ନୀତି

ବାସ୍ତୁ ଅନୁଯାୟୀ ଘରେ କରନ୍ତୁ ଏହି ଚାରିଟି ପରିବର୍ତ୍ତନ, ମିଳିବ ଧନଦାତ୍ରୀଙ୍କ କୃପା

ଆଗାମୀ ୨୫ ତାରିଖରୁ ଚୈତ୍ର ନବରାତ୍ରି ଆରମ୍ଭ ହେବାକୁ ଯାଉଛି। ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ସୁଖ ସମୃଦ୍ଧି ଆଣିବା ପାଇଁ ଚାହିଁଥାଏ। ତେଣୁ ବାସ୍ତୁ ଅନୁସାରେ ନିଜ ଘରେ କିଛି ପରିବର୍ତ୍ତନ କରିବା ଆବଶ୍ୟକ। ଏପରି କଲେ ଘରେ ସୁଖଶାନ୍ତି ଫେରି ଆସିବା ସହିତ ମା’ ଲକ୍ଷ୍ମୀଙ୍କ କୃପା ରହିଥାଏ। ଆସନ୍ତୁ ଜାଣିବା ବାସ୍ତୁ ଅନୁସାରେ କ’ଣ କରିବେ ପରିବର୍ତ୍ତନ..

– ଯଦି ଆପଣଙ୍କ ଘରର କାନ୍ଥ ଫାଟିବା, ଦାଗ ଲାଗିଥାଏ କିମ୍ବା ଝରକା ଭାଙ୍ଗିଥାଏ ଅଥାବ ଆପଣଙ୍କ ମନକୁ ଅଶାନ୍ତ ଲାଗିଥାଏ। ତେବେ ପ୍ରଥମେ ଘରର କାନ୍ଥକୁ ଠିକ୍‌ କରନ୍ତୁ। ଯାହା ଯେମିତି ଭାଙ୍ଗିଛି, ତାକୁ ଠିକ୍‌ କରାନ୍ତୁ। ନବରାତ୍ରୀ ସମୟରେ ଘରେ ବିଶେଷ ଭାବେ ସଫାସୁତରା ରଖନ୍ତୁ।

 

– ରୋଷେଇ ଘର ଘରର ମହତ୍ୱପୂର୍ଣ୍ଣ ଅଂଶ। ନବରାତ୍ରୀ ଆସିବା ପୂର୍ବରୁ ରୋଷେଇ ଘରକୁ ନାଲି, ହଳଦିଆ କିମ୍ବା ନାରଙ୍ଗୀ ରଙ୍ଗ ଲଗାନ୍ତୁ। ନବରାତ୍ରୀ ନୂଆବର୍ଷ ଆସିବା ପୂର୍ବରୁ ରୋଷେଇ ଘରକୁ ସର୍ବଦା ସଫା ରଖନ୍ତୁ। ଏହି ଘରେ ମା’ ଲକ୍ଷ୍ମୀ ବାସ କରନ୍ତି।

– ଯଦି ଆପଣଙ୍କୁ ନିଦ୍ରାରେ ଅସୁବିଧା, ଭୂତପ୍ରେତ ଡର ଅଥବା ସ୍ୱପ୍ନ ଦେଖୁଛନ୍ତି, ତେବେ ଘରର ଦକ୍ଷିଣ- ପଶ୍ଚିମ କୋଣକୁ ଠିକ୍‌ କରନ୍ତୁ। ଏହା ଶନି ଗ୍ରହ କିମ୍ବା ଭୂମି ତତ୍ତ୍ୱ ସହିତ ଜଡିତ ସ୍ଥାନ ରହିଥାଏ। ରୋଷେଇ ଘର କିମ୍ବା ଘରର ମୁଖ୍ୟ କବାଟ ବନାନ୍ତୁ ନାହିଁ।

kitchen

– ମନ ବିଚଳିତ ହେଲେ କିମ୍ବା ଘରେ ଯଦି କିଛି ଅସୁବିଧା ହେଉଛି, ତେବେ ଘରର ଉତ୍ତର ପଶ୍ଚିମ କୋଣକୁ ଠିକ୍‌ କରନ୍ତୁ। ଚନ୍ଦ୍ରମା ଏହି ସ୍ଥାନରେ ରହିଥାନ୍ତି। ଏଠାରେ କୌଣସି ଜିନିଷ ସ୍ଥିର ରୁହେନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button