ଦେଶ ବିଦେଶ

କଣ ଆପଣ ଜାଣନ୍ତି କି ମୋଜା ପିନ୍ଧିବା ଦ୍ୱାରା ଆପଣଙ୍କ ଶରୀରକୁ ହୋଇଥାଏ କେଉଁ ପ୍ରକାର କ୍ଷତି

ପ୍ରଫେସନାଲ ଲାଇଫରେ ମୋଜା ପିନ୍ଧିବା ଆମ ଦିନଚର୍ଯ୍ୟାର ଏକ ଅଂଶ ହୋଇଥାଏ କିନ୍ତୁ ମୋଜା ପିନ୍ଧିବା ସମୟରେ ଆପଣଙ୍କୁ ଏହି କଥାର ଧ୍ୟାନ ରଖିବା ନିହାତି ଜରୁରୀ ଯେପରି ଏହା ଆପଣଙ୍କ ପାଦକୁ ଅଧିକ ଟାଇଟ ନହୁଏ । ଯଦି ଆପଣ ପ୍ରତିଦିନ ଟାଇଟ ମୋଜା ପିନ୍ଧୁଛନ୍ତି ତାହେଲେ ହୋଇଯାଆନ୍ତୁ ସାବଧାନ । ନଚେତ ଏହା ଆପଣଙ୍କ ଶରୀର ପାଇଁ ହୋଇପାରେ ବିପଦର କାରଣ ।

Image result for side effects of wearing socks"

୧-ଅଧିକ ଟାଇଟ ମୋଜା ପିନ୍ଧିବା ଦ୍ୱାରା ଏହା ଆପଣଙ୍କ ପାଦରେ କୁଣ୍ଡାଇହେବା ଓ ଇନଫେକ୍ସନ ଭଳି ସମସ୍ୟା ସୃଷ୍ଟି କରିପାରେ । ଏହାସହିତ ରକ୍ତସଂଚାର ତୀବ୍ର ହେବା କାରଣରୁ ଏହା ଆପଣଙ୍କ ଶରୀରରେ କ୍ଲାନ୍ତି ଏବଂ ଅତ୍ୟଧିକ ଗରମ ହେବାଭଳି ସମସ୍ୟା ସୃଷ୍ଟି କରିଥାଏ ।

୨- ଯଦି ଆପଣ ଅଧିକ ସମୟ ପର୍ଯ୍ୟନ୍ତ ମୋଜା ପିନ୍ଧୁଛନ୍ତି ତାହେଲେ ଏହାଦ୍ୱାରା ପାଦ ଷ୍ଟିଫ ହୋଇଯାଇଥାଏ ଏବଂ ପାଦ ଝିମଝିମ ହେବା ଭଳି ସମସ୍ୟା ଦେଖାଦେଇଥାଏ ।

୩-ପାଦରୁ ଝାଳ ବାହାରିବା ସହିତ ଏହା ପାଦରେ ଫଙ୍ଗଲ ଇନଫେକ୍ସନ ଭଳି ସମସ୍ୟା ସୃଷ୍ଟି କରିଥାଏ । ଯାହାଦ୍ୱାରା ପାଦର ତ୍ୱଚା ଖରାପ ହୋଇଯାଇଥାଏ।

Image result for varicose veins"

୪- ଟାଇଟ ମୋଜା ପିନ୍ଧିବାର ଅଭ୍ୟାସ ଆପଣଙ୍କୁ ଭ୍ୟାରିକୋଜ ଭେନସ(ପାଦର ଶିରାପ୍ରଶିରା ନୀଳ ପଡିଯିବା)ଭଳି ରୋଗର ଶିକାର ବନାଇଥାଏ । କେବଳ ସେତିକି ନୁହେଁ ଯଦି ଏହି ରୋଗ ଆପଣଙ୍କୁ ପୂର୍ବରୁ ଅଛି ତାହେଲେ ପରିସ୍ଥିତି ସଙ୍କଟାପର୍ଣ୍ଣ ହେବାର ଆଶଙ୍କା ରହିଥାଏ ।

୫- ଟାଇଟ ମୋଜା ପିନ୍ଧିବା ଦ୍ୱାରା ଆପଣଙ୍କ ପାଦରେ କୁଣ୍ଡେଇହେବା, ଜ୍ୱଳନ ହେବା ଓ ଚିହ୍ନ ହେବା ଭଳି ସମସ୍ୟା ଦେଖାଦେଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button