ଦେଶ ବିଦେଶ

ଶରୀରରେ ଏକାଧିକ କଳାଜାଇକୁ ଆଦୌ କରନ୍ତୁନି ଅଣଦେଖା, ହୋଇପାରେ ଚର୍ମ କର୍କଟ

ଅଧିକାଂଶ ଲୋକଙ୍କ ଶରୀରରେ ଅନେକଗୁଡ଼ିଏ କଳାଜାଇ ରହିଥାଏ। ଯାହାକୁ ଆମେ ସାଧାରଣ ବୋଲି କହିଥାଉ। କିନ୍ତୁ ନିକଟରେ ହୋଇଥିବା ଏକ ରିସର୍ଚ୍ଚ ମୁତାବକ ଏହା କ୍ୟାନସରର ଲକ୍ଷଣ ମଧ୍ୟ ହୋଇଥାଇପାରେ। ଡାକ୍ତରଙ୍କ କହିବାନୁସାରେ ଶରୀରର ଏକାଧିକ କଳାଜାଇର ସମ୍ପର୍କ କର୍କଟ ସହ ମଧ୍ୟ ରହିଛି। ସାମାନ୍ୟ କଳାଜାଇ ବି କହିପାରିବ ଭବିଷ୍ୟତରେ ଆପଣଙ୍କୁ କ୍ୟାନସର ହେବ କି ନାହିଁ।

Related image

ଶରୀରରେ ଅଧିକ କଳାଜାଇ ଥିଲେ ଏହାକୁ କ୍ୟାନସରର ଲକ୍ଷଣ ବୋଲି ମଧ୍ୟ ଧରାଯାଇପାରିବ। ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଜଣାଯାଇଛି ଯେ ଶରୀରରେ କ୍ୟାନସରର ଜୀବାଣୁ ଥିଲେ ଅଧିକ କଳାଜାଇ ସୃଷ୍ଟି ହୋଇଥାଏ। କହିବାକୁ ଗଲେ ଚର୍ମ କର୍କଟର ପ୍ରାରମ୍ଭିକ ଅବସ୍ଥାରେ ତ୍ୱଚାରେ କଳାଜାଇ ଦେଖାଦିଏ।

Image result for black spot on body

ଗବେଷକମାନେ କହିଛନ୍ତି ଯେ ଶରୀରରେ ଦେଖାଦେଉଥିବା କଳାଜାଇର ସଂଖ୍ୟା ସହ କ୍ୟାନସରର ସମ୍ପର୍କ ରହିଛି। ରିସର୍ଚ୍ଚ ଅନୁସାରେ ଯଦି ଶରୀରରେ ଆବଶ୍ୟକତାଠାରୁ ଅଧିକ କଳାଜାଇ ରହିଛି ତେବେ ଆପଣଙ୍କ କୋଷିକା ଅତି ସମ୍ବେଦନଶୀଳ ବୋଲି ଜାଣିରଖନ୍ତୁ, ଯାହା ପରେ କ୍ୟାନସର ଭଳି ଭୟଙ୍କର ରୋଗ ସୃଷ୍ଟି କରିପାରେ।

Related image

ରିସର୍ଚ୍ଚ ମୁତାବକ, ହାତରେ ୧୧ରୁ ଅଧିକ ସଂଖ୍ୟକ କଳାଜାଇ ଥିଲେ ତ୍ୱଚାରେ କ୍ୟାନସର ହେବା ଆଶଙ୍କା ଅଧିକ ବୋଲି ଦର୍ଶାଇଥାଏ। ଶରୀରରେ ଶତାଧିକ କଳାଜାଇ ଥିଲେ ସ୍କିନ୍‌ କ୍ୟାନସର ବା ଚର୍ମ କର୍କଟର ଆଶଙ୍କା ୫ ଗୁଣ ବଢ଼ିଯାଏ ବୋଲି ଡାକ୍ତରମାନେ ମତ ଦେଇଛନ୍ତି। ଏଣୁ ଶରୀରରେ ଯଦି ଆବଶ୍ୟକତାଠାରୁ ଅଧିକ କଳାଜାଇ ଅଛି ବୋଲି ଭାବୁଛନ୍ତି ତେବେ ଅଣଦେଖା ନ କରି ଥରେ ଡାକ୍ତରଙ୍କୁ ଦେଖାଇ ଦିଅନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button