ଦେଶ ବିଦେଶ

ଅଫିସ୍ ରୋମାନ୍ସ ପାଇଁ କାହାକୁ ପସନ୍ଦ କରନ୍ତି କର୍ମଚାରୀ, ବସ୍‌ଙ୍କୁ ନା ସହକର୍ମୀକୁ

ଗୋଟିଏ ପଟେ ମହିଳାମାନେ ନିଜ ସୁରକ୍ଷା ପାଇଁ ମିଠୁ ଅଭିଯାନ ଆରମ୍ଭ କରୁଥିବାବେଳେ ଅପରପକ୍ଷରେ ଅଫିସ୍‌ରେ ରୋମାନ୍ସକୁ ମଧ୍ୟ ବେଶ୍ ପସନ୍ଦ କରିଥା’ନ୍ତି କର୍ମଚାରୀମାନେ। ଅଫିସ୍‌ରେ ରୋମାନ୍ସ ଟ୍ରେଣ୍ଡ୍କୁ ନେଇ ହୋଇଥିବା ଏକ ସର୍ଭେରୁ ଏହା ସାମ୍ନାକୁ ଆସିଛି। ଏପରିକି ନିଜ ବସ୍‌ଙ୍କ ସହ ମହିଳାମାନେ ରୋମାନ୍ସ କରିବାକୁ ପଛଘୁଞ୍ଚା ଦେଉନଥିବାର ମଧ୍ୟ ସୂଚନା ରହିଛି। ତେବେ ଅଫିସ୍‌ରେ ରୋମାନ୍ସକୁ ନେଇ କର୍ମଚାରୀମାନେ କାହାକୁ ବେଶି ପସନ୍ଦ କରନ୍ତି, ବସ୍‌ଙ୍କୁ ନା ସହକର୍ମୀଙ୍କୁ । ଆସନ୍ତୁ ଜାଣିବା ଏହି ସର୍ଭେ ରିପୋର୍ଟରୁ ।

romance

ସୋସାଇଟି ଫର୍ ହ୍ୟୁମନ୍ ରିସୋର୍ସ ମ୍ୟାନେଜ୍ମେଣ୍ଟ (ଏସଏଚ୍ଆରଏମ୍) ଆମେରିକା ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ୨୭ ପ୍ରତିଶତ ଅଫିସ୍‌ରେ ରୋମାନ୍ସ କରୁଥିବାର ଜାଣିବାକୁ ମିଳିଛି । ଏହି ରିପୋର୍ଟ ଅନୁସାରେ ୨୭ ପ୍ରତିଶତ ଲୋକ ଅଫିସରେ ରୋମାନ୍ସ କରୁଥିବା ସ୍ୱୀକାର କରିଛନ୍ତି । ଏମାନଙ୍କ ମଧ୍ୟରୁ ୨୦ ପ୍ରତିଶତ କହିଛନ୍ତି ଯେ, ସେମାନେ ରୋମାନ୍ସ ପାଇଁ ନିଜ ଜୁନିଅର ଅର୍ଥାତ୍ ତାଙ୍କ ଅଧୀନରେ କାମ କରୁଥିବା ଲୋକଙ୍କୁ ଚୟନ କରିଥା’ନ୍ତି ।

off

ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଅଫିସ୍‌ରେ ରୋମାନ୍ସ କରୁଥିବା ଲୋକଙ୍କ ମଧ୍ୟରେ ପ୍ରତ୍ୟେକ ଚତୁର୍ଥ ବ୍ୟକ୍ତି ନିଜ ବସ୍‌ଙ୍କୁ ଡେଟ୍ କରିଥା’ନ୍ତି ବୋଲି ଏହି ରିପୋର୍ଟରୁ ଜଣାପଡିଛି । କେବଳ ୫୨ ପ୍ରତିଶତ ଲୋକ ଅଫିସର ସହକର୍ମୀଙ୍କୁ ଡେଟ୍ ନ କରିବା ଲାଗି ଚିନ୍ତା କରିଥା’ନ୍ତି ବୋଲି ଏହି ରିପୋର୍ଟରୁ ଜଣାପଡିଛି । ଏହି ସର୍ଭେ ପାଇଁ ମୋଟ ୬୯୬ ଜଣ କର୍ମଚାରୀଙ୍କୁ ସାମିଲ୍ କରାଯାଇଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button