ପଇସା ଅଭାବଠାରୁ ଆରମ୍ଭ କରି କରଜ ସମସ୍ୟା, ସବୁ ବିପତ୍ତିରୁ ମୁକ୍ତି ଦେବ ଗଙ୍ଗାଜଳ, ଜାଣନ୍ତୁ କିପରି ଉପାୟରେ ଏହାକୁ କରିବେ ବ୍ୟବହାର

ଭାରତୀୟ ସଂସ୍କୃତିରେ ଗଙ୍ଗା ନଦୀକୁ ପୂଜନୀୟ ବୋଲି କୁହାଯାଏ। ଏହି କାରଣରୁ ଗଙ୍ଗାଜଳରେ ସ୍ନାନ କଲେ, ଆପଣଙ୍କ ସମସ୍ତ ପାପ କ୍ଷୟ ହୋଇଥାଏ। ତେବେ ଆପଣ ଜାଣନ୍ତି କି? ଗଙ୍ଗାଜଳରେ ମଧ୍ୟ କେତେକ ଜ୍ୟୋତିଷ ଉପାୟକୁ ସମ୍ପନ୍ନ କରାଯାଇଥାଏ। ଏହା ସାହାଯ୍ୟରେ ଜୀବନର ଅନେକ ସମସ୍ୟାକୁ ଦୂର କରାଯାଇପାରେ। ଆଜି ଆମେ ଆପଣଙ୍କୁ ଗଙ୍ଗାଜଳ ସହ ଜଡ଼ିତ କିଛି ଉପାୟ କହିବୁ, ଯଦ୍ଦ୍ଵାରା ବିପଦକୁ ଟାଳିହେବ।

୧. ବାସ୍ତୁଶାସ୍ତ୍ର ଅନୁସାରେ, ଗଙ୍ଗାଜଳକୁ ଭଗବାନ ଶିବଙ୍କ ଶିରରେ ପ୍ରତିଦିନ ଲାଗି କରିବା ଦ୍ୱାରା ଧନପ୍ରାପ୍ତି ଯୋଗ ବଢ଼ିଥାଏ। ଏହାସହିତ ପଇସାର ଅଭାବ ମଧ୍ୟ ଦୂର ହୋଇଯାଏ।
୨. ବାସ୍ତୁ ଦୋଷ ଥିଲେ, ଘରେ ପ୍ରତିଦିନ ଗଙ୍ଗାଜଳ ସିଞ୍ଚନ କରନ୍ତୁ।

୩. କରଜରୁ ମୁକ୍ତି ପାଇବା ପାଇଁ ଗଙ୍ଗାଜଳ ବହୁତ ଉପଯୋଗୀ ହୋଇଥାଏ। ଗୋଟିଏ ପିତ୍ତଳ ପାତ୍ରରେ ଗଙ୍ଗାଜଳ ଭର୍ତ୍ତି କରି ଏହାକୁ ନିଜ କଠୋରୀର ଉତ୍ତର ଦିଗରେ ରଖନ୍ତୁ।
୪. ଘରର ସୁଖ, ସମୃଦ୍ଧି ପାଇଁ ସର୍ବଦା ଘରେ ଗଙ୍ଗାଜଳ ଭରିକି ରଖନ୍ତୁ।
୫. ରୋଗରୁ ମୁକ୍ତି ପାଇବା ପାଇଁ ଗଙ୍ଗାଜଳ ବ୍ୟବହାର କଲେ, କୌଣସି ପ୍ରକାର ରୋଗ ଶରୀରରେ ପ୍ରବେଶ କରିପାରି ନ ଥାଏ।



