ଦେଶ ବିଦେଶ

ଗର୍ଭବତୀ ମହିଳା ଯଦି କରିବେ ଏହି ୬ଟି କାମ, ପିଲା ହେବ ସ୍ମାର୍ଟ ଏବଂ ହୃଷ୍ଟପୃଷ୍ଟ

ସବୁ ଗର୍ଭବତୀ ମହିଳା ଚାହାଁନ୍ତି, ତାଙ୍କର ହେବାକୁ ଥିବା ପିଲା ସୁସ୍ଥ ଏବଂ ସ୍ମାର୍ଟ ହେଉ। ଏହାସହ ପ୍ୟାରେଣ୍ଟସ୍‌ ଚାହାଁନ୍ତି ଯେ ସେମାନଙ୍କ ସନ୍ତାନ ତୀକ୍ଷ୍‌ଣ ବୁଦ୍ଧିସମ୍ପନ୍ନ ହେଉ। ଆପଣଙ୍କ ଚାଲିଚଳଣ, ଖାଦ୍ୟପେୟ ଆପଣଙ୍କ ପିଲା ଉପରେ ବହୁତ ପ୍ରଭାବ ପକାଇଥାଏ। ତେଣୁ ଏହା ଜରୁରୀ ଯେ ଆପଣ ନିଜ ଦିନଚଯ୍ୟର୍ାକୁ ସନ୍ତୁଳିତ ରଖନ୍ତୁ ଏବଂ ନିୟମିତ ରୂପରେ ଶାରୀରିକ ଶ୍ରମ କରି ଚାଲନ୍ତୁ। ଏହାଦ୍ୱାରା ଆପଣଙ୍କ ପେଟରେ ବଢ଼ୁଥିବା ପିଲା ସୁସ୍ଥ ହୋଇଥାଏ।

କିନ୍ତୁ ଆପଣଙ୍କୁ ଜଣାଅଛି କି, ଗର୍ଭାବସ୍ଥା ସମୟରେ ଏମିତି ଅନେକ କଥା ରହିଛି, ଯାହାକୁ ଆପଣ ଫଲୋ କରିବା ଉଚିତ। ଆସନ୍ତୁ ଜାଣିବା, ଏମିତି କିଛି ଜିନିଷ ବିଷୟରେ, ଯଦ୍ଦ୍ଵାରା ଆପଣଙ୍କ ଗର୍ଭସ୍ଥ ଶିଶୁ ସ୍ମାର୍ଟ ଏବଂ ହୃଷ୍ଟପୃଷ୍ଟ ହୋଇ ଜନ୍ମ ହୋଇଥାଏ।

a3

୧. ବ୍ୟାୟାମ

ଗର୍ଭାବସ୍ଥା ସମୟରେ କୌଣସି ବିଶେଷଜ୍ଞଙ୍କ ପରାମର୍ଶ ନେଇ କିଛି ଯୋଗ ଏବଂ ପ୍ରାଣାୟାମ ଅବଶ୍ୟ କରିବା ଉଚିତ। ଏହାଦ୍ୱାରା ଶରୀରରେ ଅକ୍ସିଜେନ୍‌ର ସଞ୍ଚାର ବଢ଼ିଥାଏ। ଏହା ପେଟରେ ବଢ଼ୁଥିବା ପିଲାର ମସ୍ତିଷ୍କ ବିକାଶରେ ସହାୟକ ହୋଇଥାଏ।

a5

୨. ସଙ୍ଗୀତ

ଗର୍ଭାବସ୍ଥା ସମୟରେ ଭଲ ଏବଂ ମଧୁର ସଙ୍ଗୀତ ଶୁଣନ୍ତୁ। କାରଣ, ଧିମା ସଙ୍ଗୀତ ମାନସିକ ଶାନ୍ତିର ଆଭାସ, ଯାହାକି ଆପଣଙ୍କୁ ରିଲାକ୍ସ ଅନୁଭବ କରାଇବ। ଆପଣ ଚାହିଁଲେ ଧିମା କ୍ଲାସିକାଲ୍‌ ସଙ୍ଗୀତ ମଧ୍ୟ ଶୁଣିପାରିବେ। ଏହା ଆପଣଙ୍କ ଶିଶୁର ମାନସିକ ସ୍ତରକୁ ମଜଭୁତ୍‌ କରିବ।

a7

୩. ସ୍ପର୍ଶ

ଏହି କଥା ସମସ୍ତେ ଜାଣିଥିବେ ଯେ ଆଠ ମାସ ବେଳକୁ ପିଲା ମା’ ପେଟରେ କିଛି ନା କିଛି ହରକତ କରିବାକୁ ଲାଗିଯାଇଥାଏ। ମା’ ହାତର ସ୍ପର୍ଶ ଆପଣ ଦୁଇଜଣଙ୍କ ମଧ୍ୟରେ ଏକ ଭଲ ସଂଯୋଗ ଏବଂ ବିଚାର ଶକ୍ତି ବଢ଼ାଇବ।

a8

୪. ଚିନ୍ତା କରନ୍ତୁ ନାହିଁ

ଏହା ଆପଣଙ୍କ ପିଲାର ସ୍ୱାସ୍ଥ୍ୟ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ କଥା। ଗର୍ଭାବସ୍ଥା ସମୟରେ ଯେତେ ସମ୍ଭବ ନିଜ ମନକୁ ଶାନ୍ତ ଏବଂ ହାଲୁକା ରଖନ୍ତୁ। ସବୁବେଳେ ଖୁସିରେ ରୁହନ୍ତୁ। ଭଲ କଥା ଶିଖନ୍ତୁ ଏବଂ ସମ୍ପୂର୍ଣ୍ଣ ଚିନ୍ତାମୁକ୍ତ ହୋଇଯାଆନ୍ତୁ। ଏଥିରୁ ଆପଣଙ୍କ ପିଲାର ସକାରାତ୍ମକ ବିକାଶ ହେବ।

a77

୫. ଆୟୋଡିନ୍‌ ନିହାତି ଖାଆନ୍ତୁ

ଆପଣଙ୍କ ଭୋଜନରେ ଆୟୋଡିନ୍‌ ଲୁଣ ଏବଂ ଆୟୋଡିନ୍‌ଯୁକ୍ତ ଖାଦ୍ୟ ନିହାତି ଖାଆନ୍ତୁ। କାରଣ, ଆୟୋଡିନ୍‌ ମସ୍ତିଷ୍କ ବିକାଶରେ ସହାୟକ ହୋଇଥାଏ।

a99

୬. ଭଲ ସାହିତ୍ୟ ପଢ଼ନ୍ତୁ

ଗର୍ଭାବସ୍ଥା ସମୟରେ ଯେମିତି ମାନସିକତା ମା’ର ରହିଥାଏ, ତାହାର ପ୍ରଭାବ ପିଲା ଉପରେ ଅବଶ୍ୟ ପଡ଼ିଥାଏ। ଏହି ସମୟରେ ଆପଣ ପୁସ୍ତକ ପଢ଼ନ୍ତୁ। ଭଲ ଭଲ କାହାଣୀ ବଡ଼ ପାଟିରେ ପଢ଼ି ପିଲାକୁ ଶୁଣାନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button