ଦେଶ ବିଦେଶ

ମୁହଁରେ ଆଦୌ ଲଗାନ୍ତୁନି ଏହି ୪ଟି ଜିନିଷ, ସବୁଦିନ ପାଇଁ ଖରାପ ହୋଇପାରେ ତ୍ୱଚା

ତ୍ୱଚାର ଗ୍ଲୋ ବଜାୟ ରଖିବା ପାଇଁ ବର୍ତ୍ତମାନ ମହିଳାମାନେ ବିଭିନ୍ନ ପ୍ରକାରର ବିୟୁଟି ପ୍ରଡକ୍ଟ ବ୍ୟବହାର କରୁଛନ୍ତି। ବଜାରରେ ମିଳୁଥିବା ଦାମୀ ପ୍ରଡକ୍ଟ ସମେତ ଏବେ ମହିଳାମାନେ ଘରୋଇ ପଦ୍ଧତିରେ ମଧ୍ୟ ତ୍ୱଚାକୁ ମୁଲାୟମ କରୁଥିବା ଦେଖିବାକୁ ମିଳୁଛି। ତେବେ ବେଳେ ବେଳେ ମହିଳାମାନେ ବ୍ୟବହାର କରୁଥିବା କିଛି ପ୍ରଡକ୍ଟ ତାଙ୍କ ସୌନ୍ଦର୍ଯ୍ୟ ବଢ଼ାଇବା ପରିବର୍ତ୍ତେ ତ୍ୱଚାକୁ ଖରାପ କରିଦିଏ। ସମସ୍ତଙ୍କ ତ୍ୱଚାକୁ ସବୁ ଉତ୍ପାଦ ସୁଟ୍‌ କରିନଥାଏ ଫଳରେ ଚେହେରା ଖରାପ ହୁଏ। ଆସନ୍ତୁ ଜାଣିବା ସେମିତି କିିଛି ଜିନିଷ ବିଷୟରେ ଯାହା ତ୍ୱଚାକୁ ସୁନ୍ଦର କରିବା ପରିବର୍ତ୍ତେ କରିଦିଏ ନଷ୍ଟ …

ଗରମ ପାଣି:

ଷ୍ଟିମ୍‌ ଫେସିଆଲ ତ୍ୱଚା ପାଇଁ ଉତ୍ତମ ହୋଇଥାଏ। କିନ୍ତୁ ଗରମ ପାଣିରେ ସିଧାସଳଖ ମୁହଁ ଧୋଇବା ଚେହେରା ଉପରେ ଖରାପ ପ୍ରଭାବ ପକାଇଥାଏ। ବର୍ତ୍ତମାନ ଶୀତଦିନ ଚାଲୁଥିବାରୁ ଲୋକମାନେ ଗରମ ପାଣିରେ ଗାଧୋଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଅତ୍ୟଧିକ ଗରମ ପାଣି ବ୍ୟବହାର କରିବା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଶରୀରର ଅନ୍ୟ ଅଙ୍ଗପ୍ରତ୍ୟଙ୍ଗ ଅପେକ୍ଷା ମୁହଁର ତ୍ୱଚା ଅଧିକ କୋମଳ ଓ ମୁଲାୟମ ହୋଇଥାଏ। ଏଥିରେ ଅତ୍ୟଧିକ ଗରମ ପାଣି ପଡ଼ିଲେ ଫୋଟକା ହେବା ସମ୍ଭାବନା ରହିଛି। ଏଣୁ ସବୁବେଳେ ଉଷୁମ ପାଣି ବ୍ୟବହାର କରନ୍ତୁ।

ଲେମ୍ବୁ ରସ:

ଲେମ୍ବୁ ରସ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। କିନ୍ତୁ ଏହା ସିଧାସଳଖ ତ୍ୱଚାରେ ଲଗାଇବା କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ଲେମ୍ବୁରେ ଥିବା ସାଇଟ୍ରିକ୍‌ ଏସିଡ୍‌ ତ୍ୱଚାର ଚମକକୁ କମ୍‌ କରିଥାଏ। ଏଥିସହ ତ୍ୱଚାକୁ ଜଳାଇଦେଇଥାଏ ମଧ୍ୟ। ଏଣୁ ଲେମ୍ବୁୁକୁ ସିଧାସଳଖ ମୁହଁରେ ଘଷନ୍ତୁ ନାହିଁ।

ଟୁଥ୍‌ପେଷ୍ଟ:

Related image

ଲୋକମାନେ ପ୍ରାୟତଃ ମୁହଁର ବ୍ରଣ ଦୂର କରିବାକୁ ଟୁଥ୍‌ପେଷ୍ଟ ବ୍ୟବହାର କରିଥାନ୍ତି। କିନ୍ତୁ ଏଭଳି କରିବା ଅନୁଚିତ। ଟୁଥ୍‌ପେଷ୍ଟ ତ୍ୱଚାରେ ମେଲାନିନ୍‌ର ପରିମାଣକୁ ବଢ଼ାଇ ଦେଇଥାଏ। ଫଳରେ ଚେହେରା କଳା ପଡ଼ିଯାଏ। ଏଥିସହ ବ୍ରଣ କମିବା ବଦଳରେ ଡାର୍କ ସ୍ପଟ୍‌ ଦେଖାଯାଏ।

ପୁରୁଣା ସନ୍‌ସ୍କ୍ରିନ୍‌:

 

ମହିଳାମାନେ ସାଧାରଣତଃ ଘରୁ ବାହାରିବା ବେଳେ ସନ୍‌ସ୍କ୍ରିନ୍‌ ଲୋସନ୍‌ ବ୍ୟବହାର କରିଥାନ୍ତି। କିନ୍ତୁ ଯଦି ଆପଣ ପୁରୁଣା ସନ୍‌ସ୍କ୍ରିନ୍‌ ବ୍ୟବହାର କରୁଛନ୍ତି ତେବେ ଆଜିଠୁ ଏହାକୁ ଲଗାଇବା ବନ୍ଦ କରନ୍ତୁ। ନଚେତ୍‌ ମୁହଁରେ ଦାଗ ଦେଖାଦେବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button