ଦେଶ ବିଦେଶ

କାହିଁକି ହୋଇଥାଏ ପ୍ରିମ୍ୟାଚୁୟର ଡେଲିଭରି ? ଜାଣନ୍ତୁ କାରଣ

ସାଧାରଣତଃ ଗର୍ଭାବସ୍ଥା ସମୟରେ ସବୁ ମହିଳା ଚାହିଁଥାନ୍ତି ଯେ ତାଙ୍କର ଡେଲିଭରି ସୁରକ୍ଷିତ ହେଉ ଏବଂ ପିଲା ମଧ୍ୟ ସୁସ୍ଥ ଜନ୍ମ ହେଉ।ତେବେ ବେଳେବେଳେ କିଛି କାରଣରୁ ସମୟ ପୂର୍ବରୁ ହିଁ କିଛି ମହିଳାଙ୍କର ଡେଲିଭରି ହୋଇଯାଇଥାଏ ଯେଉଁ କାରଣରୁ ଏକ ପ୍ରିମ୍ୟାଚୁଅର ଶିଶୁ ଜନ୍ମ ନେଇଥାଏ । ସମୟ ପୂର୍ବରୁ ଜନ୍ମ ନେଇଥିବା ଶିଶୁମାନଙ୍କ ଠାରେ ଅନେକ ପ୍ରକାର ଶାରୀରିକ ସମସ୍ୟା ମଧ୍ୟ ଦେଖାଯାଇଥାଏ । ସେଥିପାଇଁ ପ୍ରିମ୍ୟାଚୁୟର ମାନଙ୍କର ସ୍ୱତନ୍ତ୍ର ଭାବେ ଧ୍ୟାନ ରଖିବା ନିହାତି ଜରୁରୀ ହୋଇଥାଏ । ତାହେଲେ ଆସନ୍ତୁ ଜାଣିବା କାହିଁକି ହୋଇଥାଏ ପ୍ରିମ୍ୟାଚୁୟର ଡେଲିଭରି ଓ ତାହାର ମୁଖ୍ୟ କାରଣ ।

 

ଗର୍ଭାଶୟ ସମୟ ପୂର୍ବରୁ ସଂକୁଚନ ହେବାରେ ଲାଗିଥାଏ ତା ସହିତ ଗର୍ଭାଶୟର ମୁଂହ ସମାନ୍ୟଠାରୁ ଟିକିଏ ବେଶୀ ଖୋଲିଯାଇଥାଏ । ଯେଉଁ କାରଣରୁ ଶିଶୁ ମା’ର ଗର୍ଭାଶୟ ମଧ୍ୟରୁ ବାହାରକୁ ଆସିଯାଇଥାଏ । ତେବେ ଏହି କାରଣରୁ ଶିଶୁ ପ୍ରିମ୍ୟାଚୁୟର ହୋଇଥାଏ ଏବଂ ତାଠାରେ ଅନେକ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ ।

ପ୍ରିମ୍ୟାଚୁୟର ଡେଲିଭରିର ମୁଖ୍ୟ କାରଣ

Related image

  • ଯଦି ମହିଳାଙ୍କ ଗର୍ଭାଶୟରେ କୌଣସି ବିକୃତି ଥାଏ ଅଥବା ଗର୍ଭରେ ଏକ ରୁ ଅଧିକ ଭୃଣ ବଢୁଥାନ୍ତି ତାହେଲେ ମା କିମ୍ବା ଶିଶୁ ଏକ ଗମ୍ଭୀର ରୋଗର ଶିକାର ହୋଇପାରନ୍ତି ।
  • ଯଦି ମହିଳା ପୂର୍ବରୁ କୌଣସି ପ୍ରିମ୍ୟାଚୁୟର ବେବି ଜନ୍ମ ଦେଇସାରିଥାନ୍ତି ।
  • ଯଦି ମା ୧୭ ବର୍ଷରୁ କମ କିମ୍ବା ୩୫ ବର୍ଷରୁ ଅଧିକ ତାହେଲେ ଏପରିସ୍ଥଳେ ମଧ୍ୟ ପ୍ରିମ୍ୟାଚୁୟର ବେବି ଜନ୍ମ ନେବାର ସମ୍ଭାବନା ବଢ଼ିଯାଇଥାଏ ।
  • ଯଦି ଗର୍ଭଧାରଣ ସମୟରେ ମହିଳା ଜଣକ ଅଧିକ ଦୁର୍ବଳ ବା ଓଜନ କମ ହୋଇଯାଇଥାଏ ତାହେଲେ ପ୍ରିମ୍ୟାଚୁୟର ବେବି ଜନ୍ମ ନେଇପାରନ୍ତି।
  • ଯଦି ମହିଳାଙ୍କଠାରେ pre-eclampsia ବା ଅତ୍ୟଧିକ ହାଇବିପି, ହୃଦୟରୋଗ, ମଧୁମେହ, କିଡ୍ନୀ କିମ୍ବା ଲିଭର ଡିଜିଜ ଥାଏ ତାହେଲେ ମଧ୍ୟ ପ୍ରିମ୍ୟାଚୁୟର ବେବି ଜନ୍ମ ନେବାର ସମ୍ଭାବନା ବଢ଼ିଯାଇଥାଏ ।
  • Image result for premature birth
  • ଯଦି ମହିଳା ମଦ କିମ୍ବା ଡ୍ରଗ୍ସ ସେବନ କରୁଥାନ୍ତି ତାହେଲେ ମଧ୍ୟ ପ୍ରିମ୍ୟାଚୁୟର ବେବି ଜନ୍ମ ନେଇଥାଏ ।
  • ଯଦି ମହିଳା ପୂର୍ବରୁ ଅଧିକ ଆବର୍ସନ କରାଇଛନ୍ତି ଅଥବା ପୂର୍ବରୁ ପିଲା ନଷ୍ଟ ହୋଇଯାଇଛି ତାହେଲେ ଏପରିସ୍ଥଳେ ମଧ୍ୟ ପ୍ରିମ୍ୟାଚୁୟର ବେବି ଜନ୍ମ ନେବାର ସମ୍ଭାବନା ଥାଏ ।
  • ଯଦି ଆପଣ IUD (intra uterine device)ର ବ୍ୟବହାର ସମୟରେ ଗର୍ଭବତୀ ହୋଇଯାଇଛନ୍ତି ଏବଂ ଏହାପରେ IUDକୁ ବାହାର କରିବା ଭୁଲି ଯାଇଛନ୍ତି ତାହେଲେ ପ୍ରିମ୍ୟାଚୁୟର ବେବି ଜନ୍ମ ନେବାର ସମ୍ଭାବନା ଅଛି ।
  • ଏହିସବୁ କାରଣ ବ୍ୟତୀତ ଯଦି ମହିଳାଙ୍କ ଗର୍ଭାଶୟ ମୁଂହ ନିକଟରେ ଥିବା ସର୍ଭିକ୍ସରେ ସଂକ୍ରମଣ ହୋଇଯାଇଛି ଯେପରିକି ଗ୍ରୁପ B streptococci ନାମକ ବ୍ୟାକ୍ଟେରିଆ ଦ୍ୱାରା ଗମ୍ଭୀର ସଂକ୍ରମଣ ଅଥବା gonorrhoea, chlamydia, syphilis, trichomoniasis କିମ୍ବା gardnerella ଭଳି ସଂକ୍ରମଣ ରହିଥାଏ ତାହେଲେ ପ୍ରିମ୍ୟାଚୁୟର ବେବି ଜନ୍ମ ନେବାର ଅଧିକ ସମ୍ଭାବନା ରହିଥାଏ ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button