ନୀତି

ଆଜି ପଣା ସଂକ୍ରାନ୍ତି, ଘରେ ଏପରି ପ୍ରସ୍ତୁତ କରନ୍ତୁ ଟେଷ୍ଟି ବେଲ ପଣା

ଆଜି ପଣା ସଂକ୍ରାନ୍ତି ତଥା ମହାବିଷୁବ ସଂକ୍ରାନ୍ତି। ଆଜିର ଦିନରେ ଓଡ଼ିଆ ନବବର୍ଷର ଆରମ୍ଭ ହୋଇଥାଏ। ଆଜି ଦିନରେ ଓଡ଼ିଆ ପରିବାରର ସମସ୍ତଙ୍କ ଘରେ ବେଲ ପଣା ପ୍ରସ୍ତୁତ କରାଯାଏ। ଏହା ବହୁତ ସ୍ୱାଦିଷ୍ଟ ହେବା ସହିତ ପେଟ ପାଇଁ ମଧ୍ୟ ବହୁତ ଲାଭକାରୀ ହୋଇଥାଏ। ତାହେଲେ ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତ କରିବେ ସୁଆଦିଆ ବେଲ ପଣା।

ଆବଶ୍ୟକ ସାମଗ୍ରୀ

-ବେଲ
-ପାଚିଲା କଦଳୀ
-ଦହି
-ଛେନା
-ଗୁଡ଼
-ନଡ଼ିଆ
-ଅଙ୍ଗୁର
-କାଜୁ,କିସମିସ
-ଚିନି
-ବରଫ ଖଣ୍ଡ

ପ୍ରସ୍ତୁତି ପ୍ରଣାଳୀ

ଏକ ବଡ ପାତ୍ରରେ ଥଣ୍ଡା ପାଣି ନିଅନ୍ତୁ ସେଥିରେ ଗୋଟିଏ ପାଚିଲା ବେଲ ଏବଂ ବରଫ ଖଣ୍ଡ ପକାନ୍ତୁ। ଏବେ ବେଲକୁ ଭଲ କରି ଚକଟି ଦିଅନ୍ତୁ। ବେଲକୁ ଚକଟି ସେଥିରୁ ମଞ୍ଜି ବାହାର କରିଦିଅନ୍ତୁ। ଏହାପରେ ଏହି ମିଶ୍ରଣକୁ ଛାଣି ଦିଅନ୍ତୁ ଯେପରି ବେଲରେ ଥିବା ଖଦଡ଼ ବହାରିଯିବ। ଏହାପରେ ଏଥିରେ ସ୍ଵାଦନୁସାରେ ଚିନି ମିଶାନ୍ତୁ, ଆପଣ ଏଥିରେ ଗୁଡ ବି ପକାଇପାରିବେ। ଏହି ମିଶ୍ରଣରେ ଏଥିରେ ଦହି, ଛେନା, ନଡ଼ିଆ, କଦଳିକୁ ପକାଇ ଦିଅନ୍ତୁ। ଏଥିରେ ସାମାନ୍ୟ ଗୋଲମରିଚ ଗୁଣ୍ଡ ମିଶାନ୍ତୁ। ଏହାପରେ ଏହାକୁ ଭଲଭାବେ ମିଶ୍ରଣ କରି ଗ୍ଲାସକୁ କାଢି ଦିଅନ୍ତୁ। ଏବେ ଏହାକୁ କାଜୁ କିସମିଶରେ ସଜାଇ ପିଇବାକୁ ଦିଅନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button