ଦେଶ ବିଦେଶ

ଶାରୀରିକ ସମ୍ପର୍କ ଉପରେ ଏଭଳି ପ୍ରଭାବ ପକାଏ ମଧୁମେହ, ଜାଣନ୍ତୁ ଏଥିରୁ ମୁକ୍ତି ପାଇବା ଉପାୟ

ଶରୀରରେ ଶର୍କରାର ପରିମାଣ ବୃଦ୍ଧି ପାଇଲେ ମଧୁମେହ ବା ଡାଇବେଟିସ୍‌ ରୋଗ ଦେଖାଦିଏ। ଥରେ ମଧୁମେହରେ ପୀଡ଼ିତ ହେଲେ ଶରୀରରେ ବିଭିନ୍ନ ପ୍ରକାରର ପରିବର୍ତ୍ତନ ହୋଇଥାଏ। ସେଥିମଧ୍ୟରୁ ଗୋଟିଏ ହେଉଛି ଶାରୀରିକ ସମ୍ପର୍କ ବେଳେ ସମସ୍ୟା। ଖାସ୍‌ କରି ମହିଳାଙ୍କ ଠାରେ ଏହି ସମସ୍ୟା ଅଧିକ ପରିମାଣରେ ଦେଖିବାକୁ ମିଳେ।

କାମ ଇଚ୍ଛା ବା ସେକ୍ସୁଆଲିଟି ଅର୍ଥ କେବଳ ଯୌନ ଗତିବିଧି ନୁହେଁ ଏଥିରେ ଯୌନ ସମ୍ବନ୍ଧୀୟ ସମସ୍ତ ଆକ୍ଟିଭିଟି ସାମିଲ ରହିଛି। ଯଥା: ମହିଳାଙ୍କ ଇଚ୍ଛା, ଶାରୀରିକ ପରିବର୍ତ୍ତନ, ସମ୍ପର୍କ ବେଳର କାର୍ଯ୍ୟଦକ୍ଷତା ଇତ୍ୟାଦି। ଏଥିରେ ମହିଳାଙ୍କ ପ୍ରଜନନ କ୍ଷମତା ଓ ଗର୍ଭନିରୋଧ ମଧ୍ୟ ସାମିଲ ରହିଛି।

ମଧୁମେହରେ ପୀଡ଼ିତ ମହିଳାଙ୍କୁ ଶାରୀରିକ ସମ୍ପର୍କ ବେଳେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଉତ୍ତେଜନା ଓ ଇଚ୍ଛା ଉଭୟ ଶାରୀରିକ ସମ୍ପର୍କରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ବେଳେ ଡାଇବେଟିସ୍‌ ରୋଗୀଙ୍କ ଶରୀରରେ ଏସବୁ ଲକ୍ଷଣ ପ୍ରକାଶ ପାଏ ନାହିଁ। ମଧୁମେହ ରୋଗୀ ଅଧିକ ପରିଶ୍ରମ କଲେ ଶୀଘ୍ର ଥକି ପଡ଼ୁଥିବାରୁ ସେମାନେ ସହବାସର ମଜା ଉଠାଇପାରିନଥାନ୍ତି। ଫଳରେ ସାଥୀଙ୍କୁ ସନ୍ତୁଷ୍ଟ କରିପାରନ୍ତି ନାହିଁ। ଯାହା ଫଳରେ ଦାମ୍ପତ୍ୟ ଜୀବନ ପ୍ରଭାବିତ ହୋଇଥାଏ ।

ଖାସ୍‌ କରି ସମ୍ବନ୍ଧ ବେଳେ ମହିଳାଙ୍କ ଶରୀରରୁ ନିର୍ଗତ ହେଉଥିବା ତରଳ ପଦାର୍ଥ ମଧୁମେହ ରୋଗୀଙ୍କ ଶରୀରରୁ ପ୍ରବାହିତ ହୁଏ ନାହିଁ, ଫଳରେ ସମ୍ପର୍କ ସ୍ଥାପନ ବେଳେ ପୀଡ଼ା ହୁଏ। ମଧୁମେହ ରୋଗୀଙ୍କ ଯୌନ ଇଚ୍ଛା କମ୍‌ ଥାଏ କିମ୍ବା ଆଦୌ ନଥାଏ। ସେମାନଙ୍କ ଶରୀର ମଧ୍ୟ କୌଣସି ରୋମାଣ୍ଟିକ୍‌ ଆକ୍ଟିଭିଟି ଉପରେ ପ୍ରତିକ୍ରିୟା ପ୍ରକାଶ କରିନଥାଏ।

ଏହାର କାରଣ:

  • ଦୁର୍ବଳ ଶିରାପ୍ରଶିରା
  • ଯୌନାଙ୍ଗରେ କମ୍‌ ପରିମାଣରେ ରକ୍ତ ସଞ୍ଚାଳନ
  • ହରମୋନ୍‌ ପରିବର୍ତ୍ତନ
  • ଔଷଧର ପାର୍ଶ୍ୱ ପ୍ରତିକ୍ରିୟା

  • ମାଦକ ଦ୍ରବ୍ୟ ସେବନ
  • ଚିନ୍ତା, ଅବସାଦ
  • ସଂକ୍ରମଣ
  • ଗର୍ଭାବସ୍ଥା ବା ମାସିକ ଧର୍ମ ସମ୍ବନ୍ଧୀୟ ଅବସ୍ଥା
  • ଅନ୍ୟ ରୋଗ

ପ୍ରତିକାର:

  • ଯୌନ ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ ମହିଳାଙ୍କୁ ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବା ଜରୁରୀ।
  • ଖାସ୍‌ କରି ମହିଳାଙ୍କ ଯୋନିରେ ଦେଖାଯାଉଥିବା ଶୁଷ୍କପଣକୁ ଦୂର କରିବା ପାଇଁ କୌଣସି ତୈଳାକ୍ତ ଦ୍ରବ୍ୟ ବ୍ୟବହାର କରିବା ଲାଭଦାୟକ ହେବ।

  • ଆପଣ ଏଥିପାଇଁ ସମ୍ବନ୍ଧ ବେଳେ ନିଜ ସୁବିଧା ଅନୁସାରେ ପୋଜିସନ୍‌କୁ ମଧ୍ୟ ବଦଳାଇ ପାରିବେ।
  • ଯୌନ ଇଚ୍ଛାକୁ ପୁଣି ଥରେ ଉଦ୍ରେକ କରିବା ପାଇଁ ଆପଣ କାଉନ୍‌ସେଲିଂର ସାହାରା ମଧ୍ୟ ନେଇ ପାରିବେ।
  • ତଥାପି ଯଦି କୌଣସି ଲାଭ ନ ମିଳିଲା ତେବେ ଡାକ୍ତରଙ୍କ ପରାମର୍ଶ ନେଇ ପାରନ୍ତି।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button