ନୀତି

କୁଣ୍ଡଳୀରେ ରହିଛି କି ଏହି ଯୋଗ? ତେବେ ହୋଇପାରିବେ ଶ୍ରେଷ୍ଠ ଖେଳାଳି

ମୁକୁଟ ଯୋଗ ଜ୍ୟୋତିଷରେ ମହତ୍ବପୂର୍ଣ୍ଣ ହୋଇଥାଏ। ଏହି ଯୋଗ ପାଇଁ କୁଣ୍ଡଳୀରେ ଗୁରୁଙ୍କ ସ୍ଥିତି ନବମରୁ ନବମରେ ହେବା ଅନିବାର୍ଯ୍ଯ। ଅର୍ଥାତ ଆପଣଙ୍କ ଗୁରୁ ଆପଣଙ୍କ ରାଶିରୁ ନଭି ରାଶିରେ ଅବସ୍ଥିତ ସୁନିଶ୍ଚିତ। ଏତିସହ ଶନି ମଧ୍ଯ ଦଶମ ଭାବରେ ରହିବା ଉଚିତ। ଏହା ଦ୍ବାରା ମୁକୁଟ ଯୋଗ ନିର୍ମାଣ ହୋଇଥାଏ। ଏହି ଯୋଗ ଅଧିକାଂଶ ଖେଳାଳୀଙ୍କ କୁଣ୍ଡଳୀରେ ରହିଥାଏ ଏବଂ ଏହି ଯାଗରେ ଜନ୍ମ ହାଇଥିବା ବ୍ଯକ୍ତି ଜଣେ ଶ୍ରେଷ୍ଠ ଖେଳାଳି ହୋଇଥାନ୍ତି।

ଯଦି କୌଣସି ବ୍ଯକ୍ତି ମଙ୍ଗଳ ପ୍ରଧାନ ହୋଇଥାଏ ଏବଂ ହାତରେ ଯଦି ସ୍ବସ୍ତିକ ଚିହ୍ନ ରହିଥାଏ ତେବେ ଏଭଳି ବ୍ଯକ୍ତିଙ୍କର ମଧ୍ଯ ମୁକୁଟ ଯୋଗ ରହିଥାଏ। ଏଭଳି ବ୍ଯକ୍ତିମାନେ ଦୃଢ ନିଷ୍ପତି ନେଇଥାନ୍ତି। ଯେଉଁ ବ୍ଯକ୍ତିମାନଙ୍କ ହାତ ବାହାରେ ମଙ୍ଗଳ ପର୍ବତ ବା କଟା କଟା ରେଖା ରହିଥାଏ ତେବେ ଏଭଳି ବ୍ଯକ୍ତିଙ୍କ କୁଣ୍ଡଳୀରେ ମୁକୁଟ ଯୋଗ ଭଙ୍ଗ ହୋଇଯାଇଥାଏ।

astrology--ମୁକୁଟ ଯୋଗରେ ଜନ୍ମ ହୋଇଥିବା ବ୍ଯକ୍ତି ଜଣେ ଭଲ ଖେଳାଳି ହୋଇଥାନ୍ତି। ଯାହାଙ୍କର କୀର୍ତ୍ତି ଦେଶ ବିଦେଶରେ ବ୍ଯାପିଥାଏ।

-ଏହି ଯୋଗରେ ଜନ୍ମ ହୋଇଥିବା ବ୍ଯକ୍ତି ଜୀବନରେ ସମସ୍ତ ପ୍ରକାର ସୁଖ ପ୍ରାପ୍ତି କରିଥାନ୍ତି।

-ଏହି ବ୍ଯକ୍ତିମାନଙ୍କର ନିଷ୍ପତ୍ତି ନେବାର କ୍ଷମତା ମଧ୍ଯ ଅଦଭୁତ।

-ଏହି ବ୍ଯକ୍ତିମାନେ ନିଜର ବୁଦ୍ଧି ଏବଂ ବଳର ସମାନ ରୂପେ ପ୍ରୟୋଗ କରି ଜୀବନରେ ସଫଳତା ଅର୍ଜନ କରିଥାନ୍ତି।

-ଯେଉଁ ମନୁଷ୍ଯ ଏହି ଯୋଗରେ ଜନ୍ମ ହୋଇଥାନ୍ତି ସେମାନେ ଅତ୍ଯନ୍ତ ଧନୀ ହୋଇଥାନ୍ତି।

-ମୁକୁଟ ଯୋଗରେ ଜନ୍ମ ହୋଇଥିବା ବ୍ଯକ୍ତିମାନେ ଦେଶ-ବିଦେଶ ମଧ୍ଯ ଯାତ୍ରା କରିଥାନ୍ତି।

-ମୁକୁଟ ଯୋଗରେ ଜନ୍ମ ହୋଇଥିବା ବ୍ଯକ୍ତିମାନେ ନିଜ ପରିବାରକୁ ସହଯୋଗ କରିବା ସହ ପରିବାର ପାଇଁ କିଛି ମଧ୍ଯ କରିପାରନ୍ତି।

-ଏହି ଯୋଗରେ ଜନ୍ମ ହୋଇଥିବା ବ୍ଯକ୍ତି ନିଜ ଲକ୍ଷ୍ଯକୁ ପୂରଣ ନ କରିବା ପର୍ଯ୍ଯନ୍ତ ଶାନ୍ତିରେ ରହିପାରନ୍ତି ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button