ଏହି ୩ଟି କାମ କଲା ବେଳେ ଆଦୌ କରନ୍ତୁନି ଲାଜ, ନଚେତ୍ ଭୋଗିପାରନ୍ତି କଷ୍ଟ

ଚାଣକ୍ୟ ନୀତିରେ ଅନେକ କଥା ଲେଖାଯାଇଛି। ଯଦି ଆପଣ ଏହି କଥାଗୁଡ଼ିକ ନିଜ କାମରେ ଲଗାଇବେ, ତା’ହେଲେ ଜୀବନରେ ସଫଳତା ହାସଲ କରିପାରିବେ। କେହି ବି ଆପଣଙ୍କୁ ଏଥିପାଇଁ ରୋକିପାରିବେ ନାହିଁ। ଆଜି ଆମେ ଆପଣଙ୍କୁ ୩ଟି ଚାଣକ୍ୟ ନୀତି ବିଷୟରେ କହିବାକୁ ଯାଉଛୁ, ଯାହାକୁ କଲା ବେଳେ ଆପଣ କଦାପି ଲାଜ କରିବା ଉଚିତ ନୁହେଁ।

୧. ଉଧାର ପଇସା ମାଗିବା ବେଳେ
ଯଦି ଆପଣ କୌଣସି ବ୍ୟକ୍ତିଙ୍କୁ ଟଙ୍କା ଉଧାରରେ ଦେଇଛନ୍ତି, ତା’ହେଲେ ସେହି ଉଧାର ଟଙ୍କା ମାଗିବାରେ କେବେ ବି ଲାଜ କରିବା ଉଚିତ ନୁହେଁ। ଯଦି ଟଙ୍କା ମାଗିବାରେ ଆପଣ ଲାଜ କରିବେ, ତା’ହେଲେ ଆପଣ କେବେ ଆଗକୁ ବଢ଼ିପାରିବେ ନାହିଁ ଏବଂ ପୂରାପୂରି ବର୍ବାଦ ହୋଇଯିବେ।

୨. ଗୁରୁଙ୍କଠାରୁ ଜ୍ଞାନ ନେଉଥିବା ବେଳେ
ଚାଣକ୍ୟ ନୀତି ଅନୁସାରେ, କୌଣସି ଲୋକ ନିଜ ଗୁରୁଙ୍କଠାରୁ ଜ୍ଞାନ ନେବା ସମୟରେ ଲାଜ କରିବା ଉଚିତ ନୁହେଁ। ଯେଉଁ ବ୍ୟକ୍ତି ଲାଜ କରିଥାଏ, ତା’ହେଲେ ସେହି ବ୍ୟକ୍ତି ଜୀବନର ସତ୍ୟତା ବିଷୟରେ ଜାଣିପାରି ନ ଥାଏ। ତାଙ୍କ ଜ୍ଞାନ ଅଧୁରା ରହିଯାଏ। ଏହି ବ୍ୟକ୍ତି କେବେ ବି ନିଜ ଜୀବନରେ ସଫଳ ହୋଇପାରେ ନାହିଁ।

୩. ଭୋଜନ କଲା ବେଳେ
ଭୋଜନ କରିବା ସମୟରେ କେବେ ବି ଲାଜ କରିବା ଉଚିତ ନୁହେଁ। ଯେଉଁ ବ୍ୟକ୍ତି ଲାଜ କରିଥାଏ, ତାଙ୍କୁ ଭୋକିଲା ରହିବାକୁ ପଡ଼ିଥାଏ। ଯେଉଁ ବ୍ୟକ୍ତି ଭୋକିଲା ରୁହେ, ସେ କ୍ରୋଧର ଶିକାର ହୋଇଥାଏ। ଏଥିପାଇଁ ସବୁବେଳେ ପେଟ ଭରି ଭୋଜନ କରିବା ଉଚିତ। କେବେ ବି କାହା ଆଗରେ ଲାଜ କରିବା କଥା ନୁହେଁ।



