ଦେଶ ବିଦେଶ

ପାଠପଢ଼ାରେ ପିଲାଙ୍କ ମନ ଲାଗୁନି କି? ଏହି ଫୁଲର ବାସ୍ନା ଶୁଙ୍ଘାନ୍ତୁ ମିଳିବ ଫାଇଦା

ବର୍ତ୍ତମାନର ପିଲାମାନେ ପାଠରେ କମ୍‌ ସାଠରେ ଅଧିକ ଧ୍ୟାନ ଦେଉଥିବା ଦେଖିବାକୁ ମିଳୁଛି। ପିଲାମାନେ ବହି ଖାତା ଛାଡ଼ି ଏବେ ମୋବାଇଲ ଗେମ୍‌ରେ ମାତିଛନ୍ତି। ଏଣୁ ପାଠପଢ଼ା ପ୍ରତି ପୁଣିଥରେ ପିଲାଙ୍କ ଧ୍ୟାନ କେନ୍ଦ୍ରିତ କରିବା ଏବେ ସବୁ ଅଭିଭାବକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ଆପଣ ବି ଯଦି ପିଲାର ପଢ଼ାକୁ ନେଇ ଚିନ୍ତିତ ଅଛନ୍ତି ତେବେ ଆଜି ଆମେ ଆପଣଙ୍କୁ ଏକ ସାଧାରଣ ଟିପ୍ସ ଦେବାକୁ ଯାଉଛୁ, ଯାହା ପୁଣି ଥରେ ପିଲାକୁ ପଢ଼ା ପ୍ରତି ଆକର୍ଷିତ କରିବ। ପିଲାଙ୍କୁ ପଢ଼ା ପ୍ରତି ଆକର୍ଷିତ କରିବାକୁ ତାଙ୍କୁ ଗୋଲାପ ଫୁଲର ବାସ୍ନା ଶୁଙ୍ଘାନ୍ତୁ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ। ଗୋଲାପର ବାସ୍ନା ପାଠ ପଢ଼ିବାରେ ଧ୍ୟାନ କେନ୍ଦ୍ରିତ କରିବାରେ ତଥା ଭଲ ନିଦ ହେବାରେ ସାହାଯ୍ୟ କରେ। ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି।

Image result for rose fragrance

ସାଇଣ୍ଟିଫିକ୍‌ ରିପୋର୍ଟସ୍‌ ମାଗାଜିନ୍‌ ମୁତାବକ ଏହି ରିସର୍ଚ୍ଚ ଇଂରାଜୀ ଶିଖୁଥିବା ଛାତ୍ରମାନଙ୍କୁ ନେଇ କରାଯାଇଥିଲା। ଏଥିରେ କିଛି ପିଲାଙ୍କୁ ଗୋଲାପ ଫୁଲ ବାସ୍ନା ସହ ଇଂରାଜୀ ଶିଖିବାକୁ କୁହାଯାଇଥିବା ବେଳେ ଆଉ କିଛି ପିଲାଙ୍କୁ ବିନା ବାସ୍ନାରେ ଇଂରାଜୀ ଶିକ୍ଷା କରିବାକୁ କୁହାଯାଇଥିଲା। ସେମାନଙ୍କ ମଧ୍ୟରେ ଯେଉଁମାନେ ସୁଗନ୍ଧ ସହ ଇଂରାଜୀ ଶିଖିଥିଲେ ସେମାନେ ଅନ୍ୟମାନଙ୍କ ତୁଳନାରେ ଶୀଘ୍ର ପାଠ ମନେରଖିପାରିଥିଲେ।

rose

ସେହିପରି ଆଉ ଏକ ସ୍କୁଲରେ ପିଲାଙ୍କୁ ପଢ଼ା ଟେବୁଲ ପାଖରେ ଗୋଲାପବାସ୍ନା ଯୁକ୍ତ ଅଗରବତୀ ଲଗାଇବାକୁ କୁହାଯାଇଥିଲା। ଏଥିସହ ଶୋଇବା ବେଳେ ମଧ୍ୟ ବିଛଣାରେ ଗୋଲାପ ଫୁଲର ସୁଗନ୍ଧଯୁକ୍ତ ପରଫ୍ୟୁମ୍‌ ବ୍ୟବହାର କରିବାକୁ କୁହାଯାଇଥିଲା। ଶେଷରେ ଜଣାପଡ଼ିଥିଲା ଯେ ଗୋଲାପ ଫୁଲ ବାସ୍ନା ବିନା ପଢ଼ୁଥିବା ଛାତ୍ରଙ୍କ ତୁଳନାରେ ବାସ୍ନା ଆଘ୍ରାଣ କରୁଥିବା ପିଲା ଭଲ ଭାବେ ପାଠ ମନେ ରଖିଥିଲେ। ବୈଜ୍ଞାନିକଙ୍କ କହିବାନୁସାରେ ଏହି ରିସର୍ଚ୍ଚରେ ୩୦ ପ୍ରତିଶତ ଛାତ୍ର କୃତକାର୍ଯ୍ୟ ହୋଇଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button