ଦେଶ ବିଦେଶ

ଗରମରେ ବହୁତ ଆରାମ ଦେବ ଆପଲ ମିଳ୍କ ସେକ, ସ୍ୱାଦ ଏକଦମ ଜବରଦସ୍ତ

ପ୍ରାୟ ସମୟରେ ଦେଖିବାକୁ ମିଳେ ଯେ ପିଲାମାନେ କ୍ଷୀର ପିଇବାକୁ ମନା କରିଦିଅନ୍ତି। କିନ୍ତୁ ଗରମ ଦିନରେ କ୍ଷୀର ହିଁ ତାଙ୍କ ପାଇଁ ବହୁତ ପୁଷ୍ଟିକ ଆହାର ହୋଇଥାଏ। ଏମିତିରେ ଗରମ ଦିନରେ ସମସ୍ତଙ୍କୁ ଥଣ୍ଡା ପାନୀୟ ପିଇବାକୁ ଇଚ୍ଛା ହୋଇଥାଏ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଆପଲ ମିଳ୍କ ସେକ ବନାଇବା ରେସିପି ନେଇ ଆସିଛୁ। ଯାହା ପିଲାମାନଙ୍କୁ ବହୁତ ପସନ୍ଦ ଆସିବ ଏବଂ ଏଥିରୁ ତାଙ୍କୁ ପୋଷଣ ମଧ୍ୟ ଦେବ। ତେବେ ଆସନ୍ତୁ ଜାଣିବା ଏହାକୁ ବନାଇବା ପ୍ରସ୍ତୁତି।

ଆବଶ୍ୟକ ସାମଗ୍ରୀ

ସେଓ – ୧
କ୍ଷୀର – ୨ ଗ୍ଲାସ
ମହୁ – ୧ ଚାମଚ
ପାଉଡର ଚିନି – ୨ ସ୍ପୁନ
ଡାଲଚିନି ପାଉଡର – ୧ ଚାମଚ
ଅଳେଇଚ ପାଉଡର – ୧ ଚାମଚ
ଆଇସ୍ କ୍ୟୁବ – ୨ ଚାମଚ
ବାଦାମ – ୩ ରୁ ୪
କିସମିସ – ୧୦
ପିସ୍ତା – ୧୦

ପ୍ରସ୍ତୁତି ପ୍ରଣାଳୀ

-ସର୍ବ ପ୍ରଥମେ ସେଓର ଚୋପା ଛଡାଇ ଛୋଟ ଛୋଟ କାଟି ଦିଅନ୍ତୁ।
-ଏହାପରେ ଉଭୟ ସେଓ ଏବଂ କ୍ଷୀରକୁ ଭଲଭାବରେ ମିକ୍ସ କରିଦିଅନ୍ତୁ।
-ଏହାପରେ ମହୁ, ଚିନି, ଡାଲଚିନି ଏବଂ ଅଳେଇଚ ପାଉଡର ପକାଇ ଗ୍ରାଇଣ୍ଡିଂ କରିଦିଅନ୍ତୁ।
-ଏବେ ଆପଣଙ୍କ ଆପଲ ମିଳ୍କ ସେକ ପ୍ରସ୍ତୁତ ହୋଇଯାଇଛି।
-ଏହାକୁ ଏକ ଗ୍ଲାସରେ ବାହାର କରି ଆଇସ କ୍ୟୁବ ଏବଂ ଡ୍ରାଏ ଫରୁଟସରେ ସଜାଇ ଦିଅନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button