ଜାଣନ୍ତୁ ଭୋଜନ ଆରମ୍ଭରେ ରାଗ ଏବଂ ଶେଷରେ ମିଠା ଖାଇବାର କ’ଣ ରହିଛି ଫାଇଦା

ପ୍ରାଚୀନ କାଳରେ ଲୋକମାନେ ଖାଦ୍ୟ ଖାଇବା ପରେ ନିଶ୍ଚିତ ମିଠା ଖାଇଥାନ୍ତି। ହିନ୍ଦୁ ଶାସ୍ତ୍ର ଏବଂ ଆୟୁର୍ବେଦ ଶାସ୍ତ୍ରରେ ମଧ୍ୟ ଏହାର ଉଲ୍ଲେଖ ରହିଛି। ମିଠା ଖାଇବା ବିଷୟରେ ତ ଆପଣମାନେ ଜାଣିଥିବେ କିନ୍ତୁ ଖୁବ୍ କମ ଲୋକ ଜାଣିଥିବେ ଖାଇବା ପୂର୍ବରୁ ରାଗ କାହିଁକି ଖିଆଯାଏ। ତେବେ ଜାଣନ୍ତୁ କଣ ରହିଛି ଏହାର କାରଣ।
ରାଗ ଖାଇବାର କାରଣ:
-ଖାଇବା ପୂର୍ବରୁ ରାଗ ଖାଇବା ଦ୍ୱାରା ପାଚନ ତନ୍ତ୍ର ସକ୍ରିୟ ହୋଇଥାଏ।
-ବିଶେଷଜ୍ଞଙ୍କ ଅନୁଯାୟୀ ଯେତେବେଳେ ଆପଣ ଚରଖା ଖାଇଥାନ୍ତି ଏହା ଆପଣଙ୍କ ଶରୀରରେ ପାଚକ ରସ ଏବଂ ଏସିଡି ଜାରି କରିଥାଏ, ଯାହା ପାଚନ ପ୍ରକ୍ରିୟା ବୃଦ୍ଧି କରିଥାଏ। ଏହାଦ୍ୱାରା ଆପଣଙ୍କ ଶରୀରରେ ପାଚନ ପ୍ରକ୍ରିୟା ସଠିକ୍ ରୂପେ କାମ କରିଥାଏ।
-ଆୟୁର୍ବେଦ ଅନୁଯାୟୀ ଖାଇବା ଆାରମ୍ଭରେ ରାଗ ଖାଇବା ଦ୍ୱାରା ଭୋଜନ ଶେଷ ହେବା ପରେ ପେଟରେ ପାଚନ ତତ୍ତ୍ୱ ତଥା ଅମ୍ଳ ସକ୍ରିୟ ହୋଇଥାଏ।
ମିଠା ଖାଇବାର କାରଣ
-ମିଠାରେ କାର୍ବୋହାଇଡ୍ରେଡ୍ ରହିଥାଏ, ଯାହା ପାଚନ ପ୍ରକ୍ରିୟାକୁ କମାଇଦେଇଥାଏ। ଏହିକାରଣଣୁ ଖାଇବା ପରେ ମିଠା କାଇବା ଦ୍ୱାରା ପାଚନ ପ୍ରକ୍ରିୟା ଠିକ୍ ହୋଇଥାଏ।
-ମିଠା ଖାଇବା ଦ୍ୱାରା ସେରୋଟୋନିନ ନାମକ ହର୍ମୋନର ସ୍ତର ବଢିଥାଏ। ଏହା ନ୍ୟୁରୋଟ୍ରାନ୍ସମିଟରର କାମ କରିଥାଏ, ଯାହାଦ୍ୱାରା ମଠା ଖାଇବା ପରେ ଆପଣଙ୍କୁ ଖୁସି ଅନୁଭବ ହୋଇଥାଏ। ବାସ୍ତବରେ ମିଠା ସେବନ କରିବା ଦ୍ୱାରା ଏମିନୋ ଏୀସିଡ ଟ୍ରିପ୍ଟୋଫୈନର ଅବଶୋଷଣକୁ ବଢାଇଥାଏ।
-ଆୟୁର୍ବେଦ ଅନୁଯାୟୀ ଖାଦ୍ୟ ପରେ ମିଠା ଖାଇବା ଦ୍ୱାରା ଅମ୍ଭର ତୀବ୍ରତା କମ ହୋଇଥାଏ। ଯାହାଦ୍ୱାରା ପେଟ ଜଳାପୋଡା ଏବଂ ଏସିଡିଟି ହୋଇନଥାଏ।



