ରାଶିଫଳ

ନୂଆ ବର୍ଷରେ କୁମ୍ଭ ରାଶି ଉପରେ ପଡ଼ିବ ଶନିଙ୍କ ପ୍ରଭାବ, ଜାଣନ୍ତୁ କଣ ରହିବ ଅବସ୍ଥା

୨୪ ଜାନୁଆରୀ ୨୦୨୦ରେ ଶନି ଧନୁ ରାଶିରୁ ମକର ରାଶିରେ ପ୍ରବେଶ କରିବେ। ଯାହାଦ୍ୱାରା କୁମ୍ଭ ରାଶି ଉପରେ ପ୍ରଭାବ ପଡିବ। ଯାହା ଆପଣଙ୍କ ଖର୍ଚ୍ଚ ବଢିବାର ସଂକେତ ଦେଉଛି। ଆର୍ଥିକ ସ୍ଥିତିରେ ସମସ୍ୟା ଦେଖିବାକୁ ମିଳିବ। ଶତ୍ରୁମାନେ ମଧ୍ୟ ଆପଣଙ୍କୁ କଷ୍ଟ ଦେଇପାରନ୍ତି। ଚାକିରୀରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିବ। ଜାଣନ୍ତୁ ଶନିଙ୍କ ଆଗମନରେ ଆପଣଙ୍କ ପାଇଁ କିପରି ରହିବ ନବବର୍ଷ।

ସ୍ଥାନ ପରବିର୍ତ୍ତନର ଯୋଗ ରହିଛି। ଯେଉଁ କାରଣରୁ ଆପଣ ନିଜ ପରିବାର ଠାରୁ ଦୂରରେ ରହିପାରନ୍ତି। ସରକାରୀ ଚାକିରୀ କରିଥିବା ଜାତକରେ ଅଧିକାଂଶ ସମୟ ଯାତ୍ରା କରିବାକୁ ପଡ଼ିବ। ସ୍ୱାସ୍ଥ୍ୟ ଖରାପ ରହିବା କାରଣରୁ ଚାକିରୀରେ ଏହାର ଖରାପ ପ୍ରଭାବ ପଡିପାରେ। କାର୍ଯ୍ୟକ୍ଷେତ୍ରରେ ଶତ୍ରୁମାନେ ମଧ୍ୟ ସମସ୍ୟା ସୃଷ୍ଟି କରିପାରନ୍ତି। ଯାହାଫଳରେ ଆପଣଙ୍କର ପ୍ରମୋସନ ହେବା କ୍ଷେତ୍ରରେ ବାଧା ଦେଖାଯାଇପାରେ।

rasiବ୍ୟବସାୟୀମାନଙ୍କ ପାଇଁ ଏହି ସମୟ ଖୁବ୍‌ କଷ୍ଟକର ହେବ। କାହା ଉପରେ ବି ଆକି ବନ୍ଦ କରି ବିଶ୍ୱାସ କରନ୍ତୁ ନାହିଁ କାରଣ ଧୋକା ଅବଶ୍ୟ ମିଳିପାରେ। ବ୍ୟବସାୟ ସୁଚାରୁ ରୂପେ ତୁଲାଇବା ପାଇଁ କରଜ କରିବାକୁ ପଡ଼ିପାରେ। ଯଦି ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଭାବୁଛନ୍ତି ତେବେ ଭଲ ସମୟକୁ ଅପେକ୍ଷା କରିବାକୁ ପଡିବ।

ଶନିଙ୍କ ପ୍ରଭାବରେ ଆପଣଙ୍କ ଲଭ ଲାଇଫ୍‌ ପ୍ରଭାବିତ ହୋଇପାରେ। ବିନା କୌଣସି କାରଣରେ ଆପଣ ପାଟର୍ନରଙ୍କ ସହ ଝଗଡା କରିପାରନ୍ତି। ଏହି ସମୟରେ ଆପଣଙ୍କ ବାଣୀ ଏପରି କଟୁ ହୋଇଯିବ ଯେ ଯାହା ଦ୍ୱାରା ଆପଣଙ୍କ ସମ୍ପର୍କରେ ଫାଟ ଦେଖାଯାଇପାରେ। ବିବାହିତ ଜାତକରେ ସନ୍ଦେହ ସୃଷ୍ଟି ହେବା କାରଣରୁ ଝଗଡା ହେବାର ସମ୍ଭାବନା ରହିଛି।

ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇପାରେ। ଗଳା ସମ୍ବନ୍ଧିତ ରୋଗ ଆପଣଙ୍କୁ ଅଧିକ ଚିନ୍ତିତ କରିବ। ହଠାତ୍‌ ଛୋଟ ଭାଇ-ଭଉଣୀଙ୍କ ତ୍ସ୍ଵାସ୍ଥ୍ୟ ଖରାପ ହୋଇପାରେ। ସାବଧାନତାର ସହ ଯାନ-ବାହାନ ଚଳାନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button