଶେଷତ୍ବ

ପବନ, ଆଦ୍ରତା, ତାପମାତ୍ରା, ଆଲୋକ ମାଇକ୍ରୋବୟଲ ଗ୍ରୋଥ ପାଇଁ   ସାଧାରଣତଃ ପନି ପରିବା ଓ ଫଳ ନଷ୍ଟ ହୋଇଥା । ଅଧିକତମ ଫଳ ଓ ପନିପରିବା microorganisms କାରଣରୁ ମଧ୍ୟ ନଷ୍ଟ ହୋଇଥାଏ। ଫଳ ଓ ପନିପରିବାର ସଠିକ ଭାବରେ ଷ୍ଟୋରେଜ କରିପାରିଲେ ଫଳଗୁଡିକ ଅଧିକ ଦିନ ସତେଜ ରହିପାରିବ। ଏମିତିରେ ମଧ୍ୟ ଫ୍ରିୀଜ୍ ଭିତରେ ଫଳ ରଖୁଥିଲେ ତାହାକୁ ଏୟାର  ଡ୍ରାଏ କଣ୍ଟେନର ରଖନ୍ତୁ ନାହିଁ। ଓଦା ଜାଗାରେ ଷ୍ଟେର  କରନ୍ତୁ ନାହିଁ। ଯଦି ଫଳଗୁଡିକ ସଠିକ୍ ଭାବରେ ପବନ ସଂସ୍ପର୍ଷରେ ନଆସିବା  ତେବେ ତାହା ପଚା ହୋଇଯିବାର  ସମ୍ଭାବନା ରହିଥାଏ। ଅଧିକରୁ ଅଧିକ ଫଳ ଓ ପନିପରିବାକୁ ଆମେ ଫ୍ରିଜରେ ୩୦ରୁ ୪୦ ଡିଗ୍ରୀ  ଫାରାନାହାଇଟରେ କିଛି ଦିନ ଷ୍ଟୋର କରିପାରିବା।

 

ବର୍ଷ  ତମାମ  ଖରାପ ହେଉ ନାହିଁ  ସେଓ

ଆମେରିକାରେ   ସ୍ବତନ୍ତ୍ର ପ୍ରଜାତିର ଏକ  ସେଓ ମିଳୁଛି  ଯାହାକୁ ବିନା ଫ୍ରୀଜରେ  ମଧ୍ୟ  ବର୍ଷ  ବର୍ଷ ଧରି ରଖି ହେବ। ଏହି ନୂଆ ପ୍ରଜାତିର  ସେଓ ଫଳେଇବା ପାଇଁ ୨୦ ବର୍ଷ  ସମୟ ଲାଗିଛି। ସେଓର ଏହି ନୂଆ  କିସମକୁ ବିକ୍ରି କରିବା  ପାଇଁ  ବଜାରରେ ରବିବାର ମହଜୁଦ କରାଗଲାଣି। ‘କସ୍ମିକ୍ କ୍ରୀସ୍ପି’ ନାମକ ଏହି  ସେଓକୁ ପ୍ରଥମଥର ୱାଶିଂଟନ ଷ୍ଟେଟ ୟୂନିଭର୍ସିଟିରେ ୧୯୯୭ରେ ଲଗା ଯାଇଥିଲା । ବଡ ଓ ରସାଯୁକ୍ତ  ସେଓ ଫଳାଇବା ପାଇଁ ୧ କୋଟି ଆମେରିକା ଡଲାର ଖର୍ଚ୍ଚ ହୋଇଥିଲା ।  ୱାଶିଂଟନ କୃଷକଙ୍କ ଆଶା ଅଛି ଯେ ଆଗାମୀ ବର୍ଷ  ଏହାର  ଚାଷ କରିବା ପାଇଁ  ସରକାର ଅନୁମତି ଦେବେ।

ସେଓର ଉତ୍ପତ୍ତି ଓ ବ୍‌ଦ୍ଧିର ଗବେଷଣାରେ  ଜଡିତ  ଥିବା ବୈଜ୍ଞାନିକ  କେଟ ଇଂବାଜ କହିଛନ୍ତି  ଏହା ରସୁଆଳ ସେଓ ଓ ଏହା ଖଟା ମିଠା ହେବା ସହିତ ଅଧିକ ଶସ୍ତାରେ ମଧ୍ୟ ମିଳିବ । ଏହି ସେଓର ରଙ୍ଗ ପରିବର୍ତ୍ତନ ହେବା  ପାଇଁ ଢେର ସମୟ  ଲାଗିଥାଏ।  ଯଦି  ଏହି ସେଓକୁ ଫ୍ରୀଜରେ ରଖାଯାଏ ଓ  ୧୦ରୁ ୧୨ ମାସ ପରେ ଖିଆଯାଏ ତେବେ ଏହା ଅଧିକ ସ୍ବାଦକର ଓ କ୍ବାଲିଟଯୁକ୍ତ ହୋଇଯାଇଥାଏ। ସେଓର ଏହି କିସମକୁ ଆରମ୍ଭରୁ W A-38ର ନାମ ଦିଆଯାଇଥିଲା। କିନ୍ତୁ ଏହା ପରେ  ଏହି ସେଓର ନାମ  ବଦଳି  ‘କସ୍ମିକ କ୍ରିସ୍ପି’ ନାମ ଦିଆଯାଇଛି।  ସେଓଟିର ଗହିରୀଆ ନାଲି ରଙ୍ଗ ଉପରେ ଧଳା ଦାନାର  ଆକାର ଦେଖିବାକୁ ମିଳିଥାଏ। ଯାହା ରାତିର ତାରାଭରା ଆକାଶର ଭ୍ରମ ସୃଷ୍ଟି  କରିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button