ଅଦା କେବଳ ଖାଦ୍ୟକୁ ସୁଆଦିଆ କରେ ନାହିଁ ବରଂ ସୁନ୍ଦରତାକୁ ମଧ୍ୟ ବଢ଼ାଏ

ଅଦା ଏପରି ଏକ ମସଲା ଯାହା ସମସ୍ତ ଭାରତୀୟଙ୍କ ଘରେ ନିତିଦିନ ବ୍ୟବହାର ହୋଇଥାଏ। ଏହାର ପ୍ରଭାବ ଗରମ ଥିବାରୁ, ଶରୀରକୁ ଥଣ୍ଡା ଏବଂ ଶୀତ ଜନିତ ରୋଗରୁ ରକ୍ଷା କରିଥାଏ। ଏଥିରେ ରହିଥିବା ଆଣ୍ଟିଅକ୍ସିଡ଼େଣ୍ଟ ଗୁଣ ଖାଲି ରୋଗ ଦୂର କରିଥାଏ ତାହା ନୁହଁ ବରଂ ଚେହେରାର ସୁନ୍ଦରତା ମଧ୍ୟ ବଢ଼ାଇଥାଏ। ଆସନ୍ତୁ ଜାଣିବା କିପରି ଅଦାର ବ୍ୟବହାର କଲେ ବ୍ୟୁଟି ସମ୍ବନ୍ଧୀୟ ଅସୁବିଧାକୁ ଦୂର କରାଯାଇପାରିବ।
-ଅଦାରେ ରହିଥିବା ୪୦ରୁ ଅଧିକ ଆଣ୍ଟିଅକ୍ସିଡ଼େଣ୍ଟ ଏବଂ ଆଣ୍ଟି-ଏଜିଂ ପ୍ରକ୍ରିୟାକୁ ଧିର କରିଥାଏ। ଏହା ଦ୍ବାରା ଚର୍ମର ଢ଼ିଲାପଣ ଏବଂ କୁଞ୍ଚିତରେଖା କମ ହୋଇଥାଏ। ଯାହାଫଳରେ ଆପଣ ଅଧିକ ବର୍ଷ ପର୍ୟ୍ୟନ୍ତ ଯୌବନ ଦେଖାଯାଇଥାନ୍ତି। ଅଦା ଗୁଣ୍ଡକୁ ସାମାନ୍ୟ ମହୁ ଏବଂ ଚନ୍ଦନ ଗୁଣ୍ଡ ସହ ମିଶାଇ ବ୍ୟବହାର କରନ୍ତୁ କିଛି ଦିନ ମଧ୍ୟରେ ଆପଣ ଫରକ ଜାଣିପାରିବେ।

-ଅଦାରେ ରହିଥିବା ପୋଷକ ଦ୍ବାରା ତ୍ବଚାରେ ଚମକ ଆସିଥାଏ। ଏଥିପାଇଁ ଅଦା ରସ ସହ ଲେମ୍ବୁକୁ ମିଶାଇ ବ୍ୟବହାର କରନ୍ତୁ। ସେହି ପେଷ୍ଟକୁ କିଛି ସମୟ ଚେହେରାରେ ରଖିବା ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ। ଦେଖିବେ କିଛି ଦିନ ମଧ୍ୟରେ ଶରୀରର ସମସ୍ତ ରଙ୍ଗ ସମାନ ରହିବ।
-ଅଦାରେ ଥିବା ଆଣ୍ଟିଏଜିଂ ଗୁଣ ପାଇଁ ଏହାକୁ ଦୈନିକ ଖାଇବା ଦ୍ବାରା ଦାଗ-ଚିହ୍ନ, କଳାଦାଗ ଦୂର ହୋଇଥାଏ।
-ତ୍ବଚାରେ ଯେକୌଣସି ପ୍ରକାରର ଜ୍ବଳନ ହେଉଥିଲେ ଅଦା ରସର ବ୍ୟବହାର କରିବା ଦ୍ବାରା ଆରାମ ମିଳିଥାଏ।

-ଅଦାର ବ୍ୟବହାର ତ୍ବଚାରେ ପ୍ରାକତିକ ଗୋରାପଣ ମଧ୍ୟ ଆଣିଥାଏ। ଏଥିପାଇଁ ଅଦାରସକୁ ଗୋଲାପ ଜଳ ମିଶାଇ ବ୍ୟବହାର କରନ୍ତୁ। ଏହାକୁ ୨୦ ମିନିଟ ପର୍ୟ୍ୟନ୍ତ ରଖି ତାହାକୁ ଧୋଇ ଦିଅନ୍ତୁ। ଏପରି ନିୟମିତ ଭାବେ କରନ୍ତୁ ଦେଖିବେ ଚେହେରା ପ୍ରକତିକ ଚମକ ବଢ଼ିଯିବ।
-କେଶ ପାଇଁ ମଧ୍ୟ ବହୁତ ଲାଭକାରୀ ଅଦା। ଏଥିପାଇଁ ଅଦା ରସକୁ ସପ୍ତାହକୁ ୨ଥର ମୁଣ୍ଡରେ ଲଗାନ୍ତୁ। ଦେଖିବେ ଖୁବ କମ ଦିନରେ ରୁପିର ସମସ୍ୟା ଦୂର ହେବା ସହ କେଶ ଘନ ହେବ।



