ଦେଶ ବିଦେଶ

ଆପଣଙ୍କ ତ୍ୱଚାକୁ ଶ୍ୟାମଳ କରୁଛି ଏହି ଚାରିଟି ଆହାର, ପୂର୍ବରୁ ହୋଇଯାଆନ୍ତୁ ସାବଧାନ

ଯୁବତୀମାନେ ନିଜ ତ୍ୱଚାକୁ ନେଇ ବେଶ ଚିନ୍ତିତ ରହିଥାନ୍ତି। ଯୁବତୀମାନେ ନିଜ ତ୍ୱଚାର ଯେତେ ବି ଯତ୍ନ କରି ମଧ୍ୟ ଶ୍ୟାମଳପଣର ଶିକାର ହେଉଛନ୍ତି, ତେବେ ଏହିସବୁ ଖାଦ୍ୟ ପ୍ରତି ସାବଧାନ ହୋଇଯାଆନ୍ତୁ। ଖାଦ୍ୟପେୟରେ ବଦଭ୍ୟାସ ଯୋଗୁଁ ଆପଣଙ୍କ ତ୍ୱଚାର ରଙ୍ଗ ଉପରେ ପ୍ରଭାବ ପଡିଥାଏ। ଏପରି କିଛି ଖାଦ୍ୟ ରହିଛି, ଯାହାକୁ ଖାଇବା ଦ୍ୱାରା ତା’ର ସିଧାସଳଖ ପ୍ରଭାବ ଆପଣଙ୍କ ତ୍ୱଚା ଉପରେ ପଡିଥାଏ। ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଆପଣ ଖାଇବେ ନାହିଁ।

ହ୍ଵାଇଟ ବ୍ରେଡ୍‌ : ସକାଳ ଜଳଖିଆରେ ଅନେକ ଲୋକ ବ୍ରେଡ ଖାଇବାକୁ ପସନ୍ଦ କରିଥାନ୍ତି, କିନ୍ତୁ ବହୁତ କମ୍‌ ଲୋକ ଜାଣିଛନ୍ତି ଯେ, ହ୍ଵାଇଟ ବ୍ରେଡ ଖାଇବା ଦ୍ୱାରା ଶରୀରରେ ଇନସୁଲିନ ସ୍ତର ବଢିଯାଏ। ଏହାଛଡା ସ୍କିନରେ ଥିବା ଅଏଲ ପ୍ରଡକ୍ସନ ବଢିବା ଯୋଗୁଁ ଚେହେରାରୁ ଉଜ୍ୱଳତା କମ୍‌ ହୋଇଯାଏ।

blogpost-01

ଫ୍ରାଏଡ ଫୁଡ : ଅତ୍ୟଧିକ ଛଣା ହୋଇଥିବା ଖାଦ୍ୟ ଖାଇବା ଦ୍ୱାରା ମଧ୍ୟ ତ୍ୱଚା ଶ୍ୟାମଳ ହୋଇଯାଏ। ଫ୍ରାଏଡ ଫୁଡ ଖାଇବା ଦ୍ୱାରା ଶରୀରରେ ଫ୍ୟାଟ୍‌ ବଢିବା ସହିତ ଶରୀରରେ ବ୍ଲଡ ସର୍କୁଲେସନ କମ୍‌ ହୋଇଯାଏ। ତ୍ୱଚା ସଠିକ୍‌ ମାତ୍ରାରେ ଅକ୍ସିଜେନ ନେଇପାରେ ନାହିଁ। ଏଥିପାଇଁ ମଧ୍ୟ ସ୍କିନ ଶ୍ୟାମଳ ହୋଇଯାଏ।

ରାଗ ମସଲାଯୁକ୍ତ ଖାଦ୍ୟ : ରାଗ ମସଲାଯୁକ୍ତ ଖାଦ୍ୟ ଖାଇବାକୁ ପାଟିକୁ ସୁଆଦିଆ ଲାଗିଥାଏ। କିନ୍ତୁ ଏହା ଶରୀର ପାଇଁ ବେଶ୍‌ ଖରାପ। ଏହାକୁ ଖାଇବା ଦ୍ୱାରା ଶରୀରରେ ତାପମାତ୍ରା ବଢିଥାଏ, ଯାହାଯୋଗୁଁ ରକ୍ତକୋଷିକା ସଂପ୍ରସାରିତ ହୁଏ ଏବଂ ଶ୍ୟାମତା ବୃଦ୍ଧି ପାଏ।

coffe

କଫି : କଫିରେ ଥିବା ତତ୍ତ୍ୱ ଶରୀରରେ ହରମୋନ ସ୍ତରକୁ ବଢାଇଥାଏ। ଯେଉଁଥିପାଇଁ ସ୍କିନ ଡ୍ୟାମେଜ ହେବା ସହିତ କଳା ପଡିବାକୁ ଲାଗିଥାଏ। ଯଦି ଆପଣ କଫି ଅଧିକ ପିଉଛନ୍ତି, ତେବେ ଏଥିରୁ ଦୂରେଇ ରୁହନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button