ବିଚାର

କୋଷ୍ଠକାଠିନ୍ୟ ସମସ୍ୟା ଥିଲେ, ନିୟମିତ ଖାଆନ୍ତୁ ବାସି ଭାତ

ଅନେକ ସମୟରେ ଆମେ ଡିନର କିମ୍ବା ଲଞ୍ଚ୍‌ରେ ବଳକା ରହିଥିବା ଥଣ୍ଡା ତଥା ବାସି ଭାତକୁ ଫିଙ୍ଗିଦେଇଥାଉ। ଏହାକୁ ଆମେ ପରଦିନ ସକାଳେ ଖାଇ ନ ଥାଉ। କିନ୍ତୁ ଆପଣ ଜାଣି ଆଶ୍ଚଯ୍ୟର୍ ହେବେ ଯେ ଏହି ବାସି ଭାତ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ।

ତେଣୁ ଯେତେବେଳେ ବି ଆପଣଙ୍କ ଘରେ ଭାତ ବଳକା ରହିଯିବ, ତାକୁ ନ ଫୋପାଡ଼ି ଏକ ମାଟି ପାତ୍ରରେ ପାଣିରେ ଭିଜାଇ ରଖି ଦିଅନ୍ତୁ। ସକାଳ ଭିତରେ ଏହା ଟାଣ ହୋଇଯିବ। ଯଦି ଚାହିଁବେ, ଏହାକୁ ଆପଣ କଞ୍ଚା ପିଆଜ ସହିତ ସକାଳ ଜଳଖିଆରେ ଖାଇପାରିବେ। ହୁଏତ ଏହା ଆପଣଙ୍କୁ ଭଲ ନ ଲାଗିପାରେ, କିନ୍ତୁ ଏଥିରୁ ଅଦ୍ଭୁତ ଫାଇଦା ମିଳିବ। ଆସନ୍ତୁ ଜାଣିବା, ବାସି ଭାତ ଖାଇବାର ୫ଟି ଫାଇଦା ବିଷୟରେ।

bas6

୧. ବାସି ଭାତ ଆମ ପାଟିକୁ ଥଣ୍ଡା ଲାଗିଥାଏ। ଯଦି ଆପଣ ପ୍ରତ୍ୟେକ ଦିନ ଏହି ବାସି ଭାତ ଖାଇବେ, ତା’ହେଲେ ଏହାଦ୍ୱାରା ଆପଣଙ୍କ ଶରୀରର ତାପମାତ୍ରା ନିୟନ୍ତ୍ରଣରେ ରହିବ।

୨. ଭାତରେ ପ୍ରଚୁର ମାତ୍ରାରେ ଫାଇବର୍ସ ରହିଥାଏ, ଯାହାକି କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ।

bas2

୩. ବାସି ଭାତ ଆପଣଙ୍କୁ ଦିନ ସାରା ଆକ୍ଟିଭ୍‌ ରଖିଥାଏ। ଏଥିରୁ ଆପଣଙ୍କୁ ଏନର୍ଜି ମଧ୍ୟ ମିଳିଥାଏ।

୪. ଯଦି ଆପଣଙ୍କର ଅଲ୍‌ସର ସମସ୍ୟା ଅଛି, ତା’ହେଲେ ସପ୍ତାହରେ ୩ ଥର ବାସି ଭାତ ଖାଆନ୍ତୁ।

୫. ଯଦି ଆପଣଙ୍କର ଚା’ କିମ୍ବା କଫି ପିଇବାର ଅଭ୍ୟାସ ଅଛି, ତା’ହେଲେ ସକାଳୁ ଉଠି ବାସି ଭାତ ଖାଇଲେ, ଏହି ଅଭ୍ୟାସ କିଛି ଦିନ ଭିତରେ କଣ୍ଟ୍ରୋଲ ହୋଇଯିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button