ଦେଶ ବିଦେଶ

ଜାଣନ୍ତୁ କାହିଁକି ବିବାହ ସମୟରେ ବର-କନିଆଙ୍କୁ ଲଗାଯାଏ ହଳଦୀ

ଭାରତୀୟ ବିବାହରେ ବର କନିଆଙ୍କୁ ସ୍ବତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଏ। ଭାରତୀୟ ବିବାହରେ ବର ଏବଂ କନିଆଙ୍କୁ ହଳଦୀ ଲଗାଇବାର ବିଶେଷ ପରାମ୍ପରା ରହିଛି ଯାହାକୁ ସମଗ୍ର ଦେଶ ମାନିଥାଏ। କୁହାଯାଏ ଯେ ଏହି ହଳଦୀ ଖରାପ ଶକ୍ତି ଠାରୁ ରକ୍ଷା କରିଥାଏ। ହଳଦିଆ ରଙ୍ଗ ଖୁସିର ପ୍ରତିକ ଅଟେ। ଏଥିପାଇଁ ବିବାହ କାର୍ଯ୍ଯରେ ହଳଦିଆ କପଡା ମଧ୍ୟ ପରିଧାନ କରାଯାଏ। ଏହାକୁ ଅତ୍ୟନ୍ତ ଶୁଭ ବୋଲି ଧରାଯାଏ। ଏହାଛଡା ହଳଦୀ ଲଗାଇବାରେ ଅନେକ କାରଣ ରହିଛି। ସେହି କାରଣ ସମ୍ପର୍କରେ ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ।

Haldi-Ceremonyହଳଦୀ ନକାରାତ୍ମକ ଶକ୍ତିକୁ ନଷ୍ଟ କରିଥାଏ, ଏଥିପାଇଁ ହଳଦୀକୁ ବିବାହରେ ବ୍ୟବହାର କରାଯାଏ ଯଉଁଥିରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ।

ବିବାହ ସମୟରେ ଘରକୁ ବହୁତ ପ୍ରକାରର ଲୋକମାନେ ଆସିଥାନ୍ତି ଯେଉଁ କାରଣରୁ ନକାରାତ୍ମକ ଶକ୍ତି ମଧ୍ୟ ଆସିଥାଏ। ଯାହା କନିଆ ପାଇଁ ଠିକ ହୋଇ ନଥାଏ। କେତେକ ଥର ବର-କନିଆଙ୍କର ସ୍ବାସ୍ଥ୍ୟ ମଧ୍ୟ ଠିକ ରହେ ନାହିଁ। ଯଦି ଆପଣ ହଳଦୀ ଲଗାନ୍ତି ତେବେ ଏହି ସବୁର ପ୍ରଭାବ ତାଙ୍କ ଉପରେ ପଡେ ନାହିଁ।

haldiହଳଦୀକୁ ଖରାପ ନଜରରୁ ରକ୍ଷା ପାଇବା ପାଇଁ ମଧ୍ୟ ଲଗାଯାଇଥାଏ। ଏହାପରେ ବର ଏବଂ କନିଆଙ୍କୁ ଘରୁ ବାହାରିବା ପାଇଁ ଅନୁମତି ଦିଆଯାଏ ନାହିଁ।

ହଳଦୀ ଚେହେରାର ରଙ୍ଗକୁ ମଧ୍ୟ ଚମକାଇବାରେ ସାହାଯ୍ୟ କରିଥାଏ। ଯଦି କୌଣସି କାରଣବସତଃ ବର-କନିଆଙ୍କୁ ଆଘାତ ଲାଗି ଯାଏ ତେବେ ଏହି ହଳଦୀ ଦ୍ବାରା ତାହା ଠିକ ହୋଇଯାଏ। ଏହା ସହିତ ଏହା କାମନା କରାଯାଏ ନବ ଯୋଡିଙ୍କୁ କୌଣସି ପ୍ରକାରର ଆଘାତ ନ ଲାଗୁ। ଏଥିପାଇଁ ଭାରତୀୟ ବିବାହରେ ବର-କନିଆଙ୍କୁ ହଳଦୀ ଲଗାଯାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button