ଦେଶ ବିଦେଶ

ଆଜି ହିଁ ଘରେ ଏହି ସହଜ ଉପାୟରେ ବନାନ୍ତୁ ‘କଞ୍ଚାଲଙ୍କାର ଇନଷ୍ଟାଣ୍ଟ ଆଚାର’, ଦେଖୁ ଦେଖୁ ପାଟିରୁ ଗଡିବ ଲାଲ

ଆବଶ୍ୟକୀୟ ସାମଗ୍ରୀ

କଞ୍ଚାଲଙ୍କା- ୨୫୦ ଗ୍ରାମ, ଧନିଆ – ୧ ଚାମଚ, ମଧୁରୀ- ୧ ଚାମଚ, ସୋରିଷ- ୧ ଚାମଚ, ମେଥି- ୧ ଛୋଟ ଚାମଚ, ହଳଦୀ ଅଧା ଚାମଚ, ହେଙ୍ଗୁ ଅଳ୍ପ, ଆମଚୁର ପାଉଡର- ୨ ଚାମଚ, ଭିନେଗାର- ୧ ଚାମଚ, ସୋରିଷତେଲ- ୨ ଚାମଚ, ଲୁଣ – ୧ ଚାମଚ ।

ପ୍ରସ୍ତୁତି ପ୍ରଣାଳୀ

 

ଏହି ସ୍ଵାଦିଷ୍ଟ ଆଚାର ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ କଞ୍ଚାଲଙ୍କାକୁ ଧୋଇ ମଝିରୁ ଅଧା କାଟି ଶୁଖାଇ ଦିଅନ୍ତୁ । ତାପରେ ଏକ କଡ଼େଇରେ ମଧୁରୀ, ମେଥି, ସୋରିଷ ଏବଂ ଧନିଆ ମିଶାଇ ଭାଜି ତାକୁ ଅଳ୍ପ ପେଶୀ ଦିଅନ୍ତୁ । ବର୍ତ୍ତମାନ୍ ସମସ୍ତ ମସଲାକୁ ଉକ୍ତ ଲଙ୍କାରେ ମିଶାଇ ଦିଅନ୍ତୁ । ଏହିସବୁ ମସଲା ସହିତ ସେଥିରେ ହଳଦୀ, ଆମଚୁର ପାଉଡର ଏବଂ ଲୁଣ ପକାଇ ଗୋଳାଇ ଦିଅନ୍ତୁ ।

ବର୍ତ୍ତମାନ ଏକ କଡେଇରେ ତେଲ ଗରମ କରି ସେଥିରେ ହେଙ୍ଗୁ ଏବଂ ସମସ୍ତ ଲଙ୍କା ମସଲା ପକାଇ ଘୋଡାଇ ଦିଅନ୍ତୁ । ବର୍ତ୍ତମାନ ଗ୍ୟାସ ବନ୍ଦ କରି ତିନିରୁ ଚାରି ମିନିଟ ପର୍ଯ୍ୟନ୍ତ ଘୋଡାଇ ଛାଡି ଦିଅନ୍ତୁ । ଏବେ ଏହାକୁ ଓହ୍ଲାଇ ଥଣ୍ଡା କରି ଏଥିରେ କିଛି ଭିନେଗାର ମିଶାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କ ସ୍ୱାଦିଷ୍ଟ ଲଙ୍କା ଆଚାର ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button