ଦେଶ ବିଦେଶ

ପୁରୁଷଙ୍କ ତ୍ୱଚା ପାଇଁ ପରଫେକ୍ଟ ଏହି ଫେସପ୍ୟାକ୍‌, ଲଗାଇବା ମାତ୍ରେ ହିଁ ମିଳିବ ଫାଇଦା

ଯୁବତୀମାନେ ନିଜକୁ ସୁନ୍ଦର କରିବା ପାଇଁ ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀ ଉପରେ ନିର୍ଭର କରିଥାନ୍ତି। କିନ୍ତୁ ଯୁବକମାନେ ଏହି କ୍ଷେତ୍ରରେ ନିଜର ସମୟ କମ୍‌ ଦେଇଥାନ୍ତି। କିନ୍ତୁ ଆଜିକାଲିର ଯୁବକ ନିଜକୁ ଷ୍ଟାଇଲିଶ ଏବଂ ସୁନ୍ଦର କରିବା ପାଇଁ କିଛିମାତ୍ରାରେ ଏଥିପତି ସମୟ ଦେବାକୁ ଆରମ୍ଭ କଲେଣି। ଯୁବତୀମାନଙ୍କ ତ୍ୱଚା ତୁଳନାରେ ଯୁବକଙ୍କ ସ୍କିନ ଟାଇପ ଅଲଗା ଅଲଗା ହୋଇଥାଏ। ଯଦି ଯୁବକମାନେ ନିଜର ତ୍ୱଚାକୁ ସୁନ୍ଦର କରିବାକୁ ଚାହୁଁଛନ୍ତି, ତେବେ କମଳା ଚୋପାର ଫେସପ୍ୟାକ୍‌ ସର୍ବୋତ୍ତମ ରହିଥାଏ। କମଳା ଚୋପାରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଯୋଗୁଁ ସ୍କିନ ପୋରର୍ସ ଖୋଲିଯାଇଥାଏ। ଏହାକୁ ପୁରୁଷମାନେ ବ୍ୟବହାର କରିବା ଯୋଗୁଁ ତ୍ୱଚା ଉଜ୍ୱଳ ହୋଇଥାଏ। ତେବେ ଆସନ୍ତୁ ଜାଣିବା କିପରି କରିବା ବ୍ୟବହାର..

pack

ଆବଶ୍ୟକ ସାମଗ୍ରୀ :

କମଳା ଚୋପା

ଦହି ଏକ ବଡ ଚାମଚ

pack 1

କିପରି କରିବେ ବ୍ୟବହାର : ସର୍ବପ୍ରଥମେ କମଳା ଚୋପାକୁ ଭଲଭାବେ ପେଷ୍ଟ କରିଦିଅନ୍ତୁ। ଏବେ ଏଥିରେ ଦହି ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରିଦିଅନ୍ତୁ। ଏହାକୁ ମୁହଁରେ ୧୦ ମିନିଟ୍‌ ପର୍ଯ୍ୟନ୍ତ ଲଗାଇ ଛାଡିଦିଅନ୍ତୁ। ଏହା ହାଲକା ଭାବେ ଶୁଖିଗଲା ପରେ ମୁହଁକୁ ପାଣିରେ ଧୋଇଦିଅନ୍ତୁ। ଧୋଇ ସାରିବା ପରେ ଆପଣ ନିଶ୍ଚିତ ଫରକ ଅନୁଭବ କରିପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button