ଶ୍ୱାସ ଓ ଥାଇରଏଡ ସମସ୍ୟା ଦୂର କରିବାକୁ ଚାହୁଁଛନ୍ତି, ତେବେ କରନ୍ତୁ ଧନୁରାସନ

ଶରୀରକୁ ସୁସ୍ଥ ଏବଂ ସୁନ୍ଦର ରଖିବା ପାଇଁ ଯୋଗ କରିବା ନିହାତି ଆବଶ୍ୟକ । ଯୋଗ କରିବା ଦ୍ୱାରା ଶରୀରର ବିଭିନ୍ନ ପ୍ରକାର ରୋଗ ଦୂର ହୋଇଥାଏ । ଆଜିକାଲି ବ୍ୟସ୍ତବହୁଳ ଜୀବନ ମଧ୍ୟରେ ମଣିଷ ନିଜ ଶରୀରର ଧ୍ୟାନ ନେବାକୁ ଭୁଲିଯାଉଛି । ଫଳରେ ଅନେକ ରୋଗର ଶିକାର ହେଉଛି । ଅଫିସରେ ଅଧିକ ସମୟ ବସିବା, କର୍ମକ୍ଷେତ୍ରରେ କାମ କରିବା ଯୋଗୁଁ ଶରୀରକୁ ଥକ୍କା ଲାଗିଥାଏ । ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟାକୁ ଶରୀରରୁ ଦୂର କରିବା ପାଇଁ କରନ୍ତୁ ଧନୁରାସନ । ଆସନ୍ତୁ ଜାଣିବା କିପରି କରିବା ଧନୁରାସନ..

ପ୍ରଥମେ ପେଟେଇ ସିଧା ଶୋଇ ରୁହନ୍ତୁ । ଏକ ଲମ୍ବା ନିଃଶ୍ୱାସ ଛାଡିବା ପରେ ଦୁଇ ଆଣ୍ଠୁକୁ ଭାଙ୍ଗି ଗୋଇଠିକୁ ଦୁଇ ହାତର ପାପୁଲି ସାହାଯ୍ୟରେ ଧରି ରଖନ୍ତୁ । ସ୍ୱାଭାବିକ ଶ୍ୱାସକ୍ରିୟା ସହ ଦୁଇ ଜଙ୍ଘ ପେଟ ଓ ମୁଣ୍ଡକୁ ମଧ୍ୟ ଯେତେ ଦୂର ସମ୍ଭବ ଉପରକୁ ଉଠାନ୍ତୁ । ପୁରା ଶରୀରର ଓଜକୁ ତଳି ପେଟ ଉପରେ ରଖିବା ପାଇଁ ଚେଷ୍ଟା କରନ୍ତୁ ଓ ଉପରକୁ ଦୃଷ୍ଟି ରଖନ୍ତୁ । ଏହି ଆସନରେ କିଛି ସମୟ ରହିବା ପରେ ନିଃଶ୍ୱାସ ଛାଡିବା ସହ ଧୀରେ ଧୀରେ ଗୋଡ ଓ ମୁଣ୍ଡକୁ ତଳକୁ ଖସାନ୍ତୁ ।
ଲାଭ: ଶରୀର ଓଜନ ସହ ପେଟରେ ଜମି ରହିଥିବା ଚର୍ବି କମ୍ ହ୍ରାସ କରେ, ଅଳସୁଆପଣ ଦୂର ହୁଏ । ପେଟ ଭିତରେ ଥିବା ସବୁ ଅଙ୍ଗ ସକ୍ରିୟ ହୁଏ ଏବଂ ଲିଭରର ମସାଜ ହୁଏ ଓ ହଜମ ଶକ୍ତି ବଢେ ।
ମେରୁଦଣ୍ଡ ସିଧା ରଖିବା ସହ ଅଣ୍ଟା ଯନ୍ତ୍ରଣା ଦୂର କରେ । କାନ୍ଧ ମଧ୍ୟ ମଜବୁତ ରଖେ । ଶ୍ୱାସ ଓ ଥାଇରଏଡ ସମସ୍ୟା ମଧ୍ୟ ଏହି ଆସନ ଦ୍ୱାରା ସହଜେ ଦୂର ହୁଏ ।



