ଦେଶ ବିଦେଶ

ମାର୍କେଟ ବନ୍ଦ ହେଲା ତ କଣ ହେଲା ଆଜି ଆପଣ ଘରେ ବନାନ୍ତୁ ‘ପୋଟାଟୋ ଗାରଲିକ ଟିକ୍କା’

ଲକଡାଉନର ଏହି ସମୟରେ ସମସ୍ତେ ନିଜ ଘରେ ରହୁଛନ୍ତି। ଆଉ ଘରେ ରହିଲେ ସବୁବେଳେ କିଛି ନା କିଛି ନୂଆ ଖାଇବାକୁ ଇଚ୍ଛା ହୋଇଥାଏ। ତେଣୁ ଆଜି ଆପଣଙ୍କ ପାଇଁ ‘ପୋଟାଟୋ ଗାରଲିକ ଟିକ୍କା’ ରେସିପି ନେଇ ଆସିଛୁ। ଯାହାକୁ ଆପଣ ଅତି ସହଜରେ ବନାଇପାରିବେ। ଏହା ବହୁତ ସ୍ୱାଦିଷ୍ଟ ହେବା ସହିତ ଜବରଦସ୍ତ ମଜା ମଧ୍ୟ ଦେଇଥାଏ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

୧୦ଟି ଛୋଟ ଆଳୁ (ଦୁଇ ଫାଳ ହୋଇ କଟା ହୋଇଥିବା)
ଏକ କପ ସୀମଲା ଲଙ୍କା
ଦୁଇଟି ବଡ ପିଆଜ
୧୦ କାଜୁ (ଭିଜା ହୋଇ ପେଶା ଯାଇଥିବା)
୧ ଚାମଚ ଅଦା ରସୁଣ ପେଷ୍ଟ
୩/୪ କପ ଦହି
୨-୨ ଚାମଚ ଲାଲ ଲଙ୍କା ପାଉଡର ଏବଂ ଧନିଆ ପାଉଡର
୧-୧ ଚାମଚ ଅଦା ପେଷ୍ଟ ଏବଂ କସ୍ତୁରୀ ମେଥି
ଏକ ଚାମଚ ଲେମ୍ବୁ ରସ
ସ୍ଵାଦନୁସାରେ ଲୁଣ
ଆବଶ୍ୟକ ଅନୁଯାୟୀ ତେଲ
ଅଳ୍ପ ଧନିଆପତ୍ର

tikaପ୍ରସ୍ତୁତି ପ୍ରଣାଳୀ

ଓଭନକୁ ୧୮୦ ଡିଗ୍ରୀରେ ପ୍ରିହିଟ କରନ୍ତୁ। ପ୍ୟାନରେ ପାଣି ଗରମ କରି ଆଲୁକୁ ୧୦ ମିନିଟ ପର୍ଯ୍ୟନ୍ତ ସିଝାଇ ଦିଅନ୍ତୁ। ଏକ ପାତ୍ରରେ କାଜୁ ପେଷ୍ଟ, ଅଦା ରସୁଣ ପେଷ୍ଟ, ଦହି, ଲାଲ ଲଙ୍କା ପାଉଡର, ଧନିଆ ପାଉଡର, କସ୍ତୁରୀ ମେଥି, ଲୁଣ ଏବଂ ଲେମ୍ବୁ ରସ ମିଶାନ୍ତୁ। ଏଥିରେ ଆଳୁ, ସୀମଲା ଲଙ୍କା ଏବଂ ପିଆଜକୁ ମ୍ୟାରିନେଟ କରି ୩୦ ମିନିଟ ପର୍ଯ୍ୟନ୍ତ ରଖନ୍ତୁ। ମ୍ୟାରିନେଟ ଆଳୁ-ସୀମଲା ଲଙ୍କା-ପିଆଜକୁ ଲଗାଇ ଲଗାଇ ବ୍ରସ ସାହାଯ୍ୟରେ ତେଲ ଲଗାନ୍ତୁ। ଏବେ ପ୍ରିହିଟ ଓଭନରେ ୨୦ ମିନିଟ ପର୍ଯ୍ୟନ୍ତ ବେକ କରନ୍ତୁ। ଏବେ ଏହାକୁ ଧନିଆ ଚଟଣୀ ସହିତ ସର୍ଭ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button