ଦେଶ ବିଦେଶ

ବଜାର ଭଳି ଆମ୍ବ ରାବିଡ଼ି ବନାନ୍ତୁ ଘରେ, ଗରମରେ ଏକଦମ ମଜା ଆସିଯିବ

ଫଳ ମାନଙ୍କର ରାଜା ଆମ୍ବର ଋତୁ ଆସିଗଲାଣି। ଲକଡାଉନ ହୋଇନଥିଲେ ଏତେବେଳକୁ ଆମ୍ବରେ ପ୍ରସ୍ତୁତ ଅନେକ ବ୍ୟଞ୍ଜନ ଆପଣ ଖାଇଥାନ୍ତେ। ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ‘ଆମ୍ବ ରାବିଡ଼ି’ ରେସିପି ନେଇ ଆସିଛୁ। ଯାହା ଏହି ଗରମରେ ଆପଣଙ୍କୁ ଥଣ୍ଡା ଥଣ୍ଡା ଅନୁଭବ କରାଇବ। ତାହାଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

କ୍ରିମି କ୍ଷୀର – ୧ ଲିଟର
ଚିନି – ୧୦୦ ଗ୍ରାମ
କେସର – ୧୦ଟି
ଆମ୍ବ – ୨ଟି (ଗ୍ରାଇଣ୍ଡିଂ ହୋଇଥିବା)ଏବଂ ୧ଟି (ଛୋଟ ସାଇଜର କଟା ହୋଇଥିବା)
ଡ୍ରାଏ ଫରୁଟସ୍ – ୫୦ ଗ୍ରାମ

mangoପ୍ରସ୍ତୁତ ପ୍ରଣାଳୀ

– ସର୍ବପ୍ରଥମେ ଏକ କଡ଼ାରେ କ୍ଷୀର ଢାଳି ଗ୍ୟାସରେ ବସାନ୍ତୁ।
– ଯେତେବେଳେ କ୍ଷୀର ଫୁଟି ଆସିବା ସେତେବେଳେ ଏଥିରେ ଚିନି ଏବଂ କେସର ପକାନ୍ତୁ।
– କ୍ଷୀରକୁ ୧/୩ ହେବା ପର୍ଯ୍ୟନ୍ତ ଫୁଟାନ୍ତୁ।
– ଏହାକୁ ଚାମଚ ସାହାଯ୍ୟରେ ଲଗାତର ଚଲାନ୍ତୁ ଯେମିତି କ୍ଷୀର କଡ଼ାରେ ଲାଗିନଯାଏ।
– କ୍ଷୀର ଫୁଟି ଫୁଟି ବହଳିଆ ହେବା ପରେ ଏହାକୁ ଅଲଗା ରଖିଦିଅନ୍ତୁ।
– ଏବେ ଏଥିରେ ଆଉ ସବୁ ଜିନିଷ ପକାଇ ଭଲଭାବରେ ମିକ୍ସ କରନ୍ତୁ।
– ଏହାପରେ ଏହାକୁ ଥଣ୍ଡା ହେବା ପର୍ଯ୍ୟନ୍ତ ଫ୍ରିଜରେ ରଖିଦିଅନ୍ତୁ।
– ଦୁଇ କି ତିନି ଘଣ୍ଟା ପରେ ଏହାକୁ ଫ୍ରିଜରୁ ବାହାର କରିଦିଅନ୍ତୁ।
– ଏବେ ଆପଣଙ୍କ ଆମ୍ଭ ରାବିଡ଼ି ପ୍ରସ୍ତୁତ ହୋଇଯାଇଛି। ଏହାକୁ ସର୍ଭି

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button