ବିଚାର

ମୁହଁର ଅନେକ ସମସ୍ୟାରୁ ମୁକ୍ତି ଦେବ ଚିରୋଞ୍ଜି ପେଷ୍ଟ, ଏମିତି କରନ୍ତୁ ବ୍ୟବହାର

ଆଜିକାଲିର ଯୁବତୀ ନିଜର ତ୍ୱଚାକୁ ସୁନ୍ଦର ଏବଂ ଉଜ୍ୱଳ କରିବା ପାଇଁ ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀ ଉପରେ ନିର୍ଭର କରୁଛନ୍ତି। ।ମାର୍କେଟରେ ମିଳୁଥିବା ଏହିସବୁ ସାମଗ୍ରୀ ତ୍ୱଚା ଉପରେ କୁପ୍ରଭାବ ମଧ୍ୟ ପକାଉଛି। ଏହିସବୁ ସାମଗ୍ରୀ ବ୍ୟବହାର କରିବା ଦ୍ୱାରା ମୁହଁରେ ବ୍ରଣ, ଦାଗ, ତ୍ୱଚାରେ ଭାଙ୍ଗ, ଇତ୍ୟାଦି ସମସ୍ୟା ଦେଖାଦେଉଛି। ଯାହାର ପ୍ରଭାବ ଆପଣଙ୍କ ତ୍ୱଚାର ପ୍ରାକୃତିକ ରଙ୍ଗ ଉପରେ ପଡୁଛି। ଯଦି ଆପଣ ଏହିସବୁ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ମୁହଁରେ ଚିରୋଞ୍ଜି ମଞ୍ଜିର ପେଷ୍ଟ ଲଗାନ୍ତୁ। ଏହି ସବୁ ସମସ୍ୟାରୁ ମୁକ୍ତିପାଇପାରିବେ।

paste

– ମୁହଁରେ ଥିବା ଅନାବଶ୍ୟକ କେଶକୁ ହଟାଇବାକୁ ଚାହୁଁଛନ୍ତି, ତେବେ ଚିରୋଞ୍ଜିକୁ ରାତିସାରା କ୍ଷୀରରେ ଭିଜାଇ ରଖଦିଅନ୍ତୁ। ଏହାକୁ ସକାଳୁ ପେଷ୍ଟ କରି ଏଥିରେ ହଳଦୀ ମିଶାଇ ମୁହଁ ଏବଂ ବେକରେ ଲଗାଇ ମସାଜ ୫ ମିନିଟ୍‌ ପର୍ଯ୍ୟନ୍ତ କରନ୍ତୁ। ପରେ ଏହାକୁ ୨୦ ମିନିଟ୍‌ ଛାଡିଦେବା ପରେ ଧୋଇଦିଅନ୍ତୁ। ପାଖାପାଖି ୧ ସପ୍ତାହ ପର୍ଯ୍ୟନ୍ତ ଏପରି କଲେ ଆପଣଙ୍କ ସମସ୍ୟା ଦୂରହେବ।

choro

– ମୁହଁରେ ଉଜ୍ୱଳତା ବଢାଇବାକୁ ଚାହୁଁଥିରେ ୨ ଚାମଚ ବେସନ ଏବଂ ଏକ ଚାମଚ ଚିରୋଞ୍ଜି ପେଷ୍ଟକୁ ଗୋଲାପ ଜଳରେ ମିଶାଇ ଫେସପ୍ୟାକ୍‌ ତିଆରି କରନ୍ତୁ। ଏହାକୁ ମୁହଁରେ ୨୦ ମିନିଟ ଲଗାଇ ରଖନ୍ତୁ। ଏହାକୁ ଧୋଇବା ପରେ ଭଲଭାବେ ମୁହଁକୁ ପୋଛି ଚିରୋଞ୍ଜି ତେଲ ଦୁଇ ବୁନ୍ଦା ମୁହଁରେ ମସାଜ କରିଦିଅନ୍ତୁ। ଏପରି ଲଗାଇବା ଦ୍ୱାରା ଉଜ୍ୱଳତା ଫେରିଆସିଥାଏ।

– ମୁହଁରୁ ବ୍ରଣ ଦୂର କରିବାକୁ ଚାହୁଛନ୍ତି କି ? ତେବେ ରାତିରେ ଚିରୋଞ୍ଜିକୁ ଗୋଲାପ ଜଳରେ ଭିଜାଇ ସକାଳୁ ଏହାର ପେଷ୍ଟକୁ ମୁହଁରେ ଲଗାଇ ୨୦ ମିନିଟ ରଖନ୍ତୁ। ଅଳ୍ପ ଶୁଖିଯିବା ପରେ ଧୋଇଦିଅନ୍ତୁ। ଏପରି କିଛିଦିନ କଲେ ମୁହଁରୁ ବ୍ରଣ ଦୂର ହୋଇଯିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button