ଦେଶ ବିଦେଶ

ଆଳୁ ଟମାଟୋ ଚକଟା ନୁହେଁ, ଏବେ ଏମିତି ବନାନ୍ତୁ ‘ଭରବା ଟମାଟୋ’ ସ୍ୱାଦ ପାଟିରେ ଲାଖିଯିବ

ଟମାଟୋ ଏବଂ ଆଳୁର କମ୍ବିନେସନର ସ୍ୱାଦ ତ ଆପଣ ଜାଣିଛନ୍ତି, ଯାହା ବହୁତ ସ୍ୱାସ୍ଥ୍ୟକର ଏବଂ ସ୍ୱାଦିଷ୍ଟ। କିନ୍ତୁ ସବୁବେଳେ ଗୋଟିଏ ପ୍ରକାର ସ୍ୱାଦ ନେଇ ଯଦି ବୋର ହୋଇଗଲେଣି ତେବେ ଆଜି ଆମେ ଆପଣଙ୍କ ପାଇଁ ଏକ ଖାସ୍‌ ରେସିପି ‘ଭରବା ଟମାଟୋ’ ନେଇ ଆସିଛୁ। ଏହାର ସ୍ୱାଦ ଏତେ ଜବରଦସ୍ତ ଯେ ଥରେ ଖାଇଲେ ବାରମ୍ବାର ଖାଇବାକୁ ଇଚ୍ଛା କରିବେ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ସିଝା ଆଳୁ – ୨

ମଧ୍ୟମ ଆକାରର ଟମାଟୋ – ୮ ରୁ ୧୦ଟି

କାଜୁ – ଅଧା ମୁଠା କଟା ହୋଇଥିବା

କିସମିସ୍‌ – ଅଧା ମୁଠା

କଞ୍ଚା ଲଙ୍କା ଛୋଟ କଟା ହୋଇଥିବା –

ଲାଲ ଲଙ୍କା ପାଉଡର – ଚିମୁଟାଏ

ଧନିଆ ପତ୍ର – କଟା ଅଳ୍ପ

ଗରମ ମସଲା – ୧/୨ ଚାମଚ

ଜୀରା – ୧/୨ ଚାମଚ

ତେଲ – ୨ ଚାମଚ

ଲୁଣ – ସ୍ୱାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ

tamato-ଟମାଟୋକୁ ଧୋଇବା ପରେ ତାହାର ଉପର ଭାଗକୁ ଗୋଲ ଆକାରରେ କାଟି ଟମାଟୋ ଭିତରେ ଥିବା ମଞ୍ଜିକୁ ବାହାର କରିଦିଅନ୍ତୁ। ଏହାପରେ ଟମାଟୋର ଉପର ଅଂଶକୁ କାଟିଥିବା ଭାଗକୁ ପୁର୍ନବାର ଲଗାଇ ଦିଅନ୍ତୁ।

-ସିଝା ଆଳୁର ଚୋପା ଛଡାଇ ଚକଟି ଦିଅନ୍ତୁ। ଏବେ ଏଥିରେ ପନୀର, ଲୁଣ, ଲାଲ ଲଙ୍କା, ଗରମ ମସଲା, ଧନିଆ ପତ୍ର, କାଜୁ, କିସମିସ ମିଶ୍ରଣ କରିଦିଅନ୍ତୁ।

-କଡାରେ ତେଲ ଗରମ କରନ୍ତୁ। ଗରମ ହେବା ପରେ ସେଥିରେ ଜୀରା ପକାନ୍ତୁ। ଏବେ ଏଥିରେ କଞ୍ଚା ଲଙ୍କା, ଅଦା, ଟମାଟୋର ଭିତରେ ବାହାର କରିଥିବା ଅଂଶ ପକାନ୍ତୁ। ଯେତେବେ ଏହି ଗ୍ରେଭୀ ଗାଢ଼ା ହୋଇଯିବ ସେତେବେଳେ ସେଥିରେ ଆଳୁ ଏବଂ ପନୀର ମିଶ୍ରଣ ମିଶାଇ ଦିଅନ୍ତୁ। ଏହାପରେ ଏହାକୁ ମଡାରେ ସାମାନ୍ୟ ଭାଜି ଦିଅନ୍ତୁ।

-ଏବେ କଟା ହୋଇଥିବା ଟମାଟୋ ଭିତରେ ଏହି ମିକ୍ସଚର ଭରିଦିଅନ୍ତୁ ଏବଂ କାଟି ରଖିଥିବା ଏହାର ଉପର ଭାଗକୁ ଲଗାଇ ବନ୍ଦ କରିଦିଅନ୍ତୁ।

-ଏବେ କଡାରେ ତେଲ ଗରମ କରି ଟମାଟୋ ରଖନ୍ତୁ। ଏହା ଉପରେ ଲୁଣ, ଅଳ୍ପ ତେଲ ପକାଇ ପ୍ଲେଟ ଗୋଢ଼ାଇ ଦିଅନ୍ତୁ। ଧୀମା ଆଞ୍ଚରେ ଏହାକୁ ବନାନ୍ତୁ। ଏହା ପ୍ରସ୍ତୁତ ହୋଇଗଲେ ପ୍ଲେଟକୁ କାଢ଼ି ସର୍ଭ କରନ୍ତୁ ଗରମାଗରମ ଭରବା ଟମାଟୋ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button