ଦେଶ ବିଦେଶ

ଓଜନ କମାଇବାର ନୂଆ ଟ୍ରେଣ୍ଡ୍‌, ଜାଣନ୍ତୁ ୫ଟି ଅଜବ ଡାଏଟ୍‌ ପ୍ଲାନ୍‌

ଓଜନ କମାଇବା ପାଇଁ ଆଜିକାଲି ଲୋକମାନେ ନୂଆ ନୂଆ ଡାଏଟ୍‌ ପ୍ଲାନ୍‌ ଫଲୋ କରୁଥିବା ଦେଖିବାକୁ ମିଳୁଛି। କିଛି ଲୋକ ସହଜରେ ଓଜନ କମାଉଥିବା ବେଳେ ଆଉ କିଛିଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼ୁଛି। ବଢ଼ୁଥିବା ଓଜନକୁ କମାଇବା ପାଇଁ ଲୋକମାନେ ନୂଆ ନୂଆ ଡାଏଟ୍‌ ଟ୍ରେଣ୍ଡ୍‌ କରିବାକୁ ଲାଗୁଛନ୍ତି। ଏହି ଟ୍ରେଣ୍ଡ୍‌ ସବୁବେଳେ ପରିବର୍ତ୍ତନ ହେଉଛି। ଆସନ୍ତୁ ଜାଣିବା ସେହିଭଳି କେତେକ ଅଜବ ଉପାୟ, ଯାହା ଏବେ ଓଜନ କମାଇବା ପାଇଁ ପାଲଟିଛି ଟ୍ରେଣ୍ଡ୍‌:

ବେବି ଫୁଡ୍‌ ଡାଏଟ୍‌:

 

ଛୋଟ ଛୁଆଙ୍କ ଖାଦ୍ୟରେ କମ୍‌ ପରିମାଣର କ୍ୟାଲୋରୀ ରହିଥାଏ। ଏଣୁ ବର୍ତ୍ତମାନ ଓଜନ କମାଇବାକୁ ଲୋକମାନେ ବେବି ଫୁଡ୍‌ ଖାଉଛନ୍ତି। ଲୋକମାନେ ସାଧାରଣ ଖାଦ୍ୟ ଖାଇବା ଅପେକ୍ଷା ବେବି ଫୁଡ୍‌ ଖାଇ ଡାଏଟ୍‌ ବାଲାନ୍ସ କରୁଥିବା ଏବେ ଟ୍ରେଣ୍ଡ୍‌ ପାଲଟିଛି।

ଜୁସ୍‌ ଡାଏଟ୍‌:

 

ଜୁସ୍‌ ଡାଏଟ୍‌ରେ କୌଣସି ପ୍ରକାରର ସଲିଡ୍‌ ଖାଦ୍ୟକୁ ସାମିଲ କରାଯାଏ ନାହିଁ। ଏହି ଡାଏଟ୍‌ରେ ଲୋକମାନେ କେବଳ ଫଳ ଓ ପନିପରିବାର ଜୁସ୍‌ ପିଇଥାନ୍ତି, ଅନ୍ୟ କିଛି ଖାଇନଥାନ୍ତି। ଓଜନ କମ୍‌ କରିବା ପାଇଁ ଏହି ଡାଏଟ୍‌ ସବୁଠାରୁ ଅଧିକ ଲୋକପ୍ରିୟ।

ଆଇନା ସାମ୍ନାରେ ଖାଇବା:

 

ଆଇନା ବା ଦର୍ପଣ ସାମ୍ନାରେ ନିଜକୁ ଖାଉଥିବା ଦେଖିଲେ ଅଜବ ଲାଗିବା ସ୍ୱାଭାବିକ। ଏହି ଅଜବ କାମ ଏବେ ଏକ ଡାଏଟ୍‌ ପ୍ଲାନ୍‌ ପାଲଟିଛି। ନିଜେ କେତେ ଖାଉଛେ ତାହା ଦେଖି ଖାଦ୍ୟର ପରିମାଣକୁ କମାଇବାକୁ ଏହି ଡାଏଟ୍‌ ପ୍ଲାନ୍‌ ତିଆରି ହୋଇଛି।

ଗାଢ଼ ନୀଳ ରଙ୍ଗର ପ୍ଲେଟ୍‌ରେ ଖାଇବା:

 

କୁହାଯାଏ ଯେ ଗାଢ଼ ନୀଳ ରଙ୍ଗର ପ୍ଲେଟ୍‌ରେ ଖାଇବା ଦ୍ୱାରା ଶୀଘ୍ର ଭୋକ ହୁଏ ନାହିଁ। ଏହି ଡାଏଟ୍‌ ଫଲୋ କରୁଥିବା ଲୋକଙ୍କ କହିବାନୁସାରେ ଲାଇଟ୍‌ କଲରର ପ୍ଲେଟ୍‌ରେ ଅଧିକ ଖାଦ୍ୟ ଖାଇ ହୋଇଯାଏ। କିନ୍ତୁ ଗାଢ଼ ରଙ୍ଗର ପ୍ଲେଟ୍‌ରେ କମ୍‌ ଖାଦ୍ୟ ନେଲେ ବି ଅଧିକ ଦେଖାଯାଏ।

ର ଫୁଡ୍‌ ଡାଏଟ୍‌:

ଓଜନ କମାଇବା ପାଇଁ ଏବେ ସବୁଠାରୁ ଲୋକପ୍ରିୟ ଡାଏଟ୍‌ ପ୍ଲାନ୍‌ ହେଉଛି ର ଫୁଡ୍‌ ଡାଏଟ୍‌। ଏହି ଖାଦ୍ୟକୁ ୪୬ ଡିଗ୍ରୀ ସେଲିସିୟସ୍‌ରୁ ଊର୍ଦ୍ଧ୍ୱ ତାପମାତ୍ରାରେ ରନ୍ଧାଯାଏ ନାହିଁ। ଏହି ର ଫୁଡ୍‌ ମୁଖ୍ୟତଃ ଅର୍ଗାନିକ୍‌ ହୋଇଥାଏ। କିନ୍ତୁ ଏହି ଟ୍ରେଣ୍ଡ୍‌କୁ ଲୋକମାନେ ଅଧିକ ଦିନ ଫଲୋ କରିପାରନ୍ତି ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button