ବିଚାର

ଛୁଆ ମିଠା ପ୍ରିୟ ହୋଇଥିଲେ ଚିନି ବଦଳରେ ଦିଅନ୍ତୁ ଏହି ଦୁଇଟି ଜିନିଷ, ମିଳିବ ଅନେକ ଫାଇଦା

ପିଲାମାନେ ରାଗ ଅପେକ୍ଷା ମିଠା ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି। କିଛି ଛୁଆଙ୍କୁ ମିଠା ଏତେ ପସନ୍ଦ ଯେ ସେମାନଙ୍କୁ କିଛି ନ ମିଳିଲେ ସେମାନେ ଚିନି ଖାଇ ଖୁସି ହୋଇଯାଆନ୍ତି। କିନ୍ତୁ ଆବଶ୍ୟକତାଠାରୁ ଅଧିକ ଚିନି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଆସନ୍ତୁ ଜାଣିବା ପିଲାଙ୍କୁ ଚିନି ଦ୍ୱାରା ହେଉଥିବା କ୍ଷତି ଓ ଏଥିରୁ ମୁକ୍ତି ପାଇବା ଉପାୟ…

ଅଧିକ ମିଠା ଖାଇବା ଦ୍ୱାରା ହୁଏ ଏସବୁ କ୍ଷତି:

  • ଅଧିକ ମିଠା ସେବନ ଦ୍ୱାରା ଛୁଆ ମୋଟାପଣର ଶିକାର ହୋଇଯାନ୍ତି ଓ ପରେ ରୋଗାଗ୍ରସ୍ତ ହୋଇପଡ଼ନ୍ତି।
  • ମିଠା ଖାଇବା ଦ୍ୱାରା ଦାନ୍ତ ପୋକ କାଟିବା ସହ ଦାନ୍ତ ସମ୍ବନ୍ଧୀୟ ଅନ୍ୟାନ୍ୟ ସମସ୍ୟା ଦେଖାଦିଏ।
  • ଅଧିକ ଚିନି ଯୋଗୁ ଟାଇପ୍‌-୨ ମଧୁମେହ ହୋଇପାରେ।
  • ମିଠା ଖାଇବା ଦ୍ୱାରା ପେଟରେ କୃମି ହେବା ଆଶଙ୍କା ବୃଦ୍ଧିପାଏ।

 

ମିଠା ବଦଳରେ ଦିଅନ୍ତୁ ଏସବୁ:

ଗୁଡ଼:

ଯଦି ଆପଣଙ୍କ ଛୁଆକୁ ଅଧିକ ମିଠା ପସନ୍ଦ ତେବେ ତାକୁ ଚିନି ବଦଳରେ ଗୁଡ଼ ଦିଅନ୍ତୁ। ଯେତେବେଳେ ବି ଛୁଆ ଚିନି ମାଗୁଛି ତାକୁ ଖଣ୍ଡେ ଗୁଡ଼ ଦିଅନ୍ତୁ। ଗୁଡ଼ ଇମ୍ୟୁନିଟି ସିଷ୍ଟମ୍‌କୁ ମଜଭୁତ୍‌ କରିବା ସହ ଛୁଆଙ୍କ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦୂର କରେ।

ମହୁ:

ଛୁଆକୁ ପାଉରୁଟିରେ ଅନ୍ୟ ମିଠା ବଦଳରେ ମହୁ ଲଗାଇ ଖାଇବାକୁ ଦିଅନ୍ତୁ। ମହୁ କେବଳ ଭୋଜନର ସ୍ୱାଦ ବଢ଼ାଏନି ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ମହୁରେ ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟି ସେପ୍ଟିକ୍‌ ଗୁଣ ରହିଛି, ଯାହା ଶିଶୁକୁ ନିରୋଗ ରଖିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button