ଦେଶ ବିଦେଶ

ଦାମୀ କ୍ରିମ୍‌ ନୁହେଁ, ଷ୍ଟ୍ରେଚ୍‌ ମାର୍କରୁ ମୁକ୍ତି ପାଇଁ ଭୋଜନରେ ସାମିଲ କରନ୍ତୁ ଏହି ଭିଟାମିନ୍‌

ଗର୍ଭାବସ୍ଥା ପ୍ରତ୍ୟେକ ମହିଳାଙ୍କ ପାଇଁ ଏକ ଖୁବ୍‌ ସୁନ୍ଦର ଅନୁଭବ। କିନ୍ତୁ ପ୍ରସବ ପରେ ମହିଳାଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ପ୍ରେଗ୍‌ନାନ୍ସି ପରେ ଶାରୀରିକ ଦୁର୍ବଳତା, ଓଜନ ବୃଦ୍ଧି, କେଶ ଝଡ଼ିବା ବ୍ୟତୀତ ପେଟର ଷ୍ଟ୍ରେଚ୍‌ ମାର୍କ ଭଳି ସମସ୍ୟା ମଧ୍ୟ ଦେଖିବାକୁ ମିଳେ। କେତେକ ଛୋଟ ଛୋଟ ବିଷୟ ପ୍ରତି ଧ୍ୟାନ ଦେଲେ ଏହି ସମସ୍ୟାରୁ ବି ସହଜରେ ମୁକ୍ତି ମିଳିପାରିବ। କୌଣସି ଦାମୀ କ୍ରିମ୍‌ ନୁହେଁ କେବଳ କେତେକ ଭିଟାମିନ୍‌କୁ ବ୍ୟବହାର କରିବା ଦ୍ୱାରା ଏହି ଦାଗ ଦୂର କରିହେବ। ଆସନ୍ତୁ ଜାଣିବା ପେଟର ଷ୍ଟ୍ରେଚ୍‌ ମାର୍କ ଦୂର କରୁଥିବା ଭିଟାମିନ୍‌ ସମ୍ପର୍କରେ…

ଭିଟାମିନ୍‌ ଇ:

 

‘ଭିଟାମିନ୍‌ ଇ’କୁ ବିୟୁଟି ଭିଟାମିନ୍‌ ମଧ୍ୟ କୁହାଯାଏ। ଏଥିରେ ଆଣ୍ଟି ଆକ୍ସଡେଣ୍ଟ ଗୁଣ ଥିବାରୁ ଏହା ଡ୍ୟାମେଜ୍‌ ଟିସୁକୁ ସଜାଡ଼ିବାରେ ସାହାଯ୍ୟ କରେ। ଏହା ଷ୍ଟ୍ରେଚ୍‌ ମାର୍କକୁ ହଟାଇ ସ୍କିନ୍‌କୁ କୋମଳ କରିବାରେ ସାହାଯ୍ୟ କରେ। ଭିଟାମିନ୍‌ ଇ କ୍ୟାପ୍‌ସୁଲ୍‌କୁ ରାତିରେ ଶୋଇବା ପୂର୍ବରୁ ଷ୍ଟେଚ୍‌ ମାର୍କ ଥିବା ସ୍ଥାନରେ ଲଗାନ୍ତୁ। ଏଥିସହ ଡାଏଟ୍‌ରେ ବି ଭିଟାମିନ୍‌ ଇ ଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ।

ଭିଟାମିନ୍‌ ଏ:

ପ୍ରସବ ପରେ ଷ୍ଟ୍ରେଚ୍‌ ମାର୍କ ଦାଗକୁ ଲିଭାଇବା ପାଇଁ ଭିଟାମିନ୍‌ ଏ ଯୁକ୍ତ ଖାଦ୍ୟ ନିଶ୍ଚୟ ଗ୍ରହଣ କରନ୍ତୁ। ଏଥିପାଇଁ ପ୍ରଚୁର ପରିମାଣରେ ଗାଜର, ଆଳୁ, କ୍ଷୀର, ଟମାଟୋ, ମାଛ ଆଦି ସେବନ କରନ୍ତୁ।

ଭିଟାମିନ୍‌ ସି:

ଶରୀରରେ ଦେଖାଯାଉଥିବା ଷ୍ଟ୍ରେଚ୍‌ ମାର୍କରୁ ମୁକ୍ତି ପାଇବାକୁ ଭିଟାମିନ୍‌ ସି ଯୁକ୍ତ ଖାଦ୍ୟକୁ ଭୋଜନରେ ସାମିଲ କରନ୍ତୁ। ଏହା ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ। ବ୍ରୋକଲି, ଫୁଲକୋବି, ପାସ୍ତା, ଭାତ, ଲେମ୍ବୁ, ଅଁଳା, କମଳା, ଅଙ୍ଗୁର ଆଦିକୁ ଖାଦ୍ୟରେ ସାମିଲ କରିପାରନ୍ତି।

ଭିଟାମିନ୍‌ କେ:

ଭିଟାମିନ୍‌ କେ ମଧ୍ୟ ଶରୀରର ଷ୍ଟ୍ରେଚ୍‌ ମାର୍କ ଦୂର କରିବାରେ ସାହାଯ୍ୟ କରେ। ଭିଟାମିନ୍‌ କେ ଯୁକ୍ତ ଖାଦ୍ୟ ବ୍ରୋକଲି, ବନ୍ଧାକୋବି, ସାଲଗମ୍‌, ପାଳକ, ସ୍ପାଉଟ୍ସ, କ୍ୟାବେଜ୍‌ ଓ ସ୍ପ୍ରିଙ୍ଗ ଓନିଅନ୍‌ ବା ସବୁଜ ପିଆଜ ଖାଇବା ଦ୍ୱାରା ମଧ୍ୟ ଦାଗ ଦୂର ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button