ଦେଶ ବିଦେଶ

ବାଥରୁମ୍‌ରେ ଥିବା ନୀଳ ରଙ୍ଗର ବାଲ୍ଟି ମଧ୍ୟ ଚମକାଇବ ଆପଣଙ୍କ ଭାଗ୍ୟ, ଜାଣନ୍ତୁ କିପରି

ବାସ୍ତୁ ଅନୁସାରେ ଆମ ଜୀବନରେ ଜଡିତ ସମସ୍ତ ବସ୍ତୁର ଏକ ମହତ୍ତ୍ୱ ରହିଥାଏ। ଯାହାର ସିଧା ପ୍ରଭାବ ଆମ ଜୀବନ ଉପରେ ପଡିଥାଏ। କିନ୍ତୁ କ’ଣ ଆପଣ ଜାଣନ୍ତି କି, ବାଥରୁମ୍‌ରେ ଥିବା ବାଲଟି ମଧ୍ୟ ଆପଣଙ୍କ ଭାଗ୍ୟ ଚମକାଇ ଥାଏ। ବାଥରୁମ୍‌ରେ ଥିବା ନୀଳ ରଙ୍ଗର ବାଲ୍ଟି ଜୀବନରେ ସକାରାତ୍ମକ ପ୍ରଭାବ ପକାଇବା ସହ ଚମତ୍କାରିତା ଆଣିଥାଏ।

– ଯଦି ଆପଣ ଗାଧୋଇବା ପରେ ବାଥରୁମ୍‌ରେ ଖାଲି ବାଲ୍ଟି ଛାଡିଆସୁଛନ୍ତି, ତେବେ ଆପଣ ଏହି ଅଭ୍ୟାସ ଶୀଘ୍ର ପରିବର୍ତ୍ତନ କରନ୍ତୁ। ଏମିତି କଲେ ଧନହାନି ହୁଏ। ଏମିତିରେ ଘରେ ସର୍ବଦା ଧନ ଆଗମନ କରିବା ପାଇଁ ବାଲଟି ଅଧା ହେଉ ଅବା ଫୁଲ ପାଣି ପୁରାଇ ରଖନ୍ତୁ।

Blue-Bathroom-Tiles-Designs

– ଶନି ଓ ରାହୁ ଦୋଷ ଥିବା ବ୍ୟକ୍ତି ସର୍ବଦା ନୀଳ ରଙ୍ଗର ବାଲ୍ଟି ବ୍ୟବହାର କରିବା ଉଚିତ। ବାସ୍ତୁ ମୁତାବିକ, ନୀଳ ରଙ୍ଗ ଶନି ଏବଂ ରାହୁଙ୍କ ପ୍ରଭାବକୁ କମ୍‌ କରିଥାଏ। ବାଥରୁମ୍‌ରେ ନୀଳ ରଙ୍ଗର ବାଲ୍ଟି ରଖିବା ସହ ନୀଳ ରଙ୍ଗର ରୁମାଲ ମଧ୍ୟ ରଖନ୍ତୁ।

– ବାସ୍ତୁ ଅନୁଯାୟୀ ବାଥରୁମ୍‌ରେ ଶୁଭ ଏବଂ ଅଶୁଭ ଶକ୍ତି ରହିଥାଏ। ଯାହା ଯୋଗୁଁ ପରିବାର ସଦସ୍ୟଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ। ଏଥିପାଇଁ ଘରେ ସୁଖ ଶାନ୍ତି ଏବଂ ସମୃଦ୍ଧି ଆଣିବା ପାଇଁ ବାଥରୁମ୍‌ରେ ନୀଳ ରଙ୍ଗର ବାଲ୍ଟି ରଖନ୍ତୁ। ଏହାଛଡା ବାଥରୁମ୍‌ରେ ନୀଳ ରଙ୍ଗର ଟାଇଲ କିମ୍ବା ରଙ୍ଗ କରିପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button