ବିଚାର

ଡିନରରେ ରୁଟି କିମ୍ବା ପରଟା ସହିତ ବନାନ୍ତୁ ‘ଭେଜ କୋରମା’, ସ୍ୱାସ୍ଥ୍ୟ ଏବଂ ସ୍ୱାଦରେ ଜବରଦସ୍ତ

ସବୁବେଳେ ଗୋଟିଏ ଜିନିଷ ଖାଇବାକୁ ଭଲ ଲାଗିନଥାଏ। କିଛି ନୂଆ ଡିସର ସ୍ୱାଦ ଚାଖିବାକୁ ମନ ହୋଇଥାଏ। ପରିବାର ଲୋକଙ୍କୁ ଖୁସି କରିବା ପାଇଁ ଗ୍ରୁହିଣୀମାନେ ରାତି ଖାଇବାରେ କଣ ବନାଇବେ ଏଥିପାଇଁ ଚିନ୍ତାରେ ଥାଆନ୍ତି। ଏଥିପାଇଁ ଆପଣଙ୍କୁ ଟେନସନ୍‌ ନେବା ଦରକାର ନାହିଁ କାରଣ ଆଜି ଆମେ ଆପଣଙ୍କୁ ଜଣାଇବୁ ଭେଜ କୋରମା ରେସିପି। ଏହା ସ୍ୱାଦିଷ୍ଟ ହେବା ସହିତ ସ୍ୱାସ୍ଥ୍ୟକର ମଧ୍ୟ ହୋଇଥାଏ।

ଆବଶ୍ୟକ ସାମଗ୍ରୀ

-୧ କପ୍‌ ଫୁଲ କୋବି

-୧ କପ୍‌ ଆଳୁ କଟା ହୋଇଥିବା

-୧/୨ କପ୍‌ ଗ୍ରୀନ ମଟର

-ଅଳ୍ପ ବିନ୍ସ

-୧ କପ୍‌ ଗାଜର କଟା ହୋଇଥିବା

-୨ ବଡ ଚାମଚ ତେଲ

-ଗୋଟିଏ ପିଆଜ କଟା ହୋଇଥିବା

-୧ ଟମାଟୋ କଟା

-୧/୪ ଛୋଟ ଚାମଚ ହଳଦି ପାଉଡର

-୧/୪ ଛୋଟ ଚାମଚ ଲାଲ ଲଙ୍କା ପାଉଡର

-ଅଳ୍ପ ଧନିଆ ପତ୍ର

-ଲୁଣ ସ୍ୱାଦାନୁସାରେ

recipeପେଷ୍ଟ ପାଇଁ ଆବଶ୍ୟକ ସାମଗ୍ରୀ

-୩ ବଡ ଚାମଚ ନଡିଆ ଖଣ୍ଡ

-୯ରୁ ୧୦ଟି କାଜୁ

-୨ ଛୋଟ ଚାମଚ ଧନିଆ ପାଉଡର

-୨ଟି ଲବଙ୍ଗ

-୧-୨ ଧନିଆ ପତ୍ର

-୪ରୁ୫ଟି କଳା ମରୀଚ

-୧-୨ କଞ୍ଚା ଲଙ୍କା

-୨ କୋଲା ରସୁଣ କଟା ହୋଇଥିବା

-୧ ଛୋଟ ଖଣ୍ଡ ଅଦା

ପ୍ରସ୍ତୁତି ପ୍ରଣାଳୀ

-କୋବିକୁ ଧୋଇ ୩ରୁ୪ ମିନିଟ ଗରମ ପାଣିରେ ରଖନ୍ତୁ।

-କାଜୁକୁ ଅଧା ଘଣ୍ଟା ପାଣିରେ ଭିଜାଇ ରଖନ୍ତୁ।

-ପ୍ରେସର କୁକରରେ ତେଲ ଗରମ କରନ୍ତୁ । ଏହାପରେ ଏଥିରେ ପିଆଜ, ଟମାଟୋ ପକାଇ ଭାଜନ୍ତୁ।

-ଏବେ ଏଥିରେ ହଳଦୀ ଏବଂ ଲାଲ ଲଙ୍କା ପାଉଡର ମିଶାନ୍ତୁ। ଏହାକୁ ୨-୩ ମିନିଟ ଫ୍ରାଏ କରନ୍ତୁ।

-ଏହାପରେ ଏହି ପେଷ୍ଟକୁ ୪-୫ ମିନିଟ୍‌ ଧୀମା ଆଞ୍ଚରେ ଭାଜନ୍ତୁ।

-କଟା ପରିବା, କାଜୁ, ଲୁଣ ଏବଂ ପାଣି ମିଶାନ୍ତୁ ଏବଂ ଗୋଟିଏ ସିଟି ଦିଅନ୍ତୁ।

-ଥଣ୍ଡା ହେବା ପରେ ଏହାକୁ ଧନିଆ ପତ୍ରରେ ସଜାଇ ପରଷନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button