ଦେଶ ବିଦେଶ

କୋଷ୍ଠକାଠିନ୍ୟରୁ ବଞ୍ଚାଇବା ସହିତ ପାଚନତନ୍ତ୍ରକୁ ମଜବୁତ ରଖିଥାଏ ଲାଉ-ସାଗୁଦାନା ଖିଚଡୀ

ସାଧାରଣତଃ ଖାଦ୍ୟ ଆମ ଶରୀରକୁ ଶକ୍ତି ଯୋଗାଇଥାଏ ଏବଂ ମଣିଷ ଜୀବିତ ରହିବା ପାଇଁ ଖାଦ୍ୟ ଖାଇଥାଏ କିନ୍ତୁ ବେଳେବେଳେ ଏହି ଖାଦ୍ୟ ପାଇଁ ମଣିଷ ଅସୁସ୍ଥ ହୋଇପଡ଼ିଥାଏ।ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଆଣିଦେଇଛୁ ଏପରି କିଛି ଖାଦ୍ୟ ଯାହା ଆପଣଙ୍କୁ ସୁସ୍ଥ ରଖିବା ସହିତ ଶରୀରରୁ ଅନେକ ପ୍ରକାର ରୋଗ ଦୂର କରିବ । ତାହେଲେ ଆସନ୍ତୁ ଜାଣିବା ଘରେ କିପରି ପ୍ରସ୍ତୁତ କରିବା ହେଲଦି ଲାଉ-ସାଗୁ ଖିଚଡୀ।

 

ଆବଶ୍ୟକ ସାମଗ୍ରୀ

ସାଗୁ- ୨୫୦ ଗ୍ରାମ, ବାଦାମ ୧ କପ, ଲାଉ-୧୦୦ ଗ୍ରାମ, ଜିରା ଅଧା ଚାମଚ, ଗୋଲ ମରିଚ ଗୁଣ୍ଡ ଅଧା ଚାମଚ, କଞ୍ଚାଲଙ୍କା ୨ଟି, ଦେଶୀ ଘିଅ ଅଳ୍ପ, ଏକ ଚାମଚ ଚିନି, ଲେମ୍ବୁ, ଧନିଆ ପତ୍ର ଓ ସୈନ୍ଧବ ଲୁଣ ଆବଶ୍ୟକ ଅନୁସାରେ ।

ପ୍ରସ୍ତୁତି ପ୍ରଣାଳୀ

Image result for लौकी-साबूदाने की खिचड़ी

ଖିଚଡୀ ପ୍ରସ୍ତୁତ କରିବା ପାଇଁ ତିନି ରୁ ଚାରି ଘଣ୍ଟା ପୂର୍ବରୁ ସାଗୁକୁ ଭିଜାଇ ରଖିଦିଅନ୍ତୁ ଏବଂ ଲାଉକୁ ଗ୍ରେଟ କରିଦିଅନ୍ତୁ । ପ୍ରଥମେ ଗୋଟିଏ କଡେଇରେ ଅଳ୍ପ ଘିଅ ଗରମ କରି ସେଥିରେ ଜିରା ଓ କଞ୍ଚାଲଙ୍କା ପକାଇ ଛୁଙ୍କ ଦେବାପରେ ସେଥିରେ ଗ୍ରେଟ କରିଥିବା ଲାଉ ପକାଇଦିଅନ୍ତୁ । ୨ ମିନିଟ ପରେ ସେଥିରେ ସାଗୁ ଓ ବାଦାମ ପକାଇ କମ ଆଞ୍ଚରେ କିଛି ସମୟ ପାଇଁ ବସାଇ ଦିଅନ୍ତୁ । କିଛି ସମୟ ପରେ ସେଥିରେ ଲୁଣ, ଗୋଲମରିଚ ଗୁଣ୍ଡ ଏବଂ ଚିନି ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଗରମ ଗରମ ଲାଉ-ସାଗୁ ଖିଚଡୀ । ଉପରେ ଧନିଆ ପତ୍ର ଓ ଲେମ୍ବୁ ପକାଇ ଏହାକୁ ଗରମ ଗର୍ମ ସର୍ଭ କରନ୍ତୁ । ଉପବାସ ସମୟରେ ଖିଚଡୀରେ ଲାଉ ପକାଇବା ଦ୍ୱାରା ଏହାର ସ୍ୱାଦ ତ ବଢିଥାଏ ତାସହିତ ଲାଉରେ ଫାଇବରର ମାତ୍ରା ଅଧିକ ଥିବାରୁ ଏହା କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button