ଦେଶ ବିଦେଶ

ପ୍ଲାଷ୍ଟିକ୍‌ ବାସନର ଦାଗକୁ ନେଇ ଚିନ୍ତିତ କି? ଆପଣାନ୍ତୁ ଏହି ଘରୋଇ ଉପାୟ

ବର୍ତ୍ତମାନ ପ୍ଲାଷ୍ଟିକ୍‌ର ବାସନକୁସନ ଟ୍ରେଣ୍ଡରେ ରହିଛି। ପ୍ରାୟ ସମସ୍ତେ ଷ୍ଟିଲ ବାସନ୍‌ ବ୍ୟବହାର କରି କରି ବିରକ୍ତ ହୋଇ ପ୍ଲାଷ୍ଟିକର ରଙ୍ଗବେରଙ୍ଗର ବାସନ ବ୍ୟବହାର କରିବାକୁ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି। ତେବେ ପ୍ଲାଷ୍ଟିକ୍‌ ବାସନ ବ୍ୟବହାର କରିବାର ଏକ ସମସ୍ୟା ହେଉଛି ଏଥିରେ ତେଲଚିଟା ଲାଗି ରହେ ଓ ଗନ୍ଧ ମଧ୍ୟ ରହିଯାଏ। ଯାହାକୁ ସଫା କରିବା ମୁସ୍କିଲ ହୋଇଥାଏ। ମାତ୍ର କେତେକ ଘରୋଇ ଉପାୟରେ ଏହି ପ୍ଲାଷ୍ଟିକ୍‌ ବାସନରୁ ଦାଗ ଛଡ଼ାଇ ହେବ। ଆସନ୍ତୁ ଜାଣିବା ପ୍ଲାଷ୍ଟିକ୍‌ ବାସନକୁ ସଫା କରିବା ଉପାୟ…

ବେକିଂ ସୋଡ଼ା:

ପ୍ଲାଷ୍ଟିକ୍‌ ବାସନକୁ ପୁଣିଥରେ ନୂଆ ଭଳି ଚମକାଇବାକୁ ଆପଣ ବେକିଂ ସୋଡ଼ାର ସାହାରା ନେଇପାରିବେ। ଏଥିପାଇଁ ଏକ ବାଲ୍‌ଟିରେ ଗରମ ପାଣି ଭରି ସେଥିରେ ୩-୪ ଚାମଚ ବେକିଂ ସୋଡ଼ା ପକାଇ ଭଲ ଭାବେ ଗୋଳାଇଦିଅନ୍ତୁ। ଏବେ ଏଥିରେ ପ୍ଲାଷ୍ଟିକ୍‌ ବାସନକୁ କିଛି ସମୟ ଭିଜାନ୍ତୁ, ଯେଭଳି ବାସନ ସମ୍ପୂର୍ଣ୍ଣ ରୂପେ ପାଣିରେ ରହିବ। ଅଧଘଣ୍ଟା ପରେ ବାସନକୁ ପାଣିରୁ କାଢ଼ି ସ୍କ୍ରବ୍‌ରେ ରଗଡ଼ିକି ମାଜି ଦିଅନ୍ତୁ, ଦାଗ ସଫା ହୋଇଯିବ।

ଭିନେଗାର:

ଦାଗ ଛଡ଼ାଇବାର ଆଉ ଏକ ସହଜ ଉପାୟ ହେଉଛି ଭିନେଗାର। ଏଥିପାଣି ପାଣିରେ ଭିନେଗାର ମିଶାଇ କିଛି ସମୟ ପର୍ଯ୍ୟନ୍ତ ବାସନକୁ ବୁଡ଼ାନ୍ତୁ। ପରେ ସ୍କ୍ରବ୍‌ରେ ମାଜିଦିଅନ୍ତୁ।

ତରଳ କ୍ଲୋରିନ୍‌ ବ୍ଲିଚ୍‌:

ପୋଷାକର ଦାଗ ଛଡ଼ାଇବାରେ ବ୍ୟବହାର କରାଯାଉଥିବା ବ୍ଲିଚ୍‌, ପ୍ଲାଷ୍ଟିକ୍‌ ବାସନରୁ ମଧ୍ୟ ଦାଗ ଛଡ଼ାଇଥାଏ। ବାସନରେ ଦାଗ ହୋଇଥିବା ସ୍ଥାନରେ ଟିକେ ତରଳ କ୍ଲୋରିନ୍‌ ବ୍ଲିଚ୍‌ ପକାଇ ମାଜିଦିଅନ୍ତୁ। ଦାଗ ଛାଡ଼ିଯିବ।

କଫି:

ଦୁର୍ଗନ୍ଧ ହେଉଥିବା ପ୍ଲାଷ୍ଟିକ୍‌ ବାସନକୁ ସଫା କରିବା ପାଇଁ କଫି ହେଉଛି ସବୁଠୁ ଭଲ ବିକଳ୍ପ। କଫି ପାଉଡରକୁ ବାସନରେ ଲଗାଇ କିଛିସମୟ ପର୍ଯ୍ୟନ୍ତ ଛାଡ଼ିଦିଅନ୍ତୁ। ଏଭଳି କରିବା ଦ୍ୱାରା ବାସନରେ ଚମକ ଫେରିଆସିବା ସହ ଦୁର୍ଗନ୍ଧ ମଧ୍ୟ ଦୂର ହେବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button