ଦେଶ ବିଦେଶ

ହୋଲି ରଙ୍ଗର କୁପ୍ରଭାବରୁ କେଶକୁ ସୁରକ୍ଷିତ ରଖିବାକୁ ଆପଣାନ୍ତୁ ଏସବୁ ଟିପ୍ସ

ହୋଲି ଅର୍ଥାତ୍‌ ରଙ୍ଗ ଖେଳ, ମଜାମସ୍ତି, ଖାଇବାପିଇବା ତଥା ଉତ୍ସବର ମାହୋଲ। ହୋଲି ଦିନ ଚାରିଆଡ଼େ ରଙ୍ଗ ହିଁ ରଙ୍ଗ ଦେଖିବାକୁ ମିଳେ। ଏହି ଦିନ ପରିବେଶ ରଙ୍ଗୀନ ହୋଇଯାଏ। କିନ୍ତୁ ବେଳେ ଅସାବଧାନତାବଶତଃ ହୋଲିରେ ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ପରସ୍ପରକୁ ରଙ୍ଗ ଲଗାଇବା ବେଳେ ଲୋକେ ଡ୍ରେସ୍‌, କେଶ ଓ ତ୍ୱଚାର ଯତ୍ନ ନେବାକୁ ଭୁଲିଯାଇଥାନ୍ତି। ଫଳରେ ରଙ୍ଗରେ ଥିବ କେମିକାଲ ସଂସ୍ପର୍ଶରେ ଆସି ତ୍ୱଚା ଓ କେଶ ଖରାପ ହୋଇଥାଏ। ଏହା ଦ୍ୱାରା ଆଲର୍ଜି ମଧ୍ୟ ହୁଏ। ତେବେ ଆଜି ଆସନ୍ତୁ ଜାଣିବା ହୋଲିଦନ କେଶର ଯତ୍ନ ନେବେ କିପରି…

holi (1)

  • ହୋଲି ଖେଳିବାକୁ ଯିବା ପୂର୍ବରୁ ମୁଣ୍ଡକୁ ସ୍କାର୍ଫରେ ଘୋଡ଼େଇ ଦିଅନ୍ତୁ। ଏହା ଦ୍ୱାରା ରଙ୍ଗ କେଶ ମୂଳରେ ଜମି ରହିବ ନାହିଁ। ଏଥିସହ ସ୍କାର୍ଫ ଆପଣଙ୍କୁ ଏକ ଫ୍ୟାଶନବଲ ଲୁକ୍‌ ମଧ୍ୟ ଦେବ।
  • ରଙ୍ଗ ଖେଳର ଗୋଟିଏ ଦିନ ପୂର୍ବରୁ କେଶରେ ତେଲ ଲଗାଇଦିଅନ୍ତୁ। ଏଥିସହ ତ୍ୱଚାରେ ମଧ୍ୟ ବଡି ଲୋଶନ ଲଗାଇ ଦିଅନ୍ତୁ। ଏହା କେଶ ସହ ତ୍ୱଚାକୁ ସୁରକ୍ଷିତ ରଖିବ। ତେଲ ଲଗାଇବା ଦ୍ୱାରା ରଙ୍ଗ ସିଧାସଳଖ କେଶ ସଂସ୍ପର୍ଶରେ ଆସେ ନାହିଁ।

useful-tips-for-a-safe-holi

  • କେମିକାଲ ଇନ୍‌ଫେକସନ୍‌ରୁ ମୁକ୍ତି ପାଇଁ ତେଲରେ ଲେମ୍ବୁ ମିଶାଇ ମୁଣ୍ଡ ତାଳୁରେ ମସାଜ କରନ୍ତୁ। ଏହା ତାଳୁକୁ ପରିଷ୍କାର ରଖିବା ସହ ରଙ୍ଗ ମଧ୍ୟ ଲାଗିବ ନାହିଁ।

holi

  • ହୋଲି ଖେଳିବା ପୂର୍ବରୁ ଚୁଟିକୁ ଖୋଲା କରିବା ପରିବର୍ତ୍ତେ ଭଲ ଭାବେ ବାନ୍ଧି ଦିଅନ୍ତୁ। ଲମ୍ବା କେଶରେ ରଙ୍ଗ ସହଜରେ ମିଶିଯାଏ ଫଳରେ ଧୋଇବା ବେଳେ ପରିଷ୍କାର ହୋଇ ଛାଡ଼େ ନାହିଁ। ଏହା ଦ୍ୱାରା କେଶ ରୁକ୍ଷ ହୋଇଯାଏ।
  • ହୋଲି ଖେଳିବା ବେଳେ କୌଣସି ହେୟାର ଆସେସରିଜ୍‌ ବ୍ୟବହାର କରନ୍ତୁ ନାହିଁ। ଏହି ଜିନିଷ ରଙ୍ଗ ଯୋଗୁ ଚୁଟିରେ ଗଣ୍ଠି ପଡ଼ିଯାଇପାରେ ଫଳରେ କେଶ ଛିଡ଼ିଥାଏ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button