ଦେଶ ବିଦେଶ

ରୁକ୍ଷ କେଶ ଏବଂ ରୂପି ସମସ୍ୟାରୁ ମୁକ୍ତିଦେବ ଟମାଟର, ଏପରି କରନ୍ତୁ ବ୍ୟବହାର

ଆପଣମାନେ ଟମାଟରକୁ ବିଭିନ୍ନ ପ୍ରକାର ବ୍ୟଞ୍ଜନକୁ ସ୍ୱାଦିଷ୍ଟ କରିବା ହେଉ କିମ୍ବା ତ୍ୱଚାକୁ ସୁନ୍ଦରତା କରିବା ପାଇଁ ବ୍ୟବହାର କରିଥିବେ। କିନ୍ତୁ କ’ଣ ଆପଣ ଜାଣନ୍ତି କି, ଟମାଟୋ ଆପଣଙ୍କ କେଶ ପାଇଁ ଲାଭକାରୀ ହୋଇଥାଏ। ଶୀତଦିନରେ କେଶ ଶୁଷ୍କ ଏବଂ ରୂପି ସମସ୍ୟା ସାମ୍ନା କରିଥାଏ। ଯେଉଁଥିରୁ ଟମାଟର ମଧ୍ୟ ମୁକ୍ତି ଦେଇଥାଏ। କିନ୍ତୁ ଟମାଟରକୁ ଆପଣ କେଶର ସୁନ୍ଦରତା ପାଇଁ କିପରି ବ୍ୟବହାର କରିବେ।

juice 2

କିପରି କରିବେ ବ୍ୟବହାର :

ଯଦି ଆପଣଙ୍କ କେଶରେ ରୂପି ଭରି ରହିଛି ତେବେ ଟମାଟର ଜୁସ୍‌ରେ ମହୁ ମିଶାଇ ହେୟାର ମାସ୍କ ପ୍ରସ୍ତୁତ କରନ୍ତୁ। ତା’ ପରେ ଏହାକୁ କେଶରେ ଲଗାନ୍ତୁ। ଅଧଘଣ୍ଟା ରଖିବା ପରେ ଧୋଇଦିଅନ୍ତୁ। ଏଥିପାଇଁ ଲହାକୁ ଲଗାଇବା ସମୟରେ ଅଳ୍ପ ଜ୍ୱଳନ ହୋଇପାରେ କିନ୍ତୁ ଆପଣ ଚିନ୍ତିତ ହେବେ ନାହିଁ।

66

ଫାଇଦା କ’ଣ ମିଳିବ :

ଟମାଟର ଜୁସ୍‌ କେଶରେ ଲଗାଇବା ଦ୍ୱାରା କେଶ ସାଇନିଂ କରିବା ସହ ମୁଲାୟମ ହୋଇଥାଏ।
ଟମାଟର ଜୁସ୍‌ କେଶରେ ହେଉଥିବା ଦୁର୍ଗନ୍ଧ ଦୂର କରିବା ସହ ରୂପି ଏବଂ ଏକଜିମା ଦୂର ହୁଏ।
ଏହାର ବ୍ୟବହାର ଯୋଗୁଁ ରୁକ୍ଷ କେଶ ମଧ୍ୟ ଉଜ୍ୱଳ ହୋଇଥାଏ।
ଟମାଟର ଥିବା ଭିଟାମିନ ଏ,ସି ଏବଂ ଇ କେଶକୁ ମଜବୁତ କରିଥାଏ। ଏହାଯୋଗୁଁ ଦୋମୁହାଁ କେଶ ନଷ୍ଟ ହେବା ସହ କେଶର ବୃଦ୍ଧି ସଠିକ୍‌ ଭାବେ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button