ଧର୍ମ

ମାସିକ ଧର୍ମ ସମୟରେ ମହିଳାମାନେ କରନ୍ତୁ ନାହିଁ ଏହି ୬ଟି କାମ, ଦେଖାଦେଇପାରେ ଗମ୍ଭୀର ସମସ୍ୟା

ମହିଳାଙ୍କ ଜୀବନରେ ଏକ ଯନ୍ତ୍ରଣାଦାୟକ ସମୟ ହେଉଛି ମାସିକ ଧର୍ମ ବା ପିରିୟଡ୍‌ସ। ଏହି ସମୟରେ ମହିଳାଙ୍କ ଶରୀରରେ କେତେକ ପରିବର୍ତ୍ତନ ହେବା ସହ ଅସହ୍ୟ ଯନ୍ତ୍ରଣା ମଧ୍ୟ ହୋଇଥାଏ। ଖାସ୍‌ କରି ତଳିପେଟ, ଅଣ୍ଟା, ଜଙ୍ଘରେ ପ୍ରବଳ ପୀଡ଼ା ହୁଏ। ଏଣୁ ଝିଅମାନେ ପ୍ରାୟତଃ କଷ୍ଟ ସହି ନ ପାରି ମେଡିସିନ୍‌ ଖାଇଦେଇଥାନ୍ତି। ଯାହା ପରେ ଶରୀରରେ ସାଇଡ୍‌ ଇଫେକ୍ଟ ପକାଇଥାଏ। ତେବେ ଆଜି ଆସନ୍ତୁ ଜାଣିବା ପିରିୟଡ୍‌ ସମୟରେ କ’ଣ ନ କରିବା ଉଚିତ୍‌…

୧. ଆଜିକାଲି ଅଧିକାଂଶ ଝିଅ ସ୍ଲିମ୍‌ ରହିବାକୁ ଡାଏଟିଂ କରୁଛନ୍ତି। ଫଳରେ ଖାଦ୍ୟ ଖାଉନାହାନ୍ତି। ଆପଣ ବି ଯଦି ଡାଏଟିଂ କରୁଛନ୍ତି ତେବେ ପିରିୟଡ୍‌ସ ସମୟରେ ଏହାକୁ ବନ୍ଦ ରଖନ୍ତୁ। ଏହି ସମୟରେ ଠିକ୍‌ ଭାବେ ଆହାର ନ ହେଲେ ଶରୀର ଉପରେ କୁ-ପ୍ରଭାବ ପଡ଼ିପାରେ। ଏଣୁ ମାସିକ ଧର୍ମ ବେଳେ ପୌଷ୍ଟିକ ଆହାର ଗ୍ରହଣ କରନ୍ତୁ।

Image result for periods

୨. ପ୍ରାୟତଃ ମହିଳାମାନେ କମ୍‌ ବ୍ଲିଡିଂ ହେଉଥିଲେ ପ୍ୟାଡ୍‌ ବଦଳାଇ ନଥା’ନ୍ତି। ଗୋଟିଏ ପ୍ୟାଡ୍‌କୁ ସେମାନେ ଦୀର୍ଘ ସମୟ ଧରି ପିନ୍ଧିଥାନ୍ତି। ମାତ୍ର ଏଭଳି କରିବା ଅନୁଚିତ। ଏଭଳି କରିବା ଦ୍ୱାରା ଇନ୍‌ଫେକସନ୍‌ର ଆଶଙ୍କା ବୃଦ୍ଧିପାଏ। ଏଣୁ ନିୟମିତ ସମୟ ବ୍ୟବଧାନରେ ପ୍ୟାଡ୍‌ ବଦଳାନ୍ତୁ ଓ ରୋଗମୁକ୍ତ ରୁହନ୍ତୁ।

 

୩. ଏହି ସମୟରେ ମହିଳାମାନେ ଶାନ୍ତ ରହିବା ପରିବର୍ତ୍ତେ ଅଧିକ ଚିଡ୍‌ ଚିଡ୍‌ ହୋଇଥାନ୍ତି। ଏଭଳି ସ୍ଥିତିରେ ମିଠା ଓ ଜଙ୍କ ଫୁଡ୍‌ଠାରୁ ଦୂରରେ ରହିବା ଦ୍ୱାରା ବି ଶରୀର ଓ ମନ ଉଭୟ ଶାନ୍ତ ରହିଥାଏ। ପିରିୟଡ୍‌ ବେଳେ ଅପୁଷ୍ଟିକର ଖାଦ୍ୟ ଖାଆନ୍ତୁ ନାହିଁ।

 

୪. ଯଦି ଆପଣ ଅଧିକ ଏକ୍ସରସାଇଜ୍‌ ରୁଟିନ୍‌କୁ ଫଲୋ କରୁଥାନ୍ତି ତେବେ ମାସିକ ଧର୍ମ ବେଳେ ଏହାକୁ ବନ୍ଦ କରନ୍ତୁ। ଏହି ସମୟରେ ଅଧିକ ଶାରୀରିକ ଶ୍ରମ କରିବା ଦ୍ୱାରା ଅଣ୍ଟାରେ ପୀଡ଼ା ବଢ଼ିଯାଏ।

୫. ସାଧାରଣ ମହିଳାଙ୍କ ଧାରଣା ରହିଥାଏ ଯେ ପିରିୟଡ୍‌ସ ବେଳେ ଶାରୀରିକ ସମ୍ପର୍କ ରଖିଲେ ଗର୍ଭଧାରଣ ହୋଇନଥାଏ। କିନ୍ତୁ ଏଭଳି ଭାବିବା ଭୁଲ। ମାସିକ ଧର୍ମ ବେଳେ ଅସୁରକ୍ଷିତ ଯୌନ ସମ୍ପର୍କ ରଖିଲେ ସମସ୍ୟା ଦେଖାଯିବା ସମ୍ଭାବନା ରହିଛି।

 

Related image

୬. ପିରିୟଡ୍‌ସ ବେଳେ ଯୌନାଙ୍ଗରେ ହାର୍ଡ ସାବୁନ୍‌ ଆଦୌ ବ୍ୟବହାର କରନ୍ତୁ ନାହିଁ। ଏଥିସହ ଆଲକହଲଯୁକ୍ତ ୱେଟ୍‌ ଟିସୁ ପେପର ବି ବ୍ୟବହାର କରନ୍ତୁ ନାହାନ୍ତି। ଏହା ଦ୍ୱାରା ଡ୍ରାଏନେସ୍‌ ବଢ଼େ ଓ କୁଣ୍ଡିଆ ଭଳି ସମସ୍ୟା ଦେଖାଦିଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button