ସ୍ୱାସ୍ଥ୍ୟ

ଆପଣଙ୍କ କିଡ୍ନୀକୁ ଡ଼ିଟକ୍ସ କରିବ ଏହି ସବୁ ପାନୀୟ , ନିୟମିତ ପିଅନ୍ତୁ ଓ ସୁସ୍ଥ ରୁହନ୍ତୁ

ଶରୀରର କିଡ୍ନୀ ଏକ ଗୁରୁତ୍ୱ ପୁର୍ଣ ଅଙ୍ଗ | ଯାହା ଶରୀରର ସମସ୍ତ ବର୍ଜ୍ୟ ବସ୍ତୁକୁ ବାହାର କରିଦେଇଥାଏ । ଯଦି କିଡ୍ନୀ କାମ କରିବା ବନ୍ଦ କରିଦିଏ ତେବେ ବର୍ଜ୍ୟ ପଦାର୍ଥ ବାହାରକୁ ନଯାଇପାରେ ଅନ୍ୟାନ ରୋଗ ସୃଷ୍ଟି କରିପାରେ । ତେଣୁ କରି ଏହାର ବିଶେଷ ଯତ୍ନ ନେବା ନିହାତି ଜରୁରୀ | ସମୟ ଅନୁଯାୟୀ ଏହାକୁ ଡିଟେକ୍ସ କରିଦେବା ଉଚିତ । ଆଜି ଆମେ ଆପଣଙ୍କୁ ଏମିତି କିଛି ଡ୍ରିଙ୍କସ ବିଷୟରେ କହିବାକୁ ଯାଉଛୁ, ଯାହା କିଡ୍ନୀ ଭିତରର ସମସ୍ତ ଅପରିଷ୍କାର ବର୍ଜ୍ୟ ପଦାର୍ଥ ଗୁଡିକୁ ସହଜରେ ବାହାର କରିଦେବ ।

Beetroot Juice: 12 Health Benefits

ବିଟ ରସ :

ବିଟ ରସ ଏକ ଉତ୍ତମ କ୍ଲିଞ୍ଜର ଭାବେ କାମ କରେ । ଏହା ଯକୃତକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରିବ । ଏହା ବାଦ ବିଟ ରସରେ ଆଣ୍ଟି- ଅକ୍ସିଡେଣ୍ଟ ବି ଭରପୁର ମାତ୍ରାରେ ଥାଏ । ଯାହାକି କିଡ୍ନୀ ପଥୁରୀ ପରି ସମସ୍ୟାରୁ ମୁକ୍ତି ଦେଇଥାଏ ।

ଅଦା ଚା

ଏଥିପାଇଁ 1 କପ୍ ଗରମ ପାଣିରେ ଗ୍ରେଟେଡ୍ ଅଦାକୁ ଫୁଟାନ୍ତୁ । ତା’ପରେ ଏଥିରେ ମିଶ୍ରିତ ମହୁ ପିଅନ୍ତୁ । ଏହା କେବଳ କିଡନୀ ଡିଟକ୍ସ ସୃଷ୍ଟି କରିବ ନାହିଁ, ବରଂ ଏହା ଥଣ୍ଡା ଏବଂ କାଶରୁ ମଧ୍ୟ ମୁକ୍ତି ଦେବ । କୋଲେଷ୍ଟ୍ରଲ ସ୍ତର ମଧ୍ୟ ନିୟନ୍ତ୍ରଣରେ ରହିବ ।

Ginger Honey Lemonade

ଲେମ୍ବୁ ପାଣି:

ଲେମ୍ବୁ ରସରେ ସାଇଟରିକ ଏସିଡ ଥାଏ । ଯାହା କିଡ୍ନୀରୁ ଅଯଥା କ୍ୟାଲସିୟମ ଗୁଡିକୁ ବାହାର କରିଥାଏ ।
ଏହା ବାଦ କିଡ୍ନୀରେ ଜମା ହୋଇଥିବା ମଇଳା ଗୁଡିକୁ ମଧ୍ୟ ସଫା କରେ । ନଖ ଉଷୁମ ପାଣିରେ କିଛି ଲେମ୍ବୁ ରସ ଓ ମହୁ ମିଶାଇ ପିଇଲେ ଅନେକ ଫାଇଦା ମିଳିଥାଏ ।

କଦଳୀ ଚା:

ବିଭିନ୍ନ ପ୍ରକାର ଔଷଧୀୟ ଗୁଣରେ ଭରପୂର କଦଳୀ ଖାଇବା କେବଳ କିଡନୀକୁ ଡିଟକ୍ସ କରେ ନାହିଁ, ବରଂ ପ୍ରଦାହ ଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ । ଏଥି ସହିତ, କଦଳୀ ରକ୍ତଚାପକୁ ହ୍ରାସ କରିଥାଏ ଯାହା କିଡନୀ ରୋଗର ଦ୍ୱିତୀୟ ପ୍ରମୁଖ କାରଣ ଅଟେ । କେବଳ ଏତିକି ନୁହେଁ, ଏହା କିଡନୀ କାର୍ଯ୍ୟରେ ମଧ୍ୟ ଉନ୍ନତି ଆଣିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button