ଦେଶ ବିଦେଶ

ମମି-ପାପାଙ୍କୁ କେଉଁ ବୟସରେ ଚିହ୍ନିଥାଏ ଶିଶୁ, ଜାଣନ୍ତୁ ଏନେଇ କ’ଣ କୁହନ୍ତି ଏକ୍ସପର୍ଟ

କୁନି ଶିଶୁଟିଏ ଘରର ସମସ୍ତଙ୍କ ଜୀବନ ହୋଇଥାଏ। ସମସ୍ତେ ସବୁ ମୁହୂର୍ତ୍ତରେ ଛୁଆ ଉପରେ ନଜର ରଖିଥାନ୍ତି। ଖାସ୍‌ କରି ନୂଆ କରି ମାତାପିତା ହୋଇଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ସମୟଟି ଖୁବ୍‌ ଅଲଗା ହୋଇଥାଏ। କାରଣ ପ୍ରଥମ ଥର ପାଇଁ ସେମାନେ ଏଭଳି ଅନୁଭବ କରିଥା’ନ୍ତି। ତେବେ ପିଲାଟିଏ ଜନ୍ମ ହେବା ପରେ ମାତାପିତା ସିନା ଜାଣିଛନ୍ତି ଯେ ସେ ତାଙ୍କ ଛୁଆ ବୋଲି କିନ୍ତୁ ଛୁଆ କେତେବେଳେ ବାପା ମା’ଙ୍କୁ ଚିହ୍ନେ! ଏହି ପ୍ରଶ୍ନ ପ୍ରାୟ ସମସ୍ତଙ୍କ ମନରେ ଉଙ୍କି ମାରୁଥିବ। ଆଜି ଆସନ୍ତୁ ଜାଣିବା ସେ ବିଷୟରେ…

ମା’ ମୁହଁକୁ କେବେ ଚିହ୍ନେ:

mom

ଏକ ନବଜାତ ଶିଶୁ ନିଜ ମା’ ପାଖରେ ସବୁଠାରୁ ଅଧିକ ସୁରକ୍ଷିତ ଅନୁଭବ କରିଥାଏ। କାରଣ ସେ ଜନ୍ମ ପୂର୍ବରୁ ମା’ର କଣ୍ଠ ସ୍ୱର ଓ ବାସ୍ନା ସହ ପରିଚିତ ଥାଏ। ଏଣୁ ଅନ୍ୟ ପରିବାର ସଦସ୍ୟଙ୍କ ତୁଳନାରେ ସେ ପ୍ରଥମେ ମା’କୁ ଚିହ୍ନିଥାଏ। ୩ ମାସର ହେଲା ପରେ ଶିଶୁଟି ଚିହ୍ନିବା ଆରମ୍ଭ କରିଥାଏ। ସେ ଭିନ୍ନ ଭିନ୍ନ ଚେହେରା ଭିତରେ ଅନ୍ତର କରିବା ଶିଖିଥାଏ।

କେବେ ଚିହ୍ନେ ବାପାଙ୍କ ମୁହଁ:

father

ବର୍ତ୍ତମାନ ପର୍ଯ୍ୟନ୍ତ ସେଭଳି କୌଣସି ରିସର୍ଚ୍ଚ ହୋଇନାହିଁ ଯେଉଁଥିରେ ପିଲା କେତେବେଳେ ବାପାଙ୍କୁ ଚିହ୍ନେ ସେ ବିଷୟରେ ଜଣାପଡ଼ିବ। କିନ୍ତୁ କୁହାଯାଏ ଯେ ପିଲା ମା’ ଗର୍ଭରେ ଥିବା ଅବସ୍ଥାରୁ ହିଁ ପିତାର ସ୍ୱର ଚିହ୍ନିପାରେ। ପିଲା ଜନ୍ମ ବେଳେ ସେମାନଙ୍କ ଦୃଷ୍ଟି ଶକ୍ତି ଧୂଆଁଳିଆ ରହିଥାଏ, ପ୍ରାୟ ୨ ସପ୍ତାହ ପରେ ସେ ମା’ବାପାଙ୍କ ମୁହଁ ଚିହ୍ନିବା ଆରମ୍ଭ କରିଥାଏ।

ପରିବାରର ଅନ୍ୟ ସଦସ୍ୟଙ୍କୁ କେବେ ଚିହ୍ନେ:

ଏନେଇ କୌଣସି ଠୋସ୍‌ ପ୍ରମାଣ ନାହିଁ ଯେ ଶିଶୁ ପରିବାର ସଦସ୍ୟଙ୍କୁ କେବେ ଚିହ୍ନେ। ତେବେ କେତେକ ରିସର୍ଚ୍ଚ ମୁତାବକ ପିଲା ପ୍ରଥମେ ମା’କୁ ଚିହ୍ନିଥାଏ। ସେହିପରି କିଛି ମାସ ଓ କିଛି ବର୍ଷ ପରେ ଶିଶୁ ପରିବାରର ଅନ୍ୟ ସଦସ୍ୟଙ୍କୁ ଚିହ୍ନିବା ଆରମ୍ଭ କରିଥାଏ।

family

ତେବେ କୌଣସି ସ୍ଥାନ ତୁଳନାରେ ଶିଶୁ ପ୍ରଥମେ ବ୍ୟକ୍ତିଙ୍କ ମୁହଁ ଚିହ୍ନିଥାଏ। ସେ ସ୍ୱର, ଚେହେରା, କଥା କହିବା ଶୈଳୀ ଦେଖି ନିଜ ପରିବାର ଲୋକଙ୍କୁ ଚିହ୍ନିଥାଏ। ୩-୪ ମାସ ପର୍ଯ୍ୟନ୍ତ ଏକ ଶିଶୁ ନିଜ ମାତା ପିତାଙ୍କୁ ଚିହ୍ନିବାକୁ ଲାଗେ। ଧୀରେ ଧୀରେ ବଡ଼ ହେବା ପରେ ସେ ସମସ୍ତଙ୍କ ମୁହଁ ମନେ ରଖେ ଓ ଚିହ୍ନିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button